ଲଗାଣ ବର୍ଷାରେ କାନ୍ଥ ପଡି ମହିଳା ମୃତ

The Sakala Picture
Published On

ମୋରଡା: ମୟୂରଭଞ୍ଜ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆଜି ସକାଳୁ ମୋରଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘ ୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ମୁଷଳ ଧାରାରେ ବର୍ଷା ହୋଇଥିଲା। ତେବେ ଲଗାଣ ବର୍ଷା ଯୋଗୁଁ ମୋରଡ଼ା ବ୍ଲକ ଅନ୍ତର୍ଗତ ପଳାସମୁଣ୍ଡୁଳି ଗ୍ରାମରେ କାନ୍ଥ ପଡି ଜଣେ ମହିଳାଙ୍କ ମୃତ୍ୟ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର କାଞ୍ଚନି ବେହେରା। କାଞ୍ଚନୀ ସ୍ୱାମୀଙ୍କ ସହ ମନାନ୍ତର ଯୋଗୁ ଦୀର୍ଘ ଦିନ ହେବ ନିଜ ବାପାଙ୍କ […]

ମୋରଡା: ମୟୂରଭଞ୍ଜ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆଜି ସକାଳୁ ମୋରଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘ ୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ମୁଷଳ ଧାରାରେ ବର୍ଷା ହୋଇଥିଲା। ତେବେ ଲଗାଣ ବର୍ଷା ଯୋଗୁଁ ମୋରଡ଼ା ବ୍ଲକ ଅନ୍ତର୍ଗତ ପଳାସମୁଣ୍ଡୁଳି ଗ୍ରାମରେ କାନ୍ଥ ପଡି ଜଣେ ମହିଳାଙ୍କ ମୃତ୍ୟ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର କାଞ୍ଚନି ବେହେରା। କାଞ୍ଚନୀ ସ୍ୱାମୀଙ୍କ ସହ ମନାନ୍ତର ଯୋଗୁ ଦୀର୍ଘ ଦିନ ହେବ ନିଜ ବାପାଙ୍କ ପାଖରେ ପଳାଶମୁଣ୍ଡୁଳୀ ଗ୍ରାମରେ ରହୁଥିଲେ। ତାଙ୍କର ଦୁଇରି ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି। ତେବେ କାଞ୍ଚନି ସକାଳେ ବର୍ଷା ଯୋଗୁଁ ଘର ଭିତରେ ଶୋଇଥିବା ବେଳେ ହଠାତ ଘରର କାନ୍ଥ ସହିତ ଚାଳ ଛପର ଭୁଶୁଡି ପଡିଥିଲା, ଯାହାଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଏ ସମ୍ପର୍କରେ ମୋରଡ଼ା ଥାନା କୁ ଜଣାଇବା ପରେ ତାଙ୍କୁ ବାରିପଦା ପିଆର ଏମ ମେଡିକାଲ କଲେଜକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାସ୍ଥଳରେ ମୋରଡ଼ା ତହସିଲଦାର ଅନନ୍ତ କୁମାର ହାଁସଦା ପହଂଚଛନ୍ତି ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସରକାରଙ୍କ ତରଫରୁ ଯାହା ବ୍ୟବସ୍ଥା ରହିଛି ତାହା ତାଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

21 Sep 2021 By The Sakala

ଲଗାଣ ବର୍ଷାରେ କାନ୍ଥ ପଡି ମହିଳା ମୃତ

ମୋରଡା: ମୟୂରଭଞ୍ଜ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆଜି ସକାଳୁ ମୋରଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘ ୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ମୁଷଳ ଧାରାରେ ବର୍ଷା ହୋଇଥିଲା। ତେବେ ଲଗାଣ ବର୍ଷା ଯୋଗୁଁ ମୋରଡ଼ା ବ୍ଲକ ଅନ୍ତର୍ଗତ ପଳାସମୁଣ୍ଡୁଳି ଗ୍ରାମରେ କାନ୍ଥ ପଡି ଜଣେ ମହିଳାଙ୍କ ମୃତ୍ୟ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର କାଞ୍ଚନି ବେହେରା। କାଞ୍ଚନୀ ସ୍ୱାମୀଙ୍କ ସହ ମନାନ୍ତର ଯୋଗୁ ଦୀର୍ଘ ଦିନ ହେବ ନିଜ ବାପାଙ୍କ ପାଖରେ ପଳାଶମୁଣ୍ଡୁଳୀ ଗ୍ରାମରେ ରହୁଥିଲେ। ତାଙ୍କର ଦୁଇରି ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି। ତେବେ କାଞ୍ଚନି ସକାଳେ ବର୍ଷା ଯୋଗୁଁ ଘର ଭିତରେ ଶୋଇଥିବା ବେଳେ ହଠାତ ଘରର କାନ୍ଥ ସହିତ ଚାଳ ଛପର ଭୁଶୁଡି ପଡିଥିଲା, ଯାହାଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଏ ସମ୍ପର୍କରେ ମୋରଡ଼ା ଥାନା କୁ ଜଣାଇବା ପରେ ତାଙ୍କୁ ବାରିପଦା ପିଆର ଏମ ମେଡିକାଲ କଲେଜକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାସ୍ଥଳରେ ମୋରଡ଼ା ତହସିଲଦାର ଅନନ୍ତ କୁମାର ହାଁସଦା ପହଂଚଛନ୍ତି ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସରକାରଙ୍କ ତରଫରୁ ଯାହା ବ୍ୟବସ୍ଥା ରହିଛି ତାହା ତାଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର