ଘରୋଇ ସଂସ୍ଥା ହେର୍‌ଫେର୍‌ କରିଛନ୍ତି କୋଭିଡ୍‌ ଟିକା

The Sakala Picture
Published On

ଭୁବନେଶ୍ୱର : ଘର ପାଖରେ ଟିକାକରଣ କେନ୍ଦ୍ର ଅଧୀନରେ ଘରୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ହେରଫେର୍‍ କରୁଥିବା ସୂଚନା ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଏପରିସ୍ଥଳେ ଟିକାକରଣରେ ହେରଫେର କରୁଥିବା ଘରୋଇ ସଂସ୍ଥାଙ୍କ ଉପରେ ନଜର ରଖିବା ସହିତ ଦୋଷୀଙ୍କ ତରୋଡ଼ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ […]

ଭୁବନେଶ୍ୱର : ଘର ପାଖରେ ଟିକାକରଣ କେନ୍ଦ୍ର ଅଧୀନରେ ଘରୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ହେରଫେର୍‍ କରୁଥିବା ସୂଚନା ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଏପରିସ୍ଥଳେ ଟିକାକରଣରେ ହେରଫେର କରୁଥିବା ଘରୋଇ ସଂସ୍ଥାଙ୍କ ଉପରେ ନଜର ରଖିବା ସହିତ ଦୋଷୀଙ୍କ ତରୋଡ଼ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ସଂକ୍ରାନ୍ତରେ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିସନର, ସିଡିଏମ୍‍ ଏବଂ ପିଏଚ୍‍ଓଙ୍କୁ ପତ୍ର ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଥ ଦକ୍ଷିଣ ପୂର୍ବ ଏସିଆ ଏବଂ ଆଫ୍ରିକାରେ କୋଭିଶିଲ୍ଡ ଟିକାକରଣ ତଥ୍ୟ ଏପଟ ସେପଟ କରାଯାଉଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଅବଗତ କରିଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ଗତ ୨୫ ତାରିଖ ଦିନ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ରାଜ୍ୟ ମୁଖ୍ୟସଚିବ ମାନଙ୍କୁ ପତ୍ର ଲେଖି ଏହି ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ ମେ’ ଏବଂ ଜୁ୍‍ନ୍‍ ମାସରେ ପଶ୍ଚିବ ବଙ୍ଗ, ମହାରାଷ୍ଟ୍ରରେ ଟିକାକରଣ ତଥ୍ୟରେ ହେରଫେର୍‍ କରାଯାଉ ଥିବା ନଜରକୁ ଆସିଥିଲା। ଏଥର ମଧ୍ୟ ସମାନ ଘଟଣା ଘଟିଥିବା ଜଣାପଡ଼ିଛି। ଟିକା ଯୋଗାଣ ହୋଇ ନଥିବା ସତ୍ତ୍ବେ ଟିକାଦାନ କରାଯାଇ ଥିବା ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଜଣାଇଥିବା ଟିକା ଉତ୍ପାଦନ କମ୍ପାନୀ ସ୍ପଷ୍ଟ କରିଛନ୍ତି। ଏହା ଏକ ଗୁରୁତର ସମସ୍ୟା। ତେଣୁ ଆଗକୁ କୋଭିସିଲ୍ଡ, କୋଭାକ୍ସିନ୍‍ ଏବଂ ସ୍ପୁଟ୍‍ନିକ୍‍-ଭି ଟିକା ଯୋଗାଣ, ଗଛିତ ଏବଂ ଦିଆଯାଇ ଥିବା ଟିକା ତାଲିକା ଯାଞ୍ଚ କରିବା ଆବଶ୍ୟକ। କେତେ ଟିକା ଯୋଗାଣ ହୋଇଛି, କେତେ ଗଛିତ ଅଛି ତାହା ଯାଞ୍ଚ କରାଯିବା ସହ ଟିକାଦାନ ପୂର୍ବରୁ ଷ୍ଟକ୍‍ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ତଥା ମହାନଗର ନିଗମ କମିସନର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିୟମିତ ଭାବେ କଡ଼ାକଡି ଯାଞ୍ଚ ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଅନୈତିକ କାର୍ଯ୍ୟରେ ଲିପ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ସେବାରୁ ନିଲମ୍ବନ, ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

28 Aug 2021 By The Sakala

ଘରୋଇ ସଂସ୍ଥା ହେର୍‌ଫେର୍‌ କରିଛନ୍ତି କୋଭିଡ୍‌ ଟିକା

ଭୁବନେଶ୍ୱର : ଘର ପାଖରେ ଟିକାକରଣ କେନ୍ଦ୍ର ଅଧୀନରେ ଘରୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ହେରଫେର୍‍ କରୁଥିବା ସୂଚନା ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଏପରିସ୍ଥଳେ ଟିକାକରଣରେ ହେରଫେର କରୁଥିବା ଘରୋଇ ସଂସ୍ଥାଙ୍କ ଉପରେ ନଜର ରଖିବା ସହିତ ଦୋଷୀଙ୍କ ତରୋଡ଼ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ସଂକ୍ରାନ୍ତରେ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିସନର, ସିଡିଏମ୍‍ ଏବଂ ପିଏଚ୍‍ଓଙ୍କୁ ପତ୍ର ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଥ ଦକ୍ଷିଣ ପୂର୍ବ ଏସିଆ ଏବଂ ଆଫ୍ରିକାରେ କୋଭିଶିଲ୍ଡ ଟିକାକରଣ ତଥ୍ୟ ଏପଟ ସେପଟ କରାଯାଉଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଅବଗତ କରିଛି।

ଗତ ୨୫ ତାରିଖ ଦିନ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ରାଜ୍ୟ ମୁଖ୍ୟସଚିବ ମାନଙ୍କୁ ପତ୍ର ଲେଖି ଏହି ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ ମେ’ ଏବଂ ଜୁ୍‍ନ୍‍ ମାସରେ ପଶ୍ଚିବ ବଙ୍ଗ, ମହାରାଷ୍ଟ୍ରରେ ଟିକାକରଣ ତଥ୍ୟରେ ହେରଫେର୍‍ କରାଯାଉ ଥିବା ନଜରକୁ ଆସିଥିଲା। ଏଥର ମଧ୍ୟ ସମାନ ଘଟଣା ଘଟିଥିବା ଜଣାପଡ଼ିଛି। ଟିକା ଯୋଗାଣ ହୋଇ ନଥିବା ସତ୍ତ୍ବେ ଟିକାଦାନ କରାଯାଇ ଥିବା ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଜଣାଇଥିବା ଟିକା ଉତ୍ପାଦନ କମ୍ପାନୀ ସ୍ପଷ୍ଟ କରିଛନ୍ତି। ଏହା ଏକ ଗୁରୁତର ସମସ୍ୟା। ତେଣୁ ଆଗକୁ କୋଭିସିଲ୍ଡ, କୋଭାକ୍ସିନ୍‍ ଏବଂ ସ୍ପୁଟ୍‍ନିକ୍‍-ଭି ଟିକା ଯୋଗାଣ, ଗଛିତ ଏବଂ ଦିଆଯାଇ ଥିବା ଟିକା ତାଲିକା ଯାଞ୍ଚ କରିବା ଆବଶ୍ୟକ। କେତେ ଟିକା ଯୋଗାଣ ହୋଇଛି, କେତେ ଗଛିତ ଅଛି ତାହା ଯାଞ୍ଚ କରାଯିବା ସହ ଟିକାଦାନ ପୂର୍ବରୁ ଷ୍ଟକ୍‍ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ତଥା ମହାନଗର ନିଗମ କମିସନର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିୟମିତ ଭାବେ କଡ଼ାକଡି ଯାଞ୍ଚ ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର