ରାଜ୍ୟର ୧୪ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ, ୩ ଜିଲ୍ଲାରେ ସାଂଘାତିକ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟବ୍ୟାପୀ ଅଧାରୁ ଅଧିକ ଜିଲ୍ଲାରେ ବର୍ତ୍ତମାନ ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଗାମୀ ୪-୫ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଚାଷୀଙ୍କୁ ଏଥିରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୨୪ ଗଣ୍ଟା ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନିତ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାଫଳରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ […]

ଭୁବନେଶ୍ୱର : ରାଜ୍ୟବ୍ୟାପୀ ଅଧାରୁ ଅଧିକ ଜିଲ୍ଲାରେ ବର୍ତ୍ତମାନ ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଗାମୀ ୪-୫ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଚାଷୀଙ୍କୁ ଏଥିରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୨୪ ଗଣ୍ଟା ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନିତ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାଫଳରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ଛାଡ଼ିଦେଲା ପରେ ଅନ୍ୟ ଜିଲ୍ଲାମାସ୍ର ସ୍ଥାନେ ସ୍ଥାନେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଏଚ୍‍ ଆର୍‍ ବିଶ୍ୱାସ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସରକାର ଅସମର୍ଥ, ଦଳାଚକଟା ଘଟଣାକୁ ଚାପି ଦେବାକୁ ହୋଇଛି ଉଦ୍ୟମ: ବିଜେଡି

ଡ. ବିଶ୍ୱାସଙ୍କ ସୂଚନା ଅନୁଯାୟୀ ୧୦ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅପେକ୍ଷାକୃତ ଅଧିକ ରହିବ। ୧୧ ତାରିଖରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଓ ରାୟଗଡ଼଼ାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୨ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ୧୩ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ। ସେହିପରି ୧୪ ତାରିଖରେ ମଧ୍ୟ କେନ୍ଦୁଝର ଓ ମୟୂରଭଞ୍ଜର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଥିବାବେଳେ କେନ୍ଦ୍ରୀୟ ଓଡ଼ିଶାରେ ସ୍ୱଳ୍ପ ବୃଷ୍ଟି ନେଇ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ତେବେ ଏହି ଅବଧି ମଧ୍ୟରେ ରାଜ୍ୟବ୍ୟାପୀ ଅନ୍ୟ ଜିଲ୍ଲାମାନଙ୍କରେ ବିଶେଷ ବୃଷ୍ଟିପାତ ଆଶା କ୍ଷୀଣ ବୋଲି ଡ. ବିଶ୍ୱାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସେହିପରି ରାଜ୍ୟରେ ମରୁଡ଼ି ପରିସ୍ଥିତି ନେଇ ସେ କହିଛନ୍ତି ଯେ ରାଜ୍ୟରେ ୧୪ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ରହିଥିବା ବେଳେ ଭଦ୍ରକ, ଯାଜପୁର ଓ ଗଜପତି ଜିଲ୍ଲାରେ ସ୍ଥିତି ସାଂଘାତିକ ରହିଛି। ୧ ଜୁନ୍‍ରୁ ୧୦ ଜୁଲାଇ ମଧ୍ୟରେ ସାଧାରଣତଃ ସ୍ୱାଭାବିକ ବର୍ଷାର ପରିମାଣ ୩୧୬.୩ ମିଲିମିଟର ରହୁଥିବା ବେଳେ ବର୍ତ୍ତମାନ ତାହା ୨୫୩.୯ ପ୍ରତିଶତ ରହିଛି। ଅର୍ଥାତ୍‍ ରାଜ୍ୟରେ ହାରାହାରି ୨୦ ପ୍ରତିଶତ କମ୍‍ ବର୍ଷା ହୋଇଛି। ବିଶେଷକରି ଭଦ୍ରକରେ ସ୍ୱାଭାବିକ ଠାରୁ ସର୍ବାଧିକ ୫୮ ପ୍ରତିଶତ କମ୍‍ ବର୍ଷା ହୋଇଥିବା ଡ. ବିଶ୍ୱାସ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନବୀନଙ୍କ କୃତିକୁ ନିଜର ବୋଲି ପ୍ରଚାର କରୁଛି ବିଜେପି : ବିଜେଡି

11 Jul 2021 By The Sakala

ରାଜ୍ୟର ୧୪ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ, ୩ ଜିଲ୍ଲାରେ ସାଂଘାତିକ

ଭୁବନେଶ୍ୱର : ରାଜ୍ୟବ୍ୟାପୀ ଅଧାରୁ ଅଧିକ ଜିଲ୍ଲାରେ ବର୍ତ୍ତମାନ ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଗାମୀ ୪-୫ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଚାଷୀଙ୍କୁ ଏଥିରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୨୪ ଗଣ୍ଟା ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନିତ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାଫଳରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ଛାଡ଼ିଦେଲା ପରେ ଅନ୍ୟ ଜିଲ୍ଲାମାସ୍ର ସ୍ଥାନେ ସ୍ଥାନେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଏଚ୍‍ ଆର୍‍ ବିଶ୍ୱାସ ସ୍ପଷ୍ଟ କରିଛନ୍ତି।

ଡ. ବିଶ୍ୱାସଙ୍କ ସୂଚନା ଅନୁଯାୟୀ ୧୦ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅପେକ୍ଷାକୃତ ଅଧିକ ରହିବ। ୧୧ ତାରିଖରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଓ ରାୟଗଡ଼଼ାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୨ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ୧୩ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ। ସେହିପରି ୧୪ ତାରିଖରେ ମଧ୍ୟ କେନ୍ଦୁଝର ଓ ମୟୂରଭଞ୍ଜର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଥିବାବେଳେ କେନ୍ଦ୍ରୀୟ ଓଡ଼ିଶାରେ ସ୍ୱଳ୍ପ ବୃଷ୍ଟି ନେଇ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ତେବେ ଏହି ଅବଧି ମଧ୍ୟରେ ରାଜ୍ୟବ୍ୟାପୀ ଅନ୍ୟ ଜିଲ୍ଲାମାନଙ୍କରେ ବିଶେଷ ବୃଷ୍ଟିପାତ ଆଶା କ୍ଷୀଣ ବୋଲି ଡ. ବିଶ୍ୱାସ କହିଛନ୍ତି।

ସେହିପରି ରାଜ୍ୟରେ ମରୁଡ଼ି ପରିସ୍ଥିତି ନେଇ ସେ କହିଛନ୍ତି ଯେ ରାଜ୍ୟରେ ୧୪ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ରହିଥିବା ବେଳେ ଭଦ୍ରକ, ଯାଜପୁର ଓ ଗଜପତି ଜିଲ୍ଲାରେ ସ୍ଥିତି ସାଂଘାତିକ ରହିଛି। ୧ ଜୁନ୍‍ରୁ ୧୦ ଜୁଲାଇ ମଧ୍ୟରେ ସାଧାରଣତଃ ସ୍ୱାଭାବିକ ବର୍ଷାର ପରିମାଣ ୩୧୬.୩ ମିଲିମିଟର ରହୁଥିବା ବେଳେ ବର୍ତ୍ତମାନ ତାହା ୨୫୩.୯ ପ୍ରତିଶତ ରହିଛି। ଅର୍ଥାତ୍‍ ରାଜ୍ୟରେ ହାରାହାରି ୨୦ ପ୍ରତିଶତ କମ୍‍ ବର୍ଷା ହୋଇଛି। ବିଶେଷକରି ଭଦ୍ରକରେ ସ୍ୱାଭାବିକ ଠାରୁ ସର୍ବାଧିକ ୫୮ ପ୍ରତିଶତ କମ୍‍ ବର୍ଷା ହୋଇଥିବା ଡ. ବିଶ୍ୱାସ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର