୨୨ରେ ଓଡ଼ିଶା ଆସୁଛନ୍ତି ଶାହା, ରାଜ୍ୟ ବିଜେପି ସଭାପତି ଚୟନ ନେଇ ହୋଇପାରେ ନିଷ୍ପତ୍ତି…

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ସରକାରୀ ଗସ୍ତ ସମୟରେ ସେ ୧୦ଟି ଅଗ୍ନିଶମ କେନ୍ଦ୍ରର ଶିଳାନ୍ୟାସ ସହ ୨୫ଟି ରାପିଡ୍‌ ରେସ୍ପନ୍ସ ଭେଇକିଲକୁ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଶାହାଙ୍କ ଗସ୍ତକୁ ରାଜନୈତିକ ବିଶେଷଜ୍ଞ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ବାରମ୍ବାର ପ୍ରୟାସ ସତ୍ତ୍ବେ ବିଜେପିର ରାଜ୍ୟ ସଭାପତି ମନୋନୟନ ହୋଇ ପାରୁନାହିଁ। ସେହିପରି ସରକାରରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ […]

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ସରକାରୀ ଗସ୍ତ ସମୟରେ ସେ ୧୦ଟି ଅଗ୍ନିଶମ କେନ୍ଦ୍ରର ଶିଳାନ୍ୟାସ ସହ ୨୫ଟି ରାପିଡ୍‌ ରେସ୍ପନ୍ସ ଭେଇକିଲକୁ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଶାହାଙ୍କ ଗସ୍ତକୁ ରାଜନୈତିକ ବିଶେଷଜ୍ଞ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ବାରମ୍ବାର ପ୍ରୟାସ ସତ୍ତ୍ବେ ବିଜେପିର ରାଜ୍ୟ ସଭାପତି ମନୋନୟନ ହୋଇ ପାରୁନାହିଁ। ସେହିପରି ସରକାରରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହ ନିଗମ, ବୋର୍ଡ ନିଯୁକ୍ତି ଏବେ ନେତୃତ୍ୱଙ୍କ ପାଇଁ ସମସ୍ୟା ସୃଷ୍ଟି କଲାଣି। ଏପରିସ୍ଥଳେ ସହମତି ଭିତ୍ତିରେ ନୂଆ ସଭାପତି ମନୋନୟନ ଏବଂ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନିମନ୍ତେ ଶ୍ରୀ ଶାହା ସମାଧାନର ସୂତ୍ର ବାହାର କରିପାରନ୍ତି ବୋଲି କୁହାଯାଉଛି। ଓଡ଼ିଶାରେ ଦୀର୍ଘଦିନ ହେଲା ରାଜ୍ୟ ସଭାପତି ନିର୍ବାଚନ କସରତ ଚାଲିଛି। ମାତ୍ର ଏହାର ନିଷ୍କର୍ଷ ବାହାରି ପାରୁନାହିଁ। ମଣ୍ଡଳ ଏବଂ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ସରିଥିଲେ ମଧ୍ୟ ରାଜ୍ୟ ମଙ୍ଗୁଆଳ ନିମନ୍ତେ ସହମତି ହୋଇ ପାରୁନାହିଁ। ଇତିମଧ୍ୟରେ ଦଳର ରାଷ୍ଟ୍ରୀୟ ସମ୍ପାଦକ ତରୁଣ ଚୁଗ୍‌ ୩ ଥର ଓଡ଼ିଶା ଆସି ସାଂଗଠନିକ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଛନ୍ତି। ଦଳର ରାଜ୍ୟ ନେତୃତ୍ୱ ମଧ୍ୟ ଏକାଧିକ ଥର ଡକରା ପାଇ ଦିଲ୍ଲୀ ଯାଇ ଏନେଇ ବୈଠକ କରିଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରି ନାହିଁ। ସଭାପତି ପଦକୁ ନେଇ ଭିନ୍ନଭିନ୍ନ ଗୋଷ୍ଠୀ ଭିନ୍ନଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମର୍ଥନ ରୁଛନ୍ତି। ତେଣୁ ଏ କ୍ଷେତ୍ରରେ ଶାହାଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି ଦଳର ସବୁଗୋଷ୍ଠୀ ସହମତ ହୋଇଛନ୍ତି । ସେହିପରି ଚଳିତ ବିଧାନସଭା ବଜେଟ ଅଧିବେଶନ ସମାପ୍ତ ପରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଏବଂ ନିଗମ, ବୋର୍ଡ ନିଯୁକ୍ତି ପ୍ରକ୍ରିୟା ସମ୍ପାଦିତ ହେବ। ମାତ୍ର କାହାକୁ କେଉଁ ପଦରେ ଥଇଥାନ କରାଯିବ, ବଳକା ୬ ମନ୍ତ୍ରୀ ପଦରେ କିଏ ଆସୀନ ହେବେ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବା ବାକି ରହିଛି। ଗୃହମନ୍ତ୍ରୀ ଏନେଇ ଚୂଡ଼ାନ୍ତ ସ୍ପର୍ଶ ଦେଇପାରନ୍ତି ବୋଲି ଆଲୋଚନା ଜୋର୍‌ ଧରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର