ଆଜିଠୁ ଜମିବ ପିପିଲି ପ୍ରଚାର

The Sakala Picture
Published On

ଭୁବନେଶ୍ୱର: ଆଜିଠାରୁ ପିପିଲି ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହେବ। କଟକଣା ମଧ୍ୟରେ ପ୍ରଚାର ନେଇ ସବୁ ରାଜେନୖତିକ ଦଳ କସରତ କରୁଛନ୍ତି । ବିଜେଡିର ଏକ ନମ୍ବର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇବା ନେଇ ଦଳ ବେଶ୍‌ ଆଶାବାଦୀ ଅଛି। ସେପଟେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ପ୍ରଚାରରେ ସାମିଲ କରିବାର ରୋଡ୍‌ମ୍ୟାପ ପ୍ରସ୍ତୁତ କରିଛି ବିଜେପି । ରେସ୍‌ରେ ସାମାନ୍ୟ ପଛରେ ଥିବା କଂଗ୍ରେସ ଏକ୍‌ ହୋଇ ପ୍ରଚାର କରିବାକୁ ସମନ୍ୱୟ […]

ଭୁବନେଶ୍ୱର: ଆଜିଠାରୁ ପିପିଲି ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହେବ। କଟକଣା ମଧ୍ୟରେ ପ୍ରଚାର ନେଇ ସବୁ ରାଜେନୖତିକ ଦଳ କସରତ କରୁଛନ୍ତି । ବିଜେଡିର ଏକ ନମ୍ବର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇବା ନେଇ ଦଳ ବେଶ୍‌ ଆଶାବାଦୀ ଅଛି। ସେପଟେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ପ୍ରଚାରରେ ସାମିଲ କରିବାର ରୋଡ୍‌ମ୍ୟାପ ପ୍ରସ୍ତୁତ କରିଛି ବିଜେପି । ରେସ୍‌ରେ ସାମାନ୍ୟ ପଛରେ ଥିବା କଂଗ୍ରେସ ଏକ୍‌ ହୋଇ ପ୍ରଚାର କରିବାକୁ ସମନ୍ୱୟ ବୈଠକ କରିଛି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଉପନିର୍ବାଚନ ସ୍ଥଗିତ ରହିବା ପୂର୍ବରୁ ପିପିଲିବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ସମ୍ବୋଧନ କରିଥିଲେ । ଯାହା ଭୋଟରଙ୍କୁ ବେଶ୍ ପ୍ରଭାବିତ କରିଥିବାର ଆତ୍ମବିଶ୍ୱାସ ଦେଖାଇଛି ବିଜେଡି । ଏଥର ବି ଭର୍ଚୁଆଲରେ ପ୍ରଚାର କରିବା ପାଇଁ ନବୀନଙ୍କୁ ନେତା ଓ କର୍ମୀ ଅନୁରୋଧ କରିବେ । ନେତାମାନେ ପ୍ରଚାରକୁ ଯିବା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ଯକ୍ରମ ସରିଛି । ୱାର୍ଡସ୍ତରରେ ତିନି-ଚାରି ଜଣଙ୍କୁ ନେଇ ଦଳ ପ୍ରଚାର କରିବ । କରୋନା କଟକଣା ମାନି ଛୋଟ ଛୋଟ ସଭା କରିବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ବିଜେପି ଡିଜିଟାଲ ମୋଡ୍‌ରେ ପ୍ରଚାର ସହ ଘର ଘର ବୁଲିବ। କେନ୍ଦ୍ର ମନ୍ତ୍ରୀମାନଙ୍କ ସମେତ ସମସ୍ତ ଷ୍ଟାର ପ୍ରଚାରକ ପିପିଲିରେ ପ୍ରଚାର କରିବେ । ସେପଟେ ଏକଜୁଟ ହୋଇ ପ୍ରଚାର କରି ଭଲ ଲଢ଼େଇର ଆକଳନ କରିଛି କଂଗ୍ରେସ। ଦଳର ବାର୍ତ୍ତା ପିପିଲିର ଘରେ ଘରେ ପହଞ୍ଚାଇବାକୁ ସମନ୍ବୟ କମିଟି ବୈଠକରେ ଆଲୋଚନା ହୋଇଛି । ପିସିସି ପ୍ରଭାରୀଙ୍କ ସମେତ ସବୁ ଷ୍ଟାର କ୍ୟାମ୍ପେନର ମଇଦାନକୁ ଓହ୍ଲାଇବେ । କର୍ମୀମାନେ ପାଣ୍ଠି ଦେଇ ପ୍ରାର୍ଥୀଙ୍କୁ ସହଯୋଗ କରିବେ ବୋଲି କଂଗ୍ରେସ କହିଛି ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ପିପିଲି ଉପନିର୍ବାଚନ ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ। କାରଣ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଏହା ପ୍ରାକ ପ୍ରସ୍ତୁତି ସଦୃଶ । ଫଳାଫଳରୁ ଜଣାପଡ଼ିବ, କେଉଁ ଦଳ ପ୍ରତି ଭୋଟର ଆକର୍ଷିତ ହେଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର