ବନ୍ଦ କୋଠରୀରୁ ଦମ୍ପତିଙ୍କ ମୃତଦେହ ଜବତ: ସ୍ୱୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା ସନ୍ଦେହ

The Sakala Picture
Published On

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଷୋଡକ ଗ୍ରାମ ପଞ୍ଚାୟତ ସାହିରେ ଶନିବାର ବିଳମ୍ବିତ ରାତିରେ ଅଘଟଣ ଘଟିଯାଇଛି । ଗୋଟିଏ କୋଠରୀରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମୃତଦେହ ଜବତ କରିଛି ପୁଲିସ। ସ୍ୱୀକୁ ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ହେଉଛନ୍ତି ପାଣ ଗୌଡ଼ଙ୍କ ତୃତୀୟ ପୁଅ ବିପିନ ଗୌଡ଼ ଓ ବୋହୂ ଲିଲି ଗୌଡ଼ । ସୂଚାନା ଅନୁଯାୟୀ, ବିପିନ ଓ ଲିଲି ମାତ୍ର ୪ ମାସ […]

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଷୋଡକ ଗ୍ରାମ ପଞ୍ଚାୟତ ସାହିରେ ଶନିବାର ବିଳମ୍ବିତ ରାତିରେ ଅଘଟଣ ଘଟିଯାଇଛି । ଗୋଟିଏ କୋଠରୀରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମୃତଦେହ ଜବତ କରିଛି ପୁଲିସ। ସ୍ୱୀକୁ ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ହେଉଛନ୍ତି ପାଣ ଗୌଡ଼ଙ୍କ ତୃତୀୟ ପୁଅ ବିପିନ ଗୌଡ଼ ଓ ବୋହୂ ଲିଲି ଗୌଡ଼ ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସୂଚାନା ଅନୁଯାୟୀ, ବିପିନ ଓ ଲିଲି ମାତ୍ର ୪ ମାସ ତଳେ ବିବାହ କରିଥିଲେ ।  ଶନିବାର ରାତିରେ ସ୍ୱାମୀ ସ୍ତ୍ରୀ ବାପା ମାଆଙ୍କ ସହିତ ମିଶି ଖାଇବା ପରେ ନିଜ କୋଠରୀରେ ଶୋଇଥିଲେ। ସକାଳୁ ପୁଅ ବୋହୂ ବାହାରକୁ ନ ଆସିବାରୁ ବାପା ସେମାନଙ୍କୁ ଡାକିବାକୁ ଯାଇଥିଲେ। ଝରକା ବାଟେ ଦେଖିବାକୁ ପାଇଥିଲେ ଯେ ରକ୍ତରଞ୍ଜିତ ବୋହୂର ଶରୀର ଖଟ ଉପରେ ପଡିଛି ଓ ପୁଅ କୋଠରୀ ଦୁଲାରେ ଝୁଲୁଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚିଛନ୍ତି । କୋଠରୀ ଭିତରେ ହିଁ ଉଭୟେ ମୃତ୍ୟୁବରଣ କରିଥିବା ଜଣାପଡିଥିବା ବେଳେ ରକ୍ତଲଗା କଟୁରିକୁ ଜବତ କରିଛି ପୋଲିସ ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର