FIH ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଫାଇନାଲରେ ଭାରତୀୟ ମହିଳା ହକି ଟିମ୍, ଶୁଭେଚ୍ଛା ଜଣାଇଲେ ନବୀନ

Madhusudan Das Picture
Published On

ଭୁବନେଶ୍ୱର: ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଟାଲୀକୁ ୧-୦ ଗୋଲ୍‌ରେ ହରାଇ FIH ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍ । ସୋସିଆଲ ମିଡ଼ିଆ ସାଇଟ ‘X’ରେ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ଏହାସହ ଆଗାମୀ ଦିନରେ ହେବାକୁ ଥିବା ଫାଇନାଲ ମୁକାବିଲାରେ ରାଜ୍ୟ ଏବଂ ଦେଶର ନାଁକୁ ଗର୍ବାନ୍ୱିତ କରିବାକୁ ପ୍ରେରଣା ମଧ୍ୟ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ଚଳିତ ଏଫ୍ଆଇଏଚ୍ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି । ଶନିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ହେବ। ଗତକାଲି ଖେଳାଯାଇଥିବା ସେମିଫାଇନାଲରେ ଇଟାଲୀକୁ ୧-୦ ଗୋଲରେ ପରାସ୍ତ କରି ଭାରତ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ପୂର୍ବରୁ ସ୍କଟଲାଣ୍ଡକୁ ହରାଇ ଇଂଲଣ୍ଡ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ଭାରତ ଓ  ଇଂଲଣ୍ଡ ଫାଇନାଲ ମୁକାବିଲା ଆଜି ଅନୁଷ୍ଠିତ ହେବ। ଦ୍ୱିତୀୟ ସେମିଫାଇନାଲର ପ୍ରଥମାର୍ଦ୍ଧ ଖେଳ ଶେଷସୁଦ୍ଧା କେହି କାହାରିକୁ ଗୋଲ ଦେଇ ପାରି ନ ଥିଲେ। ତୃତୀୟ କ୍ୱାର୍ଟରରେ ମନୀଷା ଚୋହାନ ଗୋଲ ସ୍କୋର କରି ଭାରତକୁ ଅଗ୍ରଣୀ କରାଇଥିଲେ। ପୂର୍ବରୁ ଭାରତ ଓ ସ୍କଟଲାଣ୍ଡ ଗୋଟିଏ ଗ୍ରୁପ୍‌ରେ ସମାନ ୭ ପଏଣ୍ଟ ଲେଖାଏଁ ସଂଗ୍ରହ କରିଥିଲେ। ଗ୍ରୁପ୍‌ରେ ପ୍ରଥମ ସ୍ଥାନ ଅଧିକାର କରି ଭାରତ ଫାଇନାଲ ପୂର୍ବରୁ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଛି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

14 Mar 2026 By Madhusudan Das

FIH ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଫାଇନାଲରେ ଭାରତୀୟ ମହିଳା ହକି ଟିମ୍, ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଟାଲୀକୁ ୧-୦ ଗୋଲ୍‌ରେ ହରାଇ FIH ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍ । ସୋସିଆଲ ମିଡ଼ିଆ ସାଇଟ ‘X’ରେ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ଏହାସହ ଆଗାମୀ ଦିନରେ ହେବାକୁ ଥିବା ଫାଇନାଲ ମୁକାବିଲାରେ ରାଜ୍ୟ ଏବଂ ଦେଶର ନାଁକୁ ଗର୍ବାନ୍ୱିତ କରିବାକୁ ପ୍ରେରଣା ମଧ୍ୟ ଦେଇଛନ୍ତି ।

ଚଳିତ ଏଫ୍ଆଇଏଚ୍ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି । ଶନିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ହେବ। ଗତକାଲି ଖେଳାଯାଇଥିବା ସେମିଫାଇନାଲରେ ଇଟାଲୀକୁ ୧-୦ ଗୋଲରେ ପରାସ୍ତ କରି ଭାରତ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ପୂର୍ବରୁ ସ୍କଟଲାଣ୍ଡକୁ ହରାଇ ଇଂଲଣ୍ଡ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ଭାରତ ଓ  ଇଂଲଣ୍ଡ ଫାଇନାଲ ମୁକାବିଲା ଆଜି ଅନୁଷ୍ଠିତ ହେବ। ଦ୍ୱିତୀୟ ସେମିଫାଇନାଲର ପ୍ରଥମାର୍ଦ୍ଧ ଖେଳ ଶେଷସୁଦ୍ଧା କେହି କାହାରିକୁ ଗୋଲ ଦେଇ ପାରି ନ ଥିଲେ। ତୃତୀୟ କ୍ୱାର୍ଟରରେ ମନୀଷା ଚୋହାନ ଗୋଲ ସ୍କୋର କରି ଭାରତକୁ ଅଗ୍ରଣୀ କରାଇଥିଲେ। ପୂର୍ବରୁ ଭାରତ ଓ ସ୍କଟଲାଣ୍ଡ ଗୋଟିଏ ଗ୍ରୁପ୍‌ରେ ସମାନ ୭ ପଏଣ୍ଟ ଲେଖାଏଁ ସଂଗ୍ରହ କରିଥିଲେ। ଗ୍ରୁପ୍‌ରେ ପ୍ରଥମ ସ୍ଥାନ ଅଧିକାର କରି ଭାରତ ଫାଇନାଲ ପୂର୍ବରୁ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର