'କମଲ କା ଫୁଲ, ହମାରା ଭୁଲ', ସୋସିଆଲ ମିଡ଼ିଆରେ କ୍ୟାମ୍ପେନ ଆରମ୍ଭ କରିବ ଯୁବ ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବ ଯୁବ ବିଜେଡି । ଶୀଘ୍ର କ୍ୟାମ୍ପେନ୍ ଆରମ୍ଭ କରିବେ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ । ବିଭିନ୍ନ ସ୍ଥାନରେ PUCC ପାଇଁ ଲାଇନରେ ଛିଡ଼ା ହୋଇଥିବା ଲୋକଙ୍କୁ ବୁଝାଇବେ । ଗାଡ଼ି ପଲ୍ୟୁସନ ସାର୍ଟିଫିକେଟକୁ ନେଇ ସରକାରଙ୍କ ରାଜସ୍ବ ଆଦାୟ ଫନ୍ଦି ରହିଛି । ଏନେଇ ଯୁବ ବିଜୁ ଜନତା ଦଳର ସଭାପତି ‘କମଲ୍ କା ଫୁଲ୍ ହମାରା ଭୁଲ୍’ ସ୍ଲୋଗାନ୍ ପ୍ରସ୍ତୁତ ହୋଇଛି । ସୋସିଆଲ୍ ମିଡିଆରେ ଏହାର ଏକ ଭିଡିଓ ପୋଷ୍ଟ ହେବ ବୋଲି ଯୁବ ବିଜେଡି ପକ୍ଷରୁ କୁହାଯାଇଛି ।                    

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି, ସରକାର ଏତେ ଜନବିରୋଧୀ ଓ ଅତ୍ୟାଚାରୀ ଯେ ମିଛ ଫାଇନ ଆଦାୟ କରୁଛନ୍ତି । ଘରେ ଥୁଆ ହୋଇଛି ଗାଡି, ମୟୂରଭଞ୍ଜରେ ଫାଇନ । କାର ଚାଳକର ହେଲମେଟ ପାଇଁ ଫାଇନ । ଏହି ମିଛ ଫାଇନ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । କୋର୍ଟ ଯିବାକୁ ବି ଲୋକଙ୍କ ପାଖରେ ସୁଯୋଗ ନାହିଁ । କାରଣ ସରକାର ଏହାକୁ ବନ୍ଦ କରି ଦେଇଛନ୍ତି । ଯଦି ପ୍ରଦୂଷଣ ପାଇଁ ଏତେ ଚିନ୍ତା ଅଛି, PUCC ପାଇଁ ଅଲଗା ବ୍ୟବସ୍ଥା କରନ୍ତୁ । ଚାଲାଣ ଅଲଗା କରନ୍ତୁ । ଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଛି । କ'ଣ ଖାଲି ଗାଡି ଯୋଗୁଁ ପ୍ରଦୂଷଣ ହେଉଛି? ଗଛ କଟା ଯାଉଛି, ଖଣି ଉତ୍ତୋଳନ, ଶିଳ୍ପ ସଂସ୍ଥାରୁ ପ୍ରଦୂଷଣ ହେଉନି । ଲଘୁ ଖଣିଜ ପାଇଁ କେତେ ଫାଇନ ହୋଇଛି? କେତେ ଶିଳ୍ପପତି ରାସ୍ତାରେ ଠିଆ ହୋଇ ଫାଇନ ଦେଉଛନ୍ତି । ଲୋକ ସୋସିଆଲ ମିଡ଼ିଆରେ ପୋଷ୍ଟ କରନ୍ତୁ ନିଜ କଷ୍ଟ ଓ କହିବେ ବିଜେପିକୁ ଭୋଟ ଦେଇ ଭୁଲ କଲୁ । କମଲ କା ଫୁଲ ଲୋଗୋଂ କା ଭୁଲ । ଏ କ୍ୟାମ୍ପେନ ଆରମ୍ଭ ହେବ । ୟୁ ଟର୍ଣ୍ଣ ନେବାକୁ ବାଧ୍ୟ ହେବେ ସରକାର । ଯୁବ ବିଜେଡି ଫାଇନ ଆଦାୟ ସ୍ଥାନରେ ପିକେଟିଂ କରିବ । ଲୋକଙ୍କୁ ଆର୍ଥିକ, ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳ କରୁଛି । ସରକାରଙ୍କ ମନମୁଖୀ ଶାସନ ବରଦାସ୍ତ କରାଯିବ ନାହିଁ । ମନ୍ତ୍ରୀ କହୁଛନ୍ତି, ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ। ସଚିବ କହୁଛନ୍ତି ପଲ୍ୟୁସନ ପାଇଁ ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ ନୁହେଁ । ଏଥିରେ କିଏ ଭୁଲ୍ ଏବଂ କିଏ ଠିକ୍ କହୁଛି ବୋଲି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ପ୍ରଶ୍ନ କରିଛନ୍ତି । 

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

05 Jan 2026 By Madhusudan Das

'କମଲ କା ଫୁଲ, ହମାରା ଭୁଲ', ସୋସିଆଲ ମିଡ଼ିଆରେ କ୍ୟାମ୍ପେନ ଆରମ୍ଭ କରିବ ଯୁବ ବିଜେଡି

ଭୁବନେଶ୍ୱର: ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବ ଯୁବ ବିଜେଡି । ଶୀଘ୍ର କ୍ୟାମ୍ପେନ୍ ଆରମ୍ଭ କରିବେ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ । ବିଭିନ୍ନ ସ୍ଥାନରେ PUCC ପାଇଁ ଲାଇନରେ ଛିଡ଼ା ହୋଇଥିବା ଲୋକଙ୍କୁ ବୁଝାଇବେ । ଗାଡ଼ି ପଲ୍ୟୁସନ ସାର୍ଟିଫିକେଟକୁ ନେଇ ସରକାରଙ୍କ ରାଜସ୍ବ ଆଦାୟ ଫନ୍ଦି ରହିଛି । ଏନେଇ ଯୁବ ବିଜୁ ଜନତା ଦଳର ସଭାପତି ‘କମଲ୍ କା ଫୁଲ୍ ହମାରା ଭୁଲ୍’ ସ୍ଲୋଗାନ୍ ପ୍ରସ୍ତୁତ ହୋଇଛି । ସୋସିଆଲ୍ ମିଡିଆରେ ଏହାର ଏକ ଭିଡିଓ ପୋଷ୍ଟ ହେବ ବୋଲି ଯୁବ ବିଜେଡି ପକ୍ଷରୁ କୁହାଯାଇଛି ।                    

ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି, ସରକାର ଏତେ ଜନବିରୋଧୀ ଓ ଅତ୍ୟାଚାରୀ ଯେ ମିଛ ଫାଇନ ଆଦାୟ କରୁଛନ୍ତି । ଘରେ ଥୁଆ ହୋଇଛି ଗାଡି, ମୟୂରଭଞ୍ଜରେ ଫାଇନ । କାର ଚାଳକର ହେଲମେଟ ପାଇଁ ଫାଇନ । ଏହି ମିଛ ଫାଇନ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । କୋର୍ଟ ଯିବାକୁ ବି ଲୋକଙ୍କ ପାଖରେ ସୁଯୋଗ ନାହିଁ । କାରଣ ସରକାର ଏହାକୁ ବନ୍ଦ କରି ଦେଇଛନ୍ତି । ଯଦି ପ୍ରଦୂଷଣ ପାଇଁ ଏତେ ଚିନ୍ତା ଅଛି, PUCC ପାଇଁ ଅଲଗା ବ୍ୟବସ୍ଥା କରନ୍ତୁ । ଚାଲାଣ ଅଲଗା କରନ୍ତୁ । ଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଛି । କ'ଣ ଖାଲି ଗାଡି ଯୋଗୁଁ ପ୍ରଦୂଷଣ ହେଉଛି? ଗଛ କଟା ଯାଉଛି, ଖଣି ଉତ୍ତୋଳନ, ଶିଳ୍ପ ସଂସ୍ଥାରୁ ପ୍ରଦୂଷଣ ହେଉନି । ଲଘୁ ଖଣିଜ ପାଇଁ କେତେ ଫାଇନ ହୋଇଛି? କେତେ ଶିଳ୍ପପତି ରାସ୍ତାରେ ଠିଆ ହୋଇ ଫାଇନ ଦେଉଛନ୍ତି । ଲୋକ ସୋସିଆଲ ମିଡ଼ିଆରେ ପୋଷ୍ଟ କରନ୍ତୁ ନିଜ କଷ୍ଟ ଓ କହିବେ ବିଜେପିକୁ ଭୋଟ ଦେଇ ଭୁଲ କଲୁ । କମଲ କା ଫୁଲ ଲୋଗୋଂ କା ଭୁଲ । ଏ କ୍ୟାମ୍ପେନ ଆରମ୍ଭ ହେବ । ୟୁ ଟର୍ଣ୍ଣ ନେବାକୁ ବାଧ୍ୟ ହେବେ ସରକାର । ଯୁବ ବିଜେଡି ଫାଇନ ଆଦାୟ ସ୍ଥାନରେ ପିକେଟିଂ କରିବ । ଲୋକଙ୍କୁ ଆର୍ଥିକ, ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳ କରୁଛି । ସରକାରଙ୍କ ମନମୁଖୀ ଶାସନ ବରଦାସ୍ତ କରାଯିବ ନାହିଁ । ମନ୍ତ୍ରୀ କହୁଛନ୍ତି, ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ। ସଚିବ କହୁଛନ୍ତି ପଲ୍ୟୁସନ ପାଇଁ ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ ନୁହେଁ । ଏଥିରେ କିଏ ଭୁଲ୍ ଏବଂ କିଏ ଠିକ୍ କହୁଛି ବୋଲି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ପ୍ରଶ୍ନ କରିଛନ୍ତି । 

https://www.thesakala.in/latest-odisha-news/byjd-to-launch-campaign-on-social-media-against-state-government/article-43931
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର