ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ, ଇମେଲ୍‌ରେ ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

Madhusudan Das Picture
Published On

କଟକ: ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ପୁଣି ଆସିଲା ବୋମା ଧମକ । କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଲା ଧମକପୂର୍ଣ ଇମେଲ୍ । କଟକ ଜିଲ୍ଲା କୋର୍ଟ, ଫୁଲବାଣୀ କୋର୍ଟ ଏବଂ  ପୁରୀ କୋର୍ଟକୁ ଆସିଛି ଏହି ଧମକପୂର୍ଣ ଇମେଲ୍ । ଘଟଣାସ୍ଥଳରେ ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ ମୁତୟନ ହୋଇଛନ୍ତି। କୋର୍ଟ ପରିସରରେ ତନାଘନା ଚାଲିଛି। ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ ଚାଲିଛି। ଏପରି ଧମକ ମିଳିବା ପରେ କୋର୍ଟ ପରିସର ଖାଲି କରାଯିବା ସହ ସୁରକ୍ଷା ବ୍ୟବସ୍ତା ବଢ଼ାଯାଇଛି ଏବଂ ଚେକିଂ ଜାରି ରହିଛି । ବୋମା ଧମକ ପରେ କୋର୍ଟ ପରିସରରେ ଭୟର ବାତାବରଣ ଦେଖା ଦେଇଛି । 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

କିଛି ଦିନ ତଳେ ରାଜ୍ୟର ଅନେକ କୋର୍ଟକୁ ଏପରି ବୋମା ଧମକ ଆସିଥିଲା। ପରେ ତାହା ଗୁଜବ ବୋଲି ଜଣାପଡ଼ିଥିଲା। ଗତ ଜାନୁଆରୀ ୮ ତାରିଖରେ ଓଡ଼ିଶା ସମେତ ବିଭିନ୍ନ ସହରରେ ଥିବା କୋର୍ଟକୁ ବୋମାରେ ଉଡ଼ାଇବାକୁ ଆସିଲା ଧମକପୂର୍ଣ୍ଣ ମେଲ୍। ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା। କଟକ, ସମ୍ବଲପୁର ଓ ଦେବଗଡ଼ କୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଧମକ ମଧ୍ୟ ଆସିଲା। 

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

06 Feb 2026 By Madhusudan Das

ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ, ଇମେଲ୍‌ରେ ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

କଟକ: ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ପୁଣି ଆସିଲା ବୋମା ଧମକ । କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଲା ଧମକପୂର୍ଣ ଇମେଲ୍ । କଟକ ଜିଲ୍ଲା କୋର୍ଟ, ଫୁଲବାଣୀ କୋର୍ଟ ଏବଂ  ପୁରୀ କୋର୍ଟକୁ ଆସିଛି ଏହି ଧମକପୂର୍ଣ ଇମେଲ୍ । ଘଟଣାସ୍ଥଳରେ ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ ମୁତୟନ ହୋଇଛନ୍ତି। କୋର୍ଟ ପରିସରରେ ତନାଘନା ଚାଲିଛି। ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ ଚାଲିଛି। ଏପରି ଧମକ ମିଳିବା ପରେ କୋର୍ଟ ପରିସର ଖାଲି କରାଯିବା ସହ ସୁରକ୍ଷା ବ୍ୟବସ୍ତା ବଢ଼ାଯାଇଛି ଏବଂ ଚେକିଂ ଜାରି ରହିଛି । ବୋମା ଧମକ ପରେ କୋର୍ଟ ପରିସରରେ ଭୟର ବାତାବରଣ ଦେଖା ଦେଇଛି । 

କିଛି ଦିନ ତଳେ ରାଜ୍ୟର ଅନେକ କୋର୍ଟକୁ ଏପରି ବୋମା ଧମକ ଆସିଥିଲା। ପରେ ତାହା ଗୁଜବ ବୋଲି ଜଣାପଡ଼ିଥିଲା। ଗତ ଜାନୁଆରୀ ୮ ତାରିଖରେ ଓଡ଼ିଶା ସମେତ ବିଭିନ୍ନ ସହରରେ ଥିବା କୋର୍ଟକୁ ବୋମାରେ ଉଡ଼ାଇବାକୁ ଆସିଲା ଧମକପୂର୍ଣ୍ଣ ମେଲ୍। ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା। କଟକ, ସମ୍ବଲପୁର ଓ ଦେବଗଡ଼ କୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଧମକ ମଧ୍ୟ ଆସିଲା। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର