ପ୍ରେମିକାକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିଲା ପ୍ରେମିକ, ବାନ୍ଧିଲା ପୋଲିସ

Madhusudan Das Picture
Published On

ବ୍ରହ୍ମପୁର: ପ୍ରେମିକାକୁ ହତ୍ୟା କରି ପ୍ରେମିକ ଗିରଫ । ହତ୍ୟାକୁ ଦୁର୍ଘଟଣା ରୂପ ଦେବା ଅଭିଯୋଗରେ ଯୁବକକୁ ଗିରଫ କଲା ଦିଗପହଣ୍ଡି ଥାନା ପୋଲିସ । ବିବାହ ପାଇଁ କହିବାରୁ ପ୍ରେମିକାକୁ ଯୋଜନାବଦ୍ଧ ହତ୍ୟା କରିଥିଲା ପ୍ରେମିକ । ଗତ ୭ ତାରିଖରେ ଗୋପାଳପୁର ବୁଲାଇ ନେବା ବାହାନାରେ ଆଙ୍କୁଲି ଓଭରବ୍ରିଜ ଉପରେ ବାଇକ୍‌ରୁ ଠେଲିଦେଇ ହତ୍ୟା କରିଥିଲା ପ୍ରେମିକ । ଗିରଫ ଯୁବକ ଜଣକ ଦିଗପହଣ୍ଡି ଥାନା ନିମଖଣ୍ଡି ପେଣ୍ଠ ଅଂଚଳର ରାକେଶ ଆଚାର୍ଯ୍ୟ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ସୂଚନା ଅନୁସାରେ, ଯୁକ୍ତ ଦୁଇ ବିଜ୍ଞାନ ପାସ କରିବା ପରେ ଯୁବତୀ ଜଣକ ବ୍ରହ୍ମପୁରରେ ରହି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ୭ ତାରିଖ ସନ୍ଧ୍ୟାରେ ତାଙ୍କ ପ୍ରେମିକ ରାକେଶଙ୍କ ସହିତ ବାଇକରେ ବସି ଗୋପାଳପୁର ଯାଇଥିଲେ। ସେଠାରୁ ରାତିରେ ଫେରିବା ବେଳେ ଆଙ୍କୁଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟିଥିଲା। ଅମ୍ବିକା ଗୁରୁତର ହୋଇଥିଲେ। ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।। ପୋଲିସ ଏହି ଘଟଣାରେ ଶବ ଜବତ୍ କରି ତଦନ୍ତ କରିଥିଲା। ଅମ୍ବିକାଙ୍କ ମାମୁଙ୍କ ଅଭିଯୋଗ କ୍ରମେ ତଦନ୍ତ କରି ଅମ୍ବିକାଙ୍କୁ ହତ୍ୟା କରିବାର କାରଣ ଜାଣିବା ସହ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯାଇଥିବା ଜାଣିବା ପରେ ଗିରଫ କରିଥିଲା ପୋଲିସ ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର