ଓଡିଶାକୁ ବାତ୍ୟା ଦ୍ଵନ୍ଦ ଭିତରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ଆସୁଛି ବଡ଼ ଲଘୁଚାପ

Madhusudan Das Picture
Published On

ଭୁବନେଶ୍ୱର: ବାତ୍ୟା ଦ୍ଵନ୍ଦ ଭିତରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ l ଆସୁଛି ବଡ଼ ଲଘୁଚାପ I ଓଡିଶାକୁ ଡରାଉଛି ବାତ୍ୟା ଭୟ I  ମେ ଓ ଅକ୍ଟୋବର ମାସ ଆସିଲେ ଓଡିଶା ଲୋକଙ୍କୁ ଘାରେ ବାତ୍ୟା ଭୟ l ବଙ୍ଗୋପସାଗରରେ ବାତ୍ୟାକୁ ନେଇ ଦ୍ବନ୍ଦ୍ବ ବଢ଼ୁଥିବା ବେଳେ, ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ସମୁଦ୍ର ପତନ ଠାରୁ ଦେଢ଼ କିମି ଉଚ୍ଚ ଯାଏଁ ବ୍ୟାପିଛି। ଘୂର୍ଣ୍ଣିବଳୟଟି ଆହୁରି ଘନୀଭୂତ ହୋଇ ୧୨/୧୩ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ହେଲେ ଅବପାତ ସୃଷ୍ଟି ସମ୍ଭାବନା କମ ବୋଲି କହିଛି ପାଣିପାଗ ବିଭାଗ। ତେବେ ଲଘୁଚାପ ମଧ୍ୟ କେଉଁ ଆଡକୁ ଗତି କରିବ ତାହା ମଧ୍ୟ ଅସ୍ପଷ୍ଟ। ତଥାପି ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଉଛି।ଏପଟେ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ରାଜ୍ୟରେ ଏବେ ଟ୍ରାପ ଲାଇନ ପ୍ରଭାବ ରହିଛି। ଏହାର ପ୍ରଭାବ ୧୧ ତାରିଖ ପର୍ଯ୍ୟନ୍ତ ରହିବ। ଏହାପରେ ଏହି ଘୂର୍ଣ୍ଣିବଳୟର ଦିଗ ଜଣାପଡ଼ିବ ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଆସନ୍ତା ୨୪ ଘଣ୍ଟା ପାଇଁ  ୫ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲା ହେଉଛି ବାଲେଶ୍ୱର, ଭଦ୍ରକ,ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲା l ସେହିପରି ପଶ୍ଚିମ ଓଡିଶା, ଅଭୟନ୍ତରୀଣ ଓ ଦକ୍ଷିଣ ଓ ଉପକୂଳ ଓଡିଶାର ୨୫ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଦେଇଛି ପାଣିପାଗ ବିଭାଗ l ଏହି ଜିଲ୍ଲାରେ କାଳ ବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ୪୦ ରୁ ୫୦ କିଲୋମିଟର ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି l ସେପଟେ ଆସନ୍ତା ୧୧ ତାରିଖ ଯାଏ ରାଜ୍ୟରେ ଦିନ ତାପମାତ୍ରା  ୨ ରୁ ୩ ଡିଗ୍ରୀ ଭିତରେ ବୃଦ୍ଧି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ସେହିପରି ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ ରେ ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ଥିବାବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ରେ 20.5 ଡିଗ୍ରୀ ରେକର୍ଡ ହୋଇଛି l ସେହିପରି ଗତ ୨୪ ଘଣ୍ଟାରେ ମୟୁରଭଞ୍ଜ ଜିଲ୍ଲା ସାରସକଣ ଠାରେ ସର୍ବାଧିକ ୪୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର