ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ୍‌‌ ଦିଅ: ମୁଖ୍ୟ ଶାସନ ସଚିବ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ୍‌‌ ପ୍ରଦାନ କରାଯିବ। ଏଭଳି କିଛି ନିୟମ କରି ଗତ ୨୦୧୯ ମସିହାରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିବା ସହ ବିଭିନ୍ନ ବିଭାଗକୁ ଏହା ପାଳନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ସତ୍ତ୍ବେ ଅନେକ ବିଭାଗ ଏହି କାର୍ଯ୍ୟ କରିବାରେ ଟାଳଟୁଳ ନୀତି ଆପଣାଉଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା […]

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ୍‌‌ ପ୍ରଦାନ କରାଯିବ। ଏଭଳି କିଛି ନିୟମ କରି ଗତ ୨୦୧୯ ମସିହାରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିବା ସହ ବିଭିନ୍ନ ବିଭାଗକୁ ଏହା ପାଳନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ସତ୍ତ୍ବେ ଅନେକ ବିଭାଗ ଏହି କାର୍ଯ୍ୟ କରିବାରେ ଟାଳଟୁଳ ନୀତି ଆପଣାଉଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉଦ୍‌‌ବେଗ ପ୍ରକାଶ କରିବା ସହ ତୁରନ୍ତ ନିୟମକୁ କଡ଼ାକଡ଼ି ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିସନର ତଥା ଶାସ ସଚିବଙ୍କୁ ଚିଠି ଲେଖି ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିବସ ଦିନ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ କରିବା ପାଇଁ ୨୦୧୯ ଡିସେମ୍ବର ୧୨ରୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଓଡ଼ିଶା ସିଭିଲ୍‌‌ ସର୍ଭିସ ପେନସନ୍‌‌ ନିୟମ-୧୯୯୨ ଓ ସାଧାରଣ ପ୍ରଶାସନ ବିଭାଗର ୨୦୧୯ ଡିସେମ୍ୱର ୧୨ ତାରିଖର ଚିଠି ଅନୁସାରେ ସମସ୍ତ ଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ଅବସର ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ୍‌‌ ପ୍ରଦାନ କରିବାକୁ ପଦକ୍ଷେପ ନେବେ।

ଆହୁରି ପଢ଼ନ୍ତୁ: ଘର କବାଟ ଭାଙ୍ଗି ଆଲମିରାରୁ ୮ ଭରି ସୁନା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

23 Nov 2024 By The Sakala

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ୍‌‌ ଦିଅ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ୍‌‌ ପ୍ରଦାନ କରାଯିବ। ଏଭଳି କିଛି ନିୟମ କରି ଗତ ୨୦୧୯ ମସିହାରେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିବା ସହ ବିଭିନ୍ନ ବିଭାଗକୁ ଏହା ପାଳନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ସତ୍ତ୍ବେ ଅନେକ ବିଭାଗ ଏହି କାର୍ଯ୍ୟ କରିବାରେ ଟାଳଟୁଳ ନୀତି ଆପଣାଉଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉଦ୍‌‌ବେଗ ପ୍ରକାଶ କରିବା ସହ ତୁରନ୍ତ ନିୟମକୁ କଡ଼ାକଡ଼ି ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିସନର ତଥା ଶାସ ସଚିବଙ୍କୁ ଚିଠି ଲେଖି ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିବସ ଦିନ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ କରିବା ପାଇଁ ୨୦୧୯ ଡିସେମ୍ବର ୧୨ରୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଓଡ଼ିଶା ସିଭିଲ୍‌‌ ସର୍ଭିସ ପେନସନ୍‌‌ ନିୟମ-୧୯୯୨ ଓ ସାଧାରଣ ପ୍ରଶାସନ ବିଭାଗର ୨୦୧୯ ଡିସେମ୍ୱର ୧୨ ତାରିଖର ଚିଠି ଅନୁସାରେ ସମସ୍ତ ଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ଅବସର ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ୍‌‌ ପ୍ରଦାନ କରିବାକୁ ପଦକ୍ଷେପ ନେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର