ଆସୁଛି ଆଉ ଏକ ଲଘୁଚାପ; ୧୧ରୁ ପୁଣିଥରେ ବୃଦ୍ଧି ପାଇବବର୍ଷାର ପ୍ରଭାବ…

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରୁ ରାଜ୍ୟରେ ପୁଣିଥରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବ। ୧୩-୧୪ ତାରିଖ ବେଳକୁ କେନ୍ଦ୍ରୀୟ ତଥା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ମାତ୍ରାଧିକ ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ୧୧ ତାରିଖରେ ମାଲକାନଗିରି ଓ କୋରାପୁଟରେ ସବୁଠୁ ଅଧିକ ବର୍ଷା ଆଶଙ୍କା ରହିଥିବା ବେଳେ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ […]

ଭୁବନେଶ୍ୱର: ଆସନ୍ତା ୧୧ ତାରିଖରୁ ରାଜ୍ୟରେ ପୁଣିଥରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବ। ୧୩-୧୪ ତାରିଖ ବେଳକୁ କେନ୍ଦ୍ରୀୟ ତଥା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ମାତ୍ରାଧିକ ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ୧୧ ତାରିଖରେ ମାଲକାନଗିରି ଓ କୋରାପୁଟରେ ସବୁଠୁ ଅଧିକ ବର୍ଷା ଆଶଙ୍କା ରହିଥିବା ବେଳେ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ବର୍ତ୍ତମାନ ଓଡ଼ିଶା ଉପରେ ମୌସୁମୀ ଟ୍ରଫ୍‌ ସହିତ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ ସ୍ଥିତି ସୃଷ୍ଟି ହେଉଛି। ସୋମବାର ପାରଳାଖେମୁଣ୍ଡିରେ ସର୍ବାଧିକ ୫୨ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୧୧ମିମି ଓ ଚାନ୍ଦବାଲିରେ ୧୦ ମିମି ବର୍ଷା ରେକର୍ଡ ହୋଇଛି। ଏହି ସ୍ଥିତି ଆଗକୁ ମଧ୍ୟ ଜାରି ରହିବାର ସମ୍ଭାବନା ରହିଛି। ମୌସୁମୀ ଋତୁରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୬୩ ମିମି ବର୍ଷା ରେକର୍ଡ ହୋଇଛି। ଏହି ସମୟ ସୁଦ୍ଧା ସ୍ୱାଭାବିକ ବର୍ଷା ୯୯୨ ମିମି ତୁଳନାରେ ବର୍ଷାର ପରିମାଣ ୩ ପ୍ରତିଶତ କମ୍‌ ରହିଛି। ମୋଟ୍‌ ୮ ଟି ଜିଲ୍ଲାରେ ବର୍ଷାର ସ୍ଥିତି ନିଅଣ୍ଟିଆ ରହିଥିବା ବେଳେ ୬ ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ଓ ବାକି ସମସ୍ତ ଜିଲ୍ଲାରେ ବର୍ଷାର ପରିମାଣ ସ୍ୱାଭାବିକ ରହିଛି।
ଅନ୍ୟପଟେ ମୁଣ୍ଡଳୀରେ ଜଳସ୍ତର କମିବାରେ ଲାଗିଛି। ବର୍ତ୍ତମାନ ମୁଣ୍ଡଳୀରେ ୪ଲକ୍ଷ ୫୮ ହଜାର କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଛି। ରବିବାର ମୁଣ୍ଡଳୀରେ ସର୍ବାଧିକ ୬ ଲକ୍ଷ ୨୬ ହଜାର କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଥିଲା। ସେହି ପାଣି ବର୍ତ୍ତମାନ ଜଗତସିଂହପୁର, ପୁରୀ ଆଦିକୁ ପ୍ରବେଶ କରୁଛି। ତେଣୁ ଏହା ପ୍ରଭାବରେ କିଛି କିଛି ପାଣି ବଢ଼ିବ। ସେଠାରେ ଧୀରେଧୀରେ ବନ୍ୟାଜଳ ହ୍ରାସ ପାଇବ। କଣାସର ପଠା ଅଞ୍ଚଳରେ କିଛି ପ୍ରଭାବିତ ହେବ। ବର୍ଷାର ପରିମାଣ ମଧ୍ୟ ବିଶେଷ ଅନୁଭୂତ ହୋଇନାହିଁ। ତେଣୁ ରାଜ୍ୟର ସବୁ ନଦୀରେ ଜଳସ୍ତର ହ୍ରାସ ପାଇଛି ଓ କୌଣସି ସ୍ଥାନରେ ବିପଦ ସଙ୍କେତ ଉପରେ ନାହିଁ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର