ରାଜ୍ୟ କ୍ୟାବିନେଟ୍‌ରେ ୬ଟି ପ୍ରସ୍ତାବକୁ ଅନୁମୋଦନ, ଶିକ୍ଷାନୁଷ୍ଠାନରେ ନୂଆ ସଂରକ୍ଷଣ ଲାଗୁ ନିଷ୍ପତ୍ତି…

The Sakala Picture
Published On

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟ ସରକାର ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ସାମାଜିକ ଓ ଆର୍ଥିକ ଭାବେ ପଛୁଆ ପିଲାଙ୍କ ପାଇଁ ଶିକ୍ଷା ଗ୍ରହଣ ଓ ଚାକିରି କ୍ଷେତ୍ରରେ ନୂଆ ସଂରକ୍ଷଣ ବ୍ୟବସ୍ଥା […]

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟ ସରକାର ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ସାମାଜିକ ଓ ଆର୍ଥିକ ଭାବେ ପଛୁଆ ପିଲାଙ୍କ ପାଇଁ ଶିକ୍ଷା ଗ୍ରହଣ ଓ ଚାକିରି କ୍ଷେତ୍ରରେ ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଅନୁସୂଚିତ ଜାତି ଓ ଜନଜାତି ପାଇଁ ଯାହା ସଂରକ୍ଷଣ ବ୍ୟବସ୍ଥା ଥିଲା ରହିବ। ସାମାଜିକ ଓ ଆର୍ଥିକ ପଛୁଆ ବର୍ଗ ପାଇଁ ନାମ ଲେଖାରେ ୧୧.୨୫ ପ୍ରତିଶତ ସଂରକ୍ଷଣ ରହିବ। ଚଳିତ ଶିକ୍ଷା ବର୍ଷରୁ ଏହା ଲାଗୁହେବ ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଉଚ୍ଚ ସ୍ନାତକ, ସ୍ନାତକତୋର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ ର ବିପିଏଡ଼/ଏମପିଏଡ଼ ପାଠ୍ୟକ୍ରମରେ ଲାଗୁ କରାଯିବ। ଅନୁଷ୍ଠାନରେ ଜନଜାତି ଛାତ୍ର ଛାତ୍ରୀ ପାଇଁ ୨୨.୦୫% , ଅନୁସୂଚିତ ଜାତି ୧୬.୨୫%, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପାଇଁ ୫%ଓ ପୂର୍ବତନ ସେନାନଙ୍କ ପାଇଁ ପରିବାର ସଦସ୍ୟ ପାଇଁ ୧%ଆସନ ସଂରକ୍ଷଣ ପ୍ରଚଳନ ହେବ। ବିଗତ ଦିନରେ ନେତୃତ୍ୱ ନେଉଥିବା ସରକାର ବିଫଳ ହୋଇଥିଲେ।ରାଜନୈତିକ ଅଭିଶନ୍ଧି ଭାବେ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ବାସ୍ତବତା ଦୂରରେ ଥିଲା। ନୂଆ ସରକାର ସାମ୍ବିଧାନିକ ଅଧିକାର ଦେଇଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଦକ୍ଷତା ଓ ବୈଷୟିକ ବିଭାଗରେ ନିୟମାବଳୀ ସଂଶୋଧନ କରିଛନ୍ତି। ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ କାର୍ଯ୍ୟ କରିବ। ଯୋଜନା ଅଧୀନରେ ସହାୟତା ବୃଦ୍ଧି କରାଯାଇଛି। ଆଗାମୀ ୫ ବର୍ଷ ପାଇଁ ୧୬୨୩ କୋଟି ୧୦ ଲକ୍ଷ ଅନୁମୋଦନ କରାଯାଇଛି। ଗତ ଏପ୍ରିଲ ୧ ତାରିଖ ଠାରୁ ଏହା ଲାଗୁ କରାଯାଇଛି। ମମତା ଯୋଜନାରେ ହିତାଧିକାରୀ ବୟସ ୧୯ ବର୍ଷ ଓ ତାଠାରୁ ଅଧିକ ଥିଲା ଏବେ ୧୮ ବର୍ଷ ୭ ମାସରୁ ୫୫ ବର୍ଷ ଧର୍ଯ୍ୟ କରାଯାଇଛି। ଗୋଟିଏ ବର୍ଷ ପ୍ରସବ ପୂର୍ବ ଯାଞ୍ଚ ପରେ ମିଳିବ ପ୍ରଥମ କିସ୍ତି। କନ୍ୟା ସନ୍ତାନ ପାଇଁ ମିଳିବ ୧୨ ହଜାର ଟଙ୍କା। ପୁତ୍ର ସନ୍ତାନ ପାଇଁ ୧୦ ହଜାର ଟଙ୍କା।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

14 May 2025 By The Sakala

ରାଜ୍ୟ କ୍ୟାବିନେଟ୍‌ରେ ୬ଟି ପ୍ରସ୍ତାବକୁ ଅନୁମୋଦନ, ଶିକ୍ଷାନୁଷ୍ଠାନରେ ନୂଆ ସଂରକ୍ଷଣ ଲାଗୁ ନିଷ୍ପତ୍ତି…

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟ ସରକାର ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ସାମାଜିକ ଓ ଆର୍ଥିକ ଭାବେ ପଛୁଆ ପିଲାଙ୍କ ପାଇଁ ଶିକ୍ଷା ଗ୍ରହଣ ଓ ଚାକିରି କ୍ଷେତ୍ରରେ ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଅନୁସୂଚିତ ଜାତି ଓ ଜନଜାତି ପାଇଁ ଯାହା ସଂରକ୍ଷଣ ବ୍ୟବସ୍ଥା ଥିଲା ରହିବ। ସାମାଜିକ ଓ ଆର୍ଥିକ ପଛୁଆ ବର୍ଗ ପାଇଁ ନାମ ଲେଖାରେ ୧୧.୨୫ ପ୍ରତିଶତ ସଂରକ୍ଷଣ ରହିବ। ଚଳିତ ଶିକ୍ଷା ବର୍ଷରୁ ଏହା ଲାଗୁହେବ ।

ଉଚ୍ଚ ସ୍ନାତକ, ସ୍ନାତକତୋର, ଶିକ୍ଷକ ଶିକ୍ଷା ଓ ଆଇନ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ ର ବିପିଏଡ଼/ଏମପିଏଡ଼ ପାଠ୍ୟକ୍ରମରେ ଲାଗୁ କରାଯିବ। ଅନୁଷ୍ଠାନରେ ଜନଜାତି ଛାତ୍ର ଛାତ୍ରୀ ପାଇଁ ୨୨.୦୫% , ଅନୁସୂଚିତ ଜାତି ୧୬.୨୫%, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପାଇଁ ୫%ଓ ପୂର୍ବତନ ସେନାନଙ୍କ ପାଇଁ ପରିବାର ସଦସ୍ୟ ପାଇଁ ୧%ଆସନ ସଂରକ୍ଷଣ ପ୍ରଚଳନ ହେବ। ବିଗତ ଦିନରେ ନେତୃତ୍ୱ ନେଉଥିବା ସରକାର ବିଫଳ ହୋଇଥିଲେ।ରାଜନୈତିକ ଅଭିଶନ୍ଧି ଭାବେ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ବାସ୍ତବତା ଦୂରରେ ଥିଲା। ନୂଆ ସରକାର ସାମ୍ବିଧାନିକ ଅଧିକାର ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଦକ୍ଷତା ଓ ବୈଷୟିକ ବିଭାଗରେ ନିୟମାବଳୀ ସଂଶୋଧନ କରିଛନ୍ତି। ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ କାର୍ଯ୍ୟ କରିବ। ଯୋଜନା ଅଧୀନରେ ସହାୟତା ବୃଦ୍ଧି କରାଯାଇଛି। ଆଗାମୀ ୫ ବର୍ଷ ପାଇଁ ୧୬୨୩ କୋଟି ୧୦ ଲକ୍ଷ ଅନୁମୋଦନ କରାଯାଇଛି। ଗତ ଏପ୍ରିଲ ୧ ତାରିଖ ଠାରୁ ଏହା ଲାଗୁ କରାଯାଇଛି। ମମତା ଯୋଜନାରେ ହିତାଧିକାରୀ ବୟସ ୧୯ ବର୍ଷ ଓ ତାଠାରୁ ଅଧିକ ଥିଲା ଏବେ ୧୮ ବର୍ଷ ୭ ମାସରୁ ୫୫ ବର୍ଷ ଧର୍ଯ୍ୟ କରାଯାଇଛି। ଗୋଟିଏ ବର୍ଷ ପ୍ରସବ ପୂର୍ବ ଯାଞ୍ଚ ପରେ ମିଳିବ ପ୍ରଥମ କିସ୍ତି। କନ୍ୟା ସନ୍ତାନ ପାଇଁ ମିଳିବ ୧୨ ହଜାର ଟଙ୍କା। ପୁତ୍ର ସନ୍ତାନ ପାଇଁ ୧୦ ହଜାର ଟଙ୍କା।

https://www.thesakala.in/latest-odisha-news/state-cabinet-approves-6-proposals/article-40591
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର