ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟପ୍ ମାଓନେତା ଗଣେଶ ସମେତ ୪ ନିହତ

Madhusudan Das Picture
Published On

କନ୍ଧମାଳ: ଏନ୍‌କାଉଣ୍ଟରରେ ୪ ମାଓବାଦୀ ସଫା । ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ କୁପାଟି ତାଳଜୀବିକା ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୪ ମାଓବାଦୀ । ଏନ୍‌କାଉଣ୍ଟରରେ ଟପ୍ ମାଓନେତା ଗଣେଶ ସମେତ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ଗଣେଷ ଓଡ଼ିଶା କ୍ୟାଡର ମୁଖ୍ୟ ଥିଲେ । ଗଣେଶ ନାଁରେ ଥିଲା ୧.୧୦ କୋଟି ଟଙ୍କା ପୁରସ୍କାର । ମୃତ ମାଓବାଦୀଙ୍କ ମଧ୍ୟରେ ୨ ପୁରୁଷ ଓ ୨ ମହିଳା ଥିବା ସୂଚନା । ୩ ମାଓବାଦୀଙ୍କ ପରିଚୟ ଏଯାଏ ମିଳିନାହିଁ । ସେମାନଙ୍କ ପାଖରୁ ୨ଟି ଇନସାସ୍ ରାଇଫଲ୍ ଏବଂ ଗୋଟିଏ ୩୦୩ ରାଇଫଲ୍ ଜବତ ହୋଇଛି। ଗୁଇନ୍ଦା ସୂଚନା ଆଧାରରେ କନ୍ଧମାଳ ଜିଲ୍ଲାର ଚକାପାଦ ଥାନା ଅଞ୍ଚଳ ଏବଂ ଗଞ୍ଜାମର ରମ୍ଭା ଜଙ୍ଗଲ ସୀମାରେ ଏକ ବଡ଼ ଧରଣର ଯୁଗ୍ମ ଅପରେସନ୍ କରାଯାଇଥିଲା । ସମ୍ପୃକ୍ତ ଅଞ୍ଚଳରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

25 Dec 2025 By Madhusudan Das

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟପ୍ ମାଓନେତା ଗଣେଶ ସମେତ ୪ ନିହତ

କନ୍ଧମାଳ: ଏନ୍‌କାଉଣ୍ଟରରେ ୪ ମାଓବାଦୀ ସଫା । ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ କୁପାଟି ତାଳଜୀବିକା ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୪ ମାଓବାଦୀ । ଏନ୍‌କାଉଣ୍ଟରରେ ଟପ୍ ମାଓନେତା ଗଣେଶ ସମେତ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ଗଣେଷ ଓଡ଼ିଶା କ୍ୟାଡର ମୁଖ୍ୟ ଥିଲେ । ଗଣେଶ ନାଁରେ ଥିଲା ୧.୧୦ କୋଟି ଟଙ୍କା ପୁରସ୍କାର । ମୃତ ମାଓବାଦୀଙ୍କ ମଧ୍ୟରେ ୨ ପୁରୁଷ ଓ ୨ ମହିଳା ଥିବା ସୂଚନା । ୩ ମାଓବାଦୀଙ୍କ ପରିଚୟ ଏଯାଏ ମିଳିନାହିଁ । ସେମାନଙ୍କ ପାଖରୁ ୨ଟି ଇନସାସ୍ ରାଇଫଲ୍ ଏବଂ ଗୋଟିଏ ୩୦୩ ରାଇଫଲ୍ ଜବତ ହୋଇଛି। ଗୁଇନ୍ଦା ସୂଚନା ଆଧାରରେ କନ୍ଧମାଳ ଜିଲ୍ଲାର ଚକାପାଦ ଥାନା ଅଞ୍ଚଳ ଏବଂ ଗଞ୍ଜାମର ରମ୍ଭା ଜଙ୍ଗଲ ସୀମାରେ ଏକ ବଡ଼ ଧରଣର ଯୁଗ୍ମ ଅପରେସନ୍ କରାଯାଇଥିଲା । ସମ୍ପୃକ୍ତ ଅଞ୍ଚଳରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

https://www.thesakala.in/latest-odisha-news/4-including-top-maoist-leader-ganesh-killed-in-police-encounter/article-43780
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର