ଜବତ ହେଲା ଜୀବନ୍ତ ବଜ୍ରକାପ୍ତା

The Sakala Picture
Published On

କଣ୍ଟାବାଞ୍ଜି: ଜବତ ହେଲା ଜୀବନ୍ତ ବଜ୍ରକାପ୍ତା । ବଲାଙ୍ଗୀର ଖପ୍ରାଖୋଲରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତା ଚାଲାଣ ନେଇ ମହରାପଦର ଗାଁ ଠାରେ ଡିଲ୍‌ ହେଇଥିବା ବେଳେ ଜବତ କରିଛି ବନ ବିଭାଗ । ଲାଠୋର ଓ ଖପ୍ରାଖୋଲ ବନ ବିଭାଗ ମିଳିତ ଭାବେ ଗ୍ରାହକ ବେଶରେ ଯାଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ବଲାଙ୍ଗୀର ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗ୍ରାହକ ସାଜି ଅଭିଯୁକ୍ତ ମାନଙ୍କୁ […]

କଣ୍ଟାବାଞ୍ଜି: ଜବତ ହେଲା ଜୀବନ୍ତ ବଜ୍ରକାପ୍ତା । ବଲାଙ୍ଗୀର ଖପ୍ରାଖୋଲରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତା ଚାଲାଣ ନେଇ ମହରାପଦର ଗାଁ ଠାରେ ଡିଲ୍‌ ହେଇଥିବା ବେଳେ ଜବତ କରିଛି ବନ ବିଭାଗ । ଲାଠୋର ଓ ଖପ୍ରାଖୋଲ ବନ ବିଭାଗ ମିଳିତ ଭାବେ ଗ୍ରାହକ ବେଶରେ ଯାଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ବଲାଙ୍ଗୀର ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗ୍ରାହକ ସାଜି ଅଭିଯୁକ୍ତ ମାନଙ୍କୁ ଧରିଥିଲେ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ତିନି ଜଣ ଅଭିଯୁକ୍ତ ଡିଲରେ ସାମିଲ ଥିବା ବେଳେ ବନ ବିଭାଗର ଦୁଇ ଜଣକୁ କାବୁ କରିବାକୁ ସକ୍ଷମ ହୋଇଥିଲା । ଗିରଫ ଦୁଇ ଅଭିଯୁକ୍ତ ମହରାପଦରର ସୁଶୀଲ ଧାରୁଆ ଓ ସର୍ଗୀପାଳି ଗାଁର ବଜରଙ୍ଗ ଧରୁଆ ବୋଲି ସୂଚନା ଦେଇଛି ବନ ବିଭାଗ। ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ରହିଛନ୍ତି ଏନେଇ ତଦନ୍ତ ଚାଲିଛି । ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଉଦ୍ଧାର ବଜ୍ରକାପ୍ତା କେଉଁ ସ୍ଥାନକୁ ଚାଲାଣ ହୋଇଥାନ୍ତା ଜଣାପଡ଼ିନାହିଁ ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

09 Oct 2021 By The Sakala

ଜବତ ହେଲା ଜୀବନ୍ତ ବଜ୍ରକାପ୍ତା

କଣ୍ଟାବାଞ୍ଜି: ଜବତ ହେଲା ଜୀବନ୍ତ ବଜ୍ରକାପ୍ତା । ବଲାଙ୍ଗୀର ଖପ୍ରାଖୋଲରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତା ଚାଲାଣ ନେଇ ମହରାପଦର ଗାଁ ଠାରେ ଡିଲ୍‌ ହେଇଥିବା ବେଳେ ଜବତ କରିଛି ବନ ବିଭାଗ । ଲାଠୋର ଓ ଖପ୍ରାଖୋଲ ବନ ବିଭାଗ ମିଳିତ ଭାବେ ଗ୍ରାହକ ବେଶରେ ଯାଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ବଲାଙ୍ଗୀର ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗ୍ରାହକ ସାଜି ଅଭିଯୁକ୍ତ ମାନଙ୍କୁ ଧରିଥିଲେ ।

ତିନି ଜଣ ଅଭିଯୁକ୍ତ ଡିଲରେ ସାମିଲ ଥିବା ବେଳେ ବନ ବିଭାଗର ଦୁଇ ଜଣକୁ କାବୁ କରିବାକୁ ସକ୍ଷମ ହୋଇଥିଲା । ଗିରଫ ଦୁଇ ଅଭିଯୁକ୍ତ ମହରାପଦରର ସୁଶୀଲ ଧାରୁଆ ଓ ସର୍ଗୀପାଳି ଗାଁର ବଜରଙ୍ଗ ଧରୁଆ ବୋଲି ସୂଚନା ଦେଇଛି ବନ ବିଭାଗ। ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ରହିଛନ୍ତି ଏନେଇ ତଦନ୍ତ ଚାଲିଛି । ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଉଦ୍ଧାର ବଜ୍ରକାପ୍ତା କେଉଁ ସ୍ଥାନକୁ ଚାଲାଣ ହୋଇଥାନ୍ତା ଜଣାପଡ଼ିନାହିଁ ।

https://www.thesakala.in/latest-odisha-news/pangolin-rescued-from-kantabanji/article-5978
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର