ପରିବାର ଲୋକେ ମୋବାଇଲ୍ ଛଡାଇ ଭାଙ୍ଗିଦେବାରୁ ବିଷ ପିଇ ଜୀବନ ହାରିଲେ ନାବାଳିକା

Madhusudan Das Picture
Published On

ମୟୂରଭଞ୍ଜ: ମୋବାଇଲ୍ ନେଲା ନାବାଳିକାଙ୍କ ଜୀବନ । ମୋବାଇଲ ଛଡ଼ାଇ ଭାଙ୍ଗିଦେବାରୁ ବିଷ ପିଇଦେଲେ ନାବାଳିକା । ମୟୂରଭଞ୍ଜ ଜିଲ୍ଲା ରାଜବରହମ୍ପୁର ଥାନା ଅନ୍ତର୍ଗତ ଗାଗପାଳ ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ମୋବାଇଲ୍ ଫୋନ୍ ବ୍ୟବହାରକୁ କେନ୍ଦ୍ର କରି ପରିବାର ଲୋକଙ୍କ ସହ ଝଗଡ଼ା ହେବା ପରେ ଜଣେ ୧୫ ବର୍ଷୀୟା ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ ନାବାଳିକା ଜଣକ ହେଲେ ରୁନୁ ନାଏକ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୭ ତାରିଖ ଯାଏ ପ୍ରବଳ ବର୍ଷା ଆଶଙ୍କା

ଗୁରୁବାର ସକାଳେ ରୁନୁ ଘରେ ବସି ମୋବାଇଲ୍ ଦେଖୁଥିଲେ। ମାତ୍ର ଅଧିକ ସମୟ ଧରି ମୋବାଇଲ୍ ବ୍ୟବହାର କରୁଥିବାରୁ ବାପା ବାରମ୍ବାର ଅଭିଯୋଗ କରିଥିଲେ। ଏହାପରେ ମା' ଏବଂ ମାମୁଁ ତାଙ୍କ ହାତରୁ ଫୋନ୍ ଛଡ଼ାଇ ନେଇ ଭାଙ୍ଗି ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ରୁନୁ ନିଜକୁ ଏକ କୋଠରୀ ଭିତରେ ବନ୍ଦ କରିଦେଇଥିଲେ ଏବଂ ଘରେ ଥିବା କୀଟନାଶକ ପିଇ ଦେଇଥିଲେ।

ଆହୁରି ପଢ଼ନ୍ତୁ: ନୂଆପଡ଼ା ଜିଲ୍ଲାରେ ଅଭାବନୀୟ ଘଟଣା: ବିଦ୍ୟୁତ୍ ଆଘାତରେ ୨ ବର୍ଷର ଶିଶୁପୁତ୍ରର ମୃତ୍ୟୁ

ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ଆପ୍ରାଣ ଚେଷ୍ଟା ସତ୍ତ୍ୱେ କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। 

ଆହୁରି ପଢ଼ନ୍ତୁ: ୨.୦୭ କୋଟିର ‘ଡିଜିଟାଲ ଆରେଷ୍ଟ’ ଠକେଇ: ଓଡ଼ିଶା ଓ ରାଜସ୍ଥାନରୁ ୩ ଜଣଙ୍କୁ ଗିରଫ କଲା CBI

02 Jul 2026 By Madhusudan Das

ପରିବାର ଲୋକେ ମୋବାଇଲ୍ ଛଡାଇ ଭାଙ୍ଗିଦେବାରୁ ବିଷ ପିଇ ଜୀବନ ହାରିଲେ ନାବାଳିକା

ମୟୂରଭଞ୍ଜ: ମୋବାଇଲ୍ ନେଲା ନାବାଳିକାଙ୍କ ଜୀବନ । ମୋବାଇଲ ଛଡ଼ାଇ ଭାଙ୍ଗିଦେବାରୁ ବିଷ ପିଇଦେଲେ ନାବାଳିକା । ମୟୂରଭଞ୍ଜ ଜିଲ୍ଲା ରାଜବରହମ୍ପୁର ଥାନା ଅନ୍ତର୍ଗତ ଗାଗପାଳ ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ମୋବାଇଲ୍ ଫୋନ୍ ବ୍ୟବହାରକୁ କେନ୍ଦ୍ର କରି ପରିବାର ଲୋକଙ୍କ ସହ ଝଗଡ଼ା ହେବା ପରେ ଜଣେ ୧୫ ବର୍ଷୀୟା ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ ନାବାଳିକା ଜଣକ ହେଲେ ରୁନୁ ନାଏକ।

ଗୁରୁବାର ସକାଳେ ରୁନୁ ଘରେ ବସି ମୋବାଇଲ୍ ଦେଖୁଥିଲେ। ମାତ୍ର ଅଧିକ ସମୟ ଧରି ମୋବାଇଲ୍ ବ୍ୟବହାର କରୁଥିବାରୁ ବାପା ବାରମ୍ବାର ଅଭିଯୋଗ କରିଥିଲେ। ଏହାପରେ ମା' ଏବଂ ମାମୁଁ ତାଙ୍କ ହାତରୁ ଫୋନ୍ ଛଡ଼ାଇ ନେଇ ଭାଙ୍ଗି ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ରୁନୁ ନିଜକୁ ଏକ କୋଠରୀ ଭିତରେ ବନ୍ଦ କରିଦେଇଥିଲେ ଏବଂ ଘରେ ଥିବା କୀଟନାଶକ ପିଇ ଦେଇଥିଲେ।

ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ଆପ୍ରାଣ ଚେଷ୍ଟା ସତ୍ତ୍ୱେ କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର