ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’ର ମୂଳଦୂଆ ପକାଇଲେ ମହମ୍ମଦ ମୋକିମ

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାରେ ଜନ୍ମ ନେଲା ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ଆଜି ବିଧିବଦ୍ଧ ଭାବେ 'ଓଡ଼ିଶା ଜନତା କଂଗ୍ରେସ' ଦଳ ଗଠନ ହୋଇଛି। ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଏହି ଦଳର ମୂଳଦୂଆ ପଡ଼ିଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ଶହ ଶହ ସମର୍ଥକଙ୍କ ଭିଡ଼ ଜମିଥିଲା । କଂଗ୍ରେସରୁ ବହିଷ୍କାର ହେବା ପରେ ନୂଆ ଦଳ ଗଠନ ପାଇଁ ଅଣ୍ଟା ଭିଡ଼ିଥିଲେ ମୋକିମ । 

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ନୂଆ ଦଳ ଗଠନ ପରେ ମହମ୍ମଦ ମୋକିମ ଘୋଷଣା କରିଛନ୍ତି ଯେ, ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପୌର ଓ ପଞ୍ଚାୟତ ନିର୍ବାଚନରେ ଭାଗ ନେବ । ଯୁବ ଶକ୍ତି ଆଗକୁ ଆସିବା ପାଇଁ ସମାବେଶ ସ୍ଥଳରୁ ଆହ୍ୱାନ ଦେଇଛନ୍ତି । ମୋକିମଙ୍କ ନୂଆ ଦଳ ଲୋକାର୍ପଣ ଉତ୍ସବରେ ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ ଉପସ୍ଥିତ ଥିଲେ । ଶହ ଶହ ସମର୍ଥକଙ୍କ ଉପସ୍ଥିତିରେ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହୋଇଛି ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର