ଆଜିଠାରୁ ମାଟ୍ରିକ୍‌ ପରୀକ୍ଷା ପାଇଁ ଆରମ୍ଭ ହେଉଛି ଫର୍ମପୂରଣ, ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା

Madhusudan Das Picture
Published On

କଟକ: ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଆରମ୍ଭ ହେଉଛି ଫର୍ମ ପୂରଣ । ରେଗୁଲାର,ଏକ୍ସ-ରେଗୁଲାର ପରୀକ୍ଷା ପାଇଁ ହେବ ଫର୍ମପୂରଣ । ନଭେମ୍ବର ୮ରୁ ୨୨ ତାରିଖ ଯାଏଁ ଫର୍ମପୂରଣ କରିପାରିବେ ଛାତ୍ରଛାତ୍ରୀ । ୨୦୨୬ ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମପୂରଣ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ୮ରୁ ନଭେମ୍ବର ୨୨ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନଲାଇନ୍‌ରେ ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ବିଦ୍ୟାଳୟ ମୁଖ୍ୟଙ୍କ ଦ୍ୱାରା କରାଯିବ। 

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ସେହିଭଳି ପତ୍ରମାଧ୍ୟମ ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ ପରୀକ୍ଷାର୍ଥୀ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟରେ ଉପ-ସମ୍ପାଦକଙ୍କ ଦ୍ୱାରା ଅଫଲାଇନ୍‌ରେ ଫର୍ମପୂରଣ କରାଇବେ ବୋଲି କୁହାଯାଇଛି। ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ ଫର୍ମପୂରଣ ପ୍ରକ୍ରିୟା ଉପରୋକ୍ତ ଅବଧିରେ ଜିଲ୍ଲା ଓ ବ୍ଲକ୍‌ ଷ୍ଟଡିସେଣ୍ଟର୍‌ର ମୁଖ୍ୟଙ୍କ ଦ୍ୱାରା ସମ୍ପାଦନ କରାଯିବ। ମଧ୍ୟମା ପରୀକ୍ଷା ପାଇଁ ସଂସ୍କୃତ ଟୋଲ୍‌ର ମୁଖ୍ୟମାନେ ଆସନ୍ତା ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ଅଫଲାଇନ୍‌ରେ କରିବେ ବୋଲି ବୋର୍ଡ କହିଛି।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

08 Nov 2025 By Madhusudan Das

ଆଜିଠାରୁ ମାଟ୍ରିକ୍‌ ପରୀକ୍ଷା ପାଇଁ ଆରମ୍ଭ ହେଉଛି ଫର୍ମପୂରଣ, ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା

କଟକ: ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଆରମ୍ଭ ହେଉଛି ଫର୍ମ ପୂରଣ । ରେଗୁଲାର,ଏକ୍ସ-ରେଗୁଲାର ପରୀକ୍ଷା ପାଇଁ ହେବ ଫର୍ମପୂରଣ । ନଭେମ୍ବର ୮ରୁ ୨୨ ତାରିଖ ଯାଏଁ ଫର୍ମପୂରଣ କରିପାରିବେ ଛାତ୍ରଛାତ୍ରୀ । ୨୦୨୬ ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମପୂରଣ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ୮ରୁ ନଭେମ୍ବର ୨୨ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନଲାଇନ୍‌ରେ ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ବିଦ୍ୟାଳୟ ମୁଖ୍ୟଙ୍କ ଦ୍ୱାରା କରାଯିବ। 

ସେହିଭଳି ପତ୍ରମାଧ୍ୟମ ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ ପରୀକ୍ଷାର୍ଥୀ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟରେ ଉପ-ସମ୍ପାଦକଙ୍କ ଦ୍ୱାରା ଅଫଲାଇନ୍‌ରେ ଫର୍ମପୂରଣ କରାଇବେ ବୋଲି କୁହାଯାଇଛି। ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ ଫର୍ମପୂରଣ ପ୍ରକ୍ରିୟା ଉପରୋକ୍ତ ଅବଧିରେ ଜିଲ୍ଲା ଓ ବ୍ଲକ୍‌ ଷ୍ଟଡିସେଣ୍ଟର୍‌ର ମୁଖ୍ୟଙ୍କ ଦ୍ୱାରା ସମ୍ପାଦନ କରାଯିବ। ମଧ୍ୟମା ପରୀକ୍ଷା ପାଇଁ ସଂସ୍କୃତ ଟୋଲ୍‌ର ମୁଖ୍ୟମାନେ ଆସନ୍ତା ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ଅଫଲାଇନ୍‌ରେ କରିବେ ବୋଲି ବୋର୍ଡ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର