ଭୁଶୁଡ଼ିଲା ବ୍ରିଜ; ନଦୀରେ ଭାସିଗଲେ ୨୫ରୁ ଅଧିକ ପର୍ଯ୍ୟଟକ, ୨ ମୃତ

The Sakala Picture
Published On

ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ରବିବାର ଦିନ ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ଏକ ପୋଲ ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ୨୫-୩୦ ଜଣ ପର୍ଯ୍ୟଟକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ସେମାନଙ୍କ ମଧ୍ୟରେ ଅନେକ ଛୋଟ ପିଲା ଅଛନ୍ତି। ଏନଡିଆରଏଫ ଦଳ, ପୋଲିସ ଏବଂ ସ୍ଥାନୀୟ ଲୋକମାନେ ନଦୀରେ ଭାସିଯାଇଥିବା ଲୋକଙ୍କୁ ଖୋଜିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି। ମିଳିଥିବା ଖବର ଅନୁସାରେ, ବ୍ରିଜ ଭୁଶୁଡ଼ିବା ଯୋଗୁ ୨ ଜଣଙ୍କ ମୃତ ହୋଇଥିବା ବେଳେ ଏହି […]

ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ରବିବାର ଦିନ ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ଏକ ପୋଲ ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ୨୫-୩୦ ଜଣ ପର୍ଯ୍ୟଟକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ସେମାନଙ୍କ ମଧ୍ୟରେ ଅନେକ ଛୋଟ ପିଲା ଅଛନ୍ତି। ଏନଡିଆରଏଫ ଦଳ, ପୋଲିସ ଏବଂ ସ୍ଥାନୀୟ ଲୋକମାନେ ନଦୀରେ ଭାସିଯାଇଥିବା ଲୋକଙ୍କୁ ଖୋଜିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌

ମିଳିଥିବା ଖବର ଅନୁସାରେ, ବ୍ରିଜ ଭୁଶୁଡ଼ିବା ଯୋଗୁ ୨ ଜଣଙ୍କ ମୃତ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ମାଭାଲର ପର୍ଯ୍ୟଟନସ୍ଥଳୀ କୁଣ୍ଡମାଲାରେ ଏହି ଦୁର୍ଘଟଣା ଘଟିଛି। ଗତ ଦୁଇ ଦିନ ଧରି ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାରୁ ଇନ୍ଦ୍ରାୟଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ନଦୀ କୂଳରେ ବହୁ ସଂଖ୍ୟକ ଲୋକ ଜମା ହୋଇଥିଲେ।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

15 Jun 2025 By The Sakala

ଭୁଶୁଡ଼ିଲା ବ୍ରିଜ; ନଦୀରେ ଭାସିଗଲେ ୨୫ରୁ ଅଧିକ ପର୍ଯ୍ୟଟକ, ୨ ମୃତ

ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ରବିବାର ଦିନ ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ଏକ ପୋଲ ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ୨୫-୩୦ ଜଣ ପର୍ଯ୍ୟଟକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ସେମାନଙ୍କ ମଧ୍ୟରେ ଅନେକ ଛୋଟ ପିଲା ଅଛନ୍ତି। ଏନଡିଆରଏଫ ଦଳ, ପୋଲିସ ଏବଂ ସ୍ଥାନୀୟ ଲୋକମାନେ ନଦୀରେ ଭାସିଯାଇଥିବା ଲୋକଙ୍କୁ ଖୋଜିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି।

ମିଳିଥିବା ଖବର ଅନୁସାରେ, ବ୍ରିଜ ଭୁଶୁଡ଼ିବା ଯୋଗୁ ୨ ଜଣଙ୍କ ମୃତ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ମାଭାଲର ପର୍ଯ୍ୟଟନସ୍ଥଳୀ କୁଣ୍ଡମାଲାରେ ଏହି ଦୁର୍ଘଟଣା ଘଟିଛି। ଗତ ଦୁଇ ଦିନ ଧରି ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାରୁ ଇନ୍ଦ୍ରାୟଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ନଦୀ କୂଳରେ ବହୁ ସଂଖ୍ୟକ ଲୋକ ଜମା ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର