ବାତ୍ୟା ‘ଦାନା’ ପାଇଁ ଦର ଦି’ଗୁଣ: କଳାବଜାରୀଙ୍କ ପୁଷମାସ, ଭାଷଣରେ ସୀମିତ ସରକାରଙ୍କ ଦର ନିୟନ୍ତ୍ରଣ

The Sakala Picture
Published On

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଆଶଙ୍କାରେ ସାଧାରଣଜନତା। ଖାଉଟି ବଜାରରେ ଲୋକଙ୍କ ଭିଡ଼ କଳାବଜାରୀଙ୍କ ପାଇଁ ପୁଷମାସ ହୋଇଛି। ବାତ୍ୟା ଖବର ଆସିବା ପରେ ସାଧାରଣ ଲୋକଙ୍କ ଆତୁରତାରୁ ଫାଇଦା ଉଠାଇବାରେ ଲାଗିଛନ୍ତି କିଛି ଅସାଧୁ ବ୍ୟବସାୟୀ। ପନିପରିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଅକସ୍ମାତ୍‌ ବୃଦ୍ଧି ପାଇଛି। ତେଜରାତିଠାରୁ ଆରମ୍ଭ କରି ପନିପରିବା ବଜାରରେ ଦର ଅସମ୍ଭାଳ ହୋଇଛି। ବାତ୍ୟା ଭୟରେ ଲୋକେ ଆଳୁ, ପିଆଜ, ଚୂଡା ଓ ବିସ୍କୁଟ୍ ଓ […]

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଆଶଙ୍କାରେ ସାଧାରଣଜନତା। ଖାଉଟି ବଜାରରେ ଲୋକଙ୍କ ଭିଡ଼ କଳାବଜାରୀଙ୍କ ପାଇଁ ପୁଷମାସ ହୋଇଛି। ବାତ୍ୟା ଖବର ଆସିବା ପରେ ସାଧାରଣ ଲୋକଙ୍କ ଆତୁରତାରୁ ଫାଇଦା ଉଠାଇବାରେ ଲାଗିଛନ୍ତି କିଛି ଅସାଧୁ ବ୍ୟବସାୟୀ। ପନିପରିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଅକସ୍ମାତ୍‌ ବୃଦ୍ଧି ପାଇଛି। ତେଜରାତିଠାରୁ ଆରମ୍ଭ କରି ପନିପରିବା ବଜାରରେ ଦର ଅସମ୍ଭାଳ ହୋଇଛି। ବାତ୍ୟା ଭୟରେ ଲୋକେ ଆଳୁ, ପିଆଜ, ଚୂଡା ଓ ବିସ୍କୁଟ୍ ଓ ପାଉଁରୁଟି ଭଳି ଜରୁରୀ ସାମଗ୍ରୀ କିଣିବାକୁ ବଜାରରେ ଭିଡ଼ ଜମାଇଛନ୍ତି। ବାତ୍ୟା ଯେତେ ପାଖେଇ ଆସୁଛି, ଦ୍ବୈତନଗରୀ ଭୁବନେଶ୍ବର, କଟକ ସହ ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଆଦି ଉପକୂଳ ଜିଲ୍ଲାଗୁଡ଼ିକରେ ପରିସ୍ଥିତି ସେତେ ସ୍ପର୍ଶକାତର ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ସୋମବାର ସକାଳୁ କଟକ ଓ ଭୁବନେଶ୍ବରରେ କେବଳ ଆଳୁ, ପିଆଜ ନୁହେଁ ଲୋକେ ପ୍ରବଳ ମାତ୍ରାରେ ଚୂଡା,ଗୁଡ଼ ଓ ବିସ୍କୁଟ୍ କିଣିଛନ୍ତି। ଚାହିଦାକୁ ନଜରରେ ରଖି ବଜାରରେ ଆଳୁ କିଲୋ ପିଛା ୧୫ ଟଙ୍କା ବୃଦ୍ଧି ପାଇଛି। ସକାଳ ସମୟର ପରିବା ଦର ସନ୍ଧ୍ୟାକୁ ଖୁବ୍ ଉଚ୍ଚା ଦରରେ ବିକ୍ରି ହେଉଛି। ଏମିତିକି କଟକ ମାଲ ଗୋଦାମରେ ହଠାତ୍ ଚୂଡା, ଗୁଡ଼ ଆଦିର ମୂଲ୍ୟ ବୃଦ୍ଧି ପାଇଛି। ସେହିପରି ପୂର୍ବରୁ ଖୁବ୍ ଉପରେ ରହିଥିବା ପନିପରିବା ଦରରେ ଖାଉଟି ହାତ ମାରିପାରୁ ନ ଥିବାବେଳେ ବାତ୍ୟା ଆଶଙ୍କା ଦରକୁ ଆହୁରି ବଢ଼ାଇ ଦେଇଛି। ଦିନକ ପୂର୍ବରୁ କିଲୋ ପିଛା ୩୫ ଟଙ୍କା ଏବଂ ତିନି କିଲୋକୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ଆଳୁ ଦର ଆଜି ସକାଳୁ କିଲୋ ପିଛା ୪୦-୪୫ ଟଙ୍କା ଓ ସନ୍ଧ୍ୟାରେ ୫୦ ଟଙ୍କା ଛୁଇଁଛି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ଦର ନିୟନ୍ତ୍ରଣ କେବଳ ଭାଷଣରେ ସୀମିତ ରହିଛି। କିନ୍ତୁ ବଜାରରେ ଅସଲ ଚିତ୍ର ଭିନ୍ନ ପ୍ରକାରେ ବଖାଣୁଛି। ଯଦି ଏଭଳି ସ୍ଥିତିକୁ ଏବେଠାରୁ ନିୟନ୍ତ୍ରଣକୁ ଅଣା ନ ଯାଏ, ତେବେ ବାତ୍ୟା ହେଲେ ସ୍ଥିତି ଆହୁରି ଅଣାୟତ୍ତ ହେବ ବୋଲି ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଜଣେ ଖୁଚୁରା ବ୍ୟବସାୟୀ କହିଛନ୍ତି ଯେ, ସୋମବାର ସକାଳେ ଯେଉଁ ଆଳୁ ପ୍ୟାକେଟ୍ ପିଛା ୧୨୦୦ ଟଙ୍କାରେ ବିକ୍ରି ହେଉଥିଲା। ତାହା ସନ୍ଧ୍ୟା ବେଳକୁ କ୍ବିଣ୍ଟାଲ ପିଛା ୧୪୦୦ରୁ ୧୫୦୦ ଟଙ୍କାରେ ପହଞ୍ଚିଛି। ପାଇକାରୀ ବଜାରରେ ଦର ବଢ଼ୁଛି, ଆମେ ବି ଦି’ ପଇସା ଲାଭ କମାଇବାକୁ ଚାହିଁବୁ। କେବଳ ରାଜଧାନୀ ଭୁବନେଶ୍ବର କାହିଁକି ସୋମବାର ଦିନ ସାରା କଟକ ମାଲ୍‌ଗୋଦାମରେ ହଠାତ୍ ଖାଉଟି ଭିଡ଼ ଜମାଇଛନ୍ତି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଅନ୍ୟପକ୍ଷରେ ଖାଉଟିଙ୍କୁ ବ୍ୟସ୍ତ ବିବ୍ରତ ନ ହେବାକୁ ବଣିକ ସଂଘ ପରାମର୍ଶ ଦେଇଛି। ମାଲଗୋଦାମ ବଣିକ ସଂଘ ପକ୍ଷରୁ କୁହାଯାଇଛି ଯେ ଆଗାମୀ ୧୦ ଦିନ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି। ଲୋକମାନେ ବ୍ୟସ୍ତବିବ୍ରତ ହୁଅନ୍ତୁ ନାହିଁ। ଆବଶ୍ୟକ ସ୍ଥଳେ ଅଧିକ ସାମଗ୍ରୀ ଦେବାକୁ ବାହାର ରାଜ୍ୟର ବ୍ୟବସାୟୀ ପ୍ରତିଶ୍ରୁତି ଦେଇଛନ୍ତି। କୌଣସି ବ୍ୟବସାୟୀ କଳାବଜାରୀ କରୁଥିଲେ ବ୍ୟବସାୟୀ ସଂଘକୁ ଜଣାନ୍ତୁ ବୋଲି ବଣିକ ସଂଘ ପରାମର୍ଶ ଦେଇଛି। ଅନ୍ୟପକ୍ଷରେ ଏହି ସମୟରେ ଓଡ଼ିଶାକୁ କମ୍ ଆଳୁ ଆମଦାନୀ ଅନ୍ୟଏକ ସମସ୍ୟା ସୃଷ୍ଟି କରିଛି। ଭୁବନେଶ୍ବରକୁ ଦୈନିକ ୨୦-୨୨ ଟ୍ରକ ଆଳୁ ଆସୁଥିବାବେଳେ କଟକକୁ ୬-୭ ଟ୍ରକ ଆସିଥାଏ। ବର୍ତ୍ତମାନ ଦୁଇ ଦିନ ହେବ ଭୁବନେଶ୍ବରକୁ ଦୁଇ ଦିନ ହେବ ୧୦-୧୨ ଟ୍ରକ ଆଳୁ ଆସିଥିବାବେଳେ କଟକକୁ ୩-୪ ଟ୍ରକ ଆସିଛି। ଫଳରେ ବାତ୍ୟା ସମ୍ପର୍କିତ ଖବରରେ ଖାଉଟିଙ୍କ ଚାହିଦା ପୂରଣ କରିବାରେ ବଜାର ବିଫଳ ହୋଇଛି। ଫଳରେ ଆଳୁ ଦର ବୃଦ୍ଧି ପାଇଥିବା କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର