ଶ୍ରୀମନ୍ଦିରକୁ ନେଇ ବିବାଦୀୟ ଟିପ୍ପଣୀ: ନିଜ ୟୁ-ଟ୍ୟୁବ୍‌ ଚ୍ୟାନେଲରୁ ଭିଡିଓ ହଟାଇ କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା

Madhusudan Das Picture
Published On

ପୁରୀ: ଶ୍ରୀମନ୍ଦିର ବାବଦରେ ବିବାଦୀୟ ଟିପ୍ପଣୀ ଦେଇଥିବା ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର୍‌ ଶୁଭଙ୍କର ମିଶ୍ରା କ୍ଷମା ମାଗିଛନ୍ତି। ଏହାସହ ନିଜ ୟୁ-ଟ୍ୟୁବ୍‌ ଚ୍ୟାନେଲରୁ ଉକ୍ତ ଭିଡିଓକୁ ହଟାଇ ଦେଇଛନ୍ତି। ତାଙ୍କର ଏହି ଭିଡିଓ ପାଇଁ ସେ ଜଗନ୍ନାଥପ୍ରେମୀ ବିଶେଷକରି ଓଡ଼ିଶାବାସୀଙ୍କ ନିକଟରେ ନିଜର ଭୁଲ୍‌ ସ୍ୱୀକାର କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଶୁଭଙ୍କର ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି, ଦେଶର ବିଭିନ୍ନ ମନ୍ଦିରର କିଛି ଅଜଣା କଥା ଏବଂ କାହାଣୀକୁ ସେ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ହେଲେ ଶ୍ରୀମନ୍ଦିରକୁ ନେଇ ସେ ଯେଉଁ ପ୍ରସଙ୍ଗ ସାମ୍ନାକୁ ଆଣିଥିଲେ, ସେଥିପାଇଁ ତାଙ୍କୁ ଦାୟୀ କରାଯାଉଛି। ଉକ୍ତ ଭିଡିଓକୁ ନେଇ ଓଡ଼ିଶା ବିଶେଷକରି ପୁରୀର କିଛି ବନ୍ଧୁ ମୋତେ ‘ଆପଣ ଭୁଲ୍‌ ବାର୍ତ୍ତା ଦେଇଛନ୍ତି’ ବୋଲି କହିଥିଲେ। ଏହା ଜାଣିବା ପରେ ଏହାକୁ ଡିଲିଟ୍‌ କରିଦେଇଛି। ପରମ୍ପରାକୁ ଅପମାନ, ଜାଣିଶୁଣି କୌଣସି ଆସ୍ଥାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା। ମୁଁ ସନାତନ ଧର୍ମର ପ୍ରଚାରପ୍ରସାର କରିଆସୁଛି। ଜଣେ ସନାତନୀ ଭାବେ ଲୋକଙ୍କ ଭାବନାକୁ ସମ୍ମାନ ଦେଉଛି। ଧର୍ମର ଭଲ କଥା ଅଧିକ ପ୍ରଚାର ପ୍ରସାର ହେଉ। ଜଗନ୍ନାଥ ମହାପ୍ରଭୁ ମୋର ଆରାଧ୍ୟ। ପୁରୀ ଧାମକୁ ମୁଁ ମୋର ଘର ଭଳି ଭାବିଥାଏ। ଓଡ଼ିଶା ଲୋକେ ମୋତ ବହୁତ ଭଲ ପାଇବା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ସୂଚନାଥାଉ କି, ଶୁଭଙ୍କର ନିଜ ପଡ୍‌କାଷ୍ଟରେ କହିଥିଲେ ଯେ ଯଦି କୌଣସି ପ୍ରେମୀଯୁଗଳ ଶ୍ରୀମନ୍ଦିର ଯାଆନ୍ତି ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବା ସେମାନେ ବିବାହ କରିପାରନ୍ତି ନାହିଁ। କାରଣ ଶ୍ରୀମନ୍ଦିର ଉପରେ ମା’ ରାଧାରାଣୀଙ୍କ ଅଭିଶାପ ପଡ଼ିଛି। ମା’ ରାଧାରାଣୀ ପ୍ରଭୁ ଜଗନ୍ନାଥ ରୂପରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ ସେବାୟତମାନେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିଲେ। ଆଉ କହିଥିଲେ ମନ୍ଦିର ଭିତରକୁ ଭଗବାନଙ୍କ ପତ୍ନୀଙ୍କୁ ମଧ୍ୟ ଆସିବାର ଅନୁମତି ନାହିଁ। ଏଥିରେ କ୍ରୋଧିତ ହୋଇ ମା’ ରାଧାରାଣୀ ଅଭିଶାପ ଦେଇଥିଲେ ଯେ ଆଜିଠୁ କୌଣସି ଅବିବାହିତ ଯୋଡ଼ି ମନ୍ଦିର ଭିତରକୁ ଆସିଲେ ସେମାନଙ୍କର ସମ୍ପର୍କ ଭାଙ୍ଗିଯିବ ଏବଂ ବିବାହ ହୋଇପାରିବ ନାହିଁ। ଏଭଳି ଭୁଲ୍‌ ଉପସ୍ଥାପନାକୁ ନେଇ ଜଗନ୍ନାଥପ୍ରେମୀ, ଗବେଷକ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର