ଜାଲ ସାର୍ଟିଫିକେଟ ଦେଇ କରିଥିଲେ ୧୦ ବର୍ଷ ଚାକିରି, ଯାଞ୍ଚ ପରେ ଧରାପଡିଲେ ପ୍ଲାନିଂ କୋଡ଼ିନେଟର

The Sakala Picture
Published On

କେନ୍ଦ୍ରାପଡା: ଦୀର୍ଘ ୧୦ ବର୍ଷ ଧରି କେନ୍ଦ୍ରାପଡା ଶିକ୍ଷା ବିଭାଗରେ ଜାଲ ସାର୍ଟିଫିକେଟ ବଳରେ ଚାକିରି କରୁଥିବା ଭଳି ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି । ସମସ୍ତଙ୍କୁ ଚୂନ ଲଗାଇ ଜାଲ ସାର୍ଟିଫିକେଟରେ ବର୍ଷ ବର୍ଷ ହେବ ଚାକିରି କରିଥିଲେ । ହେଲେ ଉଚ୍ଚ ଶିକ୍ଷା ବିଭାଗ ଅଭିଯୁକ୍ତ ଦାଖଲ କରିଥିବା ସମସ୍ତ ସାର୍ଟିଫିକେଟର ତନତନ ଯାଞ୍ଚ ପରେ ଜାଲିଆତି ଧରାପଡିଗଲା । ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ରାଜକନିକା ବ୍ଲକ ଶିକ୍ଷା […]

କେନ୍ଦ୍ରାପଡା: ଦୀର୍ଘ ୧୦ ବର୍ଷ ଧରି କେନ୍ଦ୍ରାପଡା ଶିକ୍ଷା ବିଭାଗରେ ଜାଲ ସାର୍ଟିଫିକେଟ ବଳରେ ଚାକିରି କରୁଥିବା ଭଳି ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି । ସମସ୍ତଙ୍କୁ ଚୂନ ଲଗାଇ ଜାଲ ସାର୍ଟିଫିକେଟରେ ବର୍ଷ ବର୍ଷ ହେବ ଚାକିରି କରିଥିଲେ । ହେଲେ ଉଚ୍ଚ ଶିକ୍ଷା ବିଭାଗ ଅଭିଯୁକ୍ତ ଦାଖଲ କରିଥିବା ସମସ୍ତ ସାର୍ଟିଫିକେଟର ତନତନ ଯାଞ୍ଚ ପରେ ଜାଲିଆତି ଧରାପଡିଗଲା । ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ରାଜକନିକା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ । ୨୦୧୨ ମସିହାରେ ପ୍ଲାନିଂ କୋଡ଼ିନେଟର ନିଯୁକ୍ତି ପାଇଥିବା ଆଳି ପାତ୍ରପୁର ଅଞ୍ଚଳର ଅଭିଷେକ ପ୍ରଧାନ ଏହିଭଳି ଜାଲିଆତି କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ୧୫୪/୨୧ ରୁଜୁ କରିଛି ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଭିଯୋଗ ମୁତାବକ, ୨୦୧୨ ମସିହାରେ ଅଭିଷେକ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିଲେ । ତାଙ୍କୁ ରାଜକନିକା ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ପ୍ଲାନିଂ କୋଡିନେଟରଭାବେ ଅବସ୍ଥାପିତ କରାଯାଇଥିଲା । ଅଭିଷେକ ନିଯୁକ୍ତି ପାଇଥିବା ବେଳେ ସେ ତାଙ୍କର ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଯଥା ମାଟ୍ରିକ, ଯୁକ୍ତ ୨(ବିଜ୍ଞାନ), ଯୁକ୍ତ ୩(ବିଜ୍ଞାନ) ଆଉ କମ୍ପ୍ୟୁଟର ପିଜିଡିସିଏ ସାର୍ଟିଫିକେଟ ଦାଖଲ କରିଥିଲେ ।ଦାଖଲ ହୋଇଥିବା ସମସ୍ତ କର୍ମଚାରୀଙ୍କ ସାର୍ଟିଫିକେଟକୁ ଭୁବନେଶ୍ୱର ଷ୍ଟେଟ ପ୍ରୋଜେକ୍ଟ କୋଡ଼ିନେଟରଙ୍କ ନିକଟକୁ ପଠାଯାଇଥିଲା । ଯାଞ୍ଚବେଳେ ଅଭିଷେକଙ୍କ ସାର୍ଟିଫିକେଟକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏନେଇ ଅଧିକାରୀମାନେ ଅଭିଷେକଙ୍କ ସାର୍ଟିଫିକେଟକୁ ସିଏଚଏସଇକୁ ପଠାଇଥିଲେ । ଏନେଇ ସିଏଚଏସଇ ପକ୍ଷରୁ ଗତ ମାର୍ଚ୍ଚ ୨୪ ତାରିଖରେ ଅଭିଷେକଙ୍କ ସମସ୍ତ ସାର୍ଟିଫିକେଟ ଜାଲ ବୋଲି କେନ୍ଦ୍ରାପଡା ଶିକ୍ଷା ବିଭାଗକୁ ଏକ ଲିଖିତ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଜାଲିଆତି ଧରାପଡିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗତ ଜୁନ ୨୪ ତାରିଖରେ ପୁଣିଥରେ ଅଭିଷେକଙ୍କ ସାର୍ଟିଫିକେଟକୁ ଯାଞ୍ଚ ପାଇଁ ସିଏଚଏସଇକୁ ପଠାଗଲା । ସାର୍ଟିଫିକେଟରେ ଥିବା ରୋଲ ନମ୍ବର ସହ ଅଭିଯୁକ୍ତ ନାମର ତାଳମେଳ ରହିଲା ନାହିଁ । ଏନେଇ ସିଏଚଏସଇ ପକ୍ଷରୁ ତାହା ଏକ ଜାଲ ସାର୍ଟିଫିକେଟ ବୋଲି ଲିଖିତ ଭାବେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ଦିଆଗଲା ।ଏହାପରେ ଜିଲ୍ଲାପାଳ ତାଙ୍କୁ ଚାକିରିରୁ ଛଟେଇ କଲେ । ସରକାରୀ ତହବିଲରୁ ଜାଲ ସାର୍ଟିଫିକେଟ ବଳରେ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ଜାଣିଶୁଣି ଜାଲ ସାର୍ଟିଫିକେଟ ଦେଇ ଅନ୍ୟକୁ ଚାକିରିରୁ ବଞ୍ଚିତ କରିଛନ୍ତି । ଏନେଇ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ଗିରଫ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପୋଲିସକୁ ନିବେଦନ କରିଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ରେଡ଼ ଆରମ୍ଭ କରିଛି ।ଜଲଦି ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

31 Aug 2021 By The Sakala

ଜାଲ ସାର୍ଟିଫିକେଟ ଦେଇ କରିଥିଲେ ୧୦ ବର୍ଷ ଚାକିରି, ଯାଞ୍ଚ ପରେ ଧରାପଡିଲେ ପ୍ଲାନିଂ କୋଡ଼ିନେଟର

କେନ୍ଦ୍ରାପଡା: ଦୀର୍ଘ ୧୦ ବର୍ଷ ଧରି କେନ୍ଦ୍ରାପଡା ଶିକ୍ଷା ବିଭାଗରେ ଜାଲ ସାର୍ଟିଫିକେଟ ବଳରେ ଚାକିରି କରୁଥିବା ଭଳି ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି । ସମସ୍ତଙ୍କୁ ଚୂନ ଲଗାଇ ଜାଲ ସାର୍ଟିଫିକେଟରେ ବର୍ଷ ବର୍ଷ ହେବ ଚାକିରି କରିଥିଲେ । ହେଲେ ଉଚ୍ଚ ଶିକ୍ଷା ବିଭାଗ ଅଭିଯୁକ୍ତ ଦାଖଲ କରିଥିବା ସମସ୍ତ ସାର୍ଟିଫିକେଟର ତନତନ ଯାଞ୍ଚ ପରେ ଜାଲିଆତି ଧରାପଡିଗଲା । ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ରାଜକନିକା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ । ୨୦୧୨ ମସିହାରେ ପ୍ଲାନିଂ କୋଡ଼ିନେଟର ନିଯୁକ୍ତି ପାଇଥିବା ଆଳି ପାତ୍ରପୁର ଅଞ୍ଚଳର ଅଭିଷେକ ପ୍ରଧାନ ଏହିଭଳି ଜାଲିଆତି କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ୧୫୪/୨୧ ରୁଜୁ କରିଛି ।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଭିଯୋଗ ମୁତାବକ, ୨୦୧୨ ମସିହାରେ ଅଭିଷେକ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିଲେ । ତାଙ୍କୁ ରାଜକନିକା ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ପ୍ଲାନିଂ କୋଡିନେଟରଭାବେ ଅବସ୍ଥାପିତ କରାଯାଇଥିଲା । ଅଭିଷେକ ନିଯୁକ୍ତି ପାଇଥିବା ବେଳେ ସେ ତାଙ୍କର ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଯଥା ମାଟ୍ରିକ, ଯୁକ୍ତ ୨(ବିଜ୍ଞାନ), ଯୁକ୍ତ ୩(ବିଜ୍ଞାନ) ଆଉ କମ୍ପ୍ୟୁଟର ପିଜିଡିସିଏ ସାର୍ଟିଫିକେଟ ଦାଖଲ କରିଥିଲେ ।ଦାଖଲ ହୋଇଥିବା ସମସ୍ତ କର୍ମଚାରୀଙ୍କ ସାର୍ଟିଫିକେଟକୁ ଭୁବନେଶ୍ୱର ଷ୍ଟେଟ ପ୍ରୋଜେକ୍ଟ କୋଡ଼ିନେଟରଙ୍କ ନିକଟକୁ ପଠାଯାଇଥିଲା । ଯାଞ୍ଚବେଳେ ଅଭିଷେକଙ୍କ ସାର୍ଟିଫିକେଟକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏନେଇ ଅଧିକାରୀମାନେ ଅଭିଷେକଙ୍କ ସାର୍ଟିଫିକେଟକୁ ସିଏଚଏସଇକୁ ପଠାଇଥିଲେ । ଏନେଇ ସିଏଚଏସଇ ପକ୍ଷରୁ ଗତ ମାର୍ଚ୍ଚ ୨୪ ତାରିଖରେ ଅଭିଷେକଙ୍କ ସମସ୍ତ ସାର୍ଟିଫିକେଟ ଜାଲ ବୋଲି କେନ୍ଦ୍ରାପଡା ଶିକ୍ଷା ବିଭାଗକୁ ଏକ ଲିଖିତ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଥିଲା ।

ଜାଲିଆତି ଧରାପଡିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗତ ଜୁନ ୨୪ ତାରିଖରେ ପୁଣିଥରେ ଅଭିଷେକଙ୍କ ସାର୍ଟିଫିକେଟକୁ ଯାଞ୍ଚ ପାଇଁ ସିଏଚଏସଇକୁ ପଠାଗଲା । ସାର୍ଟିଫିକେଟରେ ଥିବା ରୋଲ ନମ୍ବର ସହ ଅଭିଯୁକ୍ତ ନାମର ତାଳମେଳ ରହିଲା ନାହିଁ । ଏନେଇ ସିଏଚଏସଇ ପକ୍ଷରୁ ତାହା ଏକ ଜାଲ ସାର୍ଟିଫିକେଟ ବୋଲି ଲିଖିତ ଭାବେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ଦିଆଗଲା ।ଏହାପରେ ଜିଲ୍ଲାପାଳ ତାଙ୍କୁ ଚାକିରିରୁ ଛଟେଇ କଲେ । ସରକାରୀ ତହବିଲରୁ ଜାଲ ସାର୍ଟିଫିକେଟ ବଳରେ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ଜାଣିଶୁଣି ଜାଲ ସାର୍ଟିଫିକେଟ ଦେଇ ଅନ୍ୟକୁ ଚାକିରିରୁ ବଞ୍ଚିତ କରିଛନ୍ତି । ଏନେଇ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ଗିରଫ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପୋଲିସକୁ ନିବେଦନ କରିଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ରେଡ଼ ଆରମ୍ଭ କରିଛି ।ଜଲଦି ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର