ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତରେ ୪ ମୃତ, ୪ ଆହତ

The Sakala Picture
Published On

ବଜ୍ରାଘାତ ନେଲା ଜୀବନ । ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୪ ଜଣ ମୃତ୍ୟୁବରଣ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ସିଙ୍ଗାରପୁରା ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଚାଲିଗଲା ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ । ମୃତକ ହେଲେ ସିଙ୍ଗାରପୁରା ଗାଁର ଲଚ୍ଛମନ ମୁର୍ମୁ ଓ ସାକର ମୁର୍ମୁ । ସେହିପରି ଭଦ୍ରକ ଆଗରପଡା ବ୍ଲକ ଗୋପୀନାଥପୁରରେ ବଜ୍ରାଘାତରେ ଜଣଙ୍କ ମୃତ୍ଯୁ ଘଟିଥିବାବେଳେ ଘଟଗାଁ ହରିଚନ୍ଦନପୁର ବ୍ଲକ ଧୁରିଡିଆମ୍ବ […]

ବଜ୍ରାଘାତ ନେଲା ଜୀବନ । ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୪ ଜଣ ମୃତ୍ୟୁବରଣ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ସିଙ୍ଗାରପୁରା ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଚାଲିଗଲା ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ । ମୃତକ ହେଲେ ସିଙ୍ଗାରପୁରା ଗାଁର ଲଚ୍ଛମନ ମୁର୍ମୁ ଓ ସାକର ମୁର୍ମୁ । ସେହିପରି ଭଦ୍ରକ ଆଗରପଡା ବ୍ଲକ ଗୋପୀନାଥପୁରରେ ବଜ୍ରାଘାତରେ ଜଣଙ୍କ ମୃତ୍ଯୁ ଘଟିଥିବାବେଳେ ଘଟଗାଁ ହରିଚନ୍ଦନପୁର ବ୍ଲକ ଧୁରିଡିଆମ୍ବ ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ଯୁ ଘଟିଛି ।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ସୂଚନା ମୁତାବକ ବୈଶିଙ୍ଗା ଥାନା ଅଧୀନ ମେର୍ଦା ଉପକଣ୍ଠ ସିଙ୍ଗାରପୁରା ଗାଁରେ ଦମ୍ପତ୍ତି ବିଲରେ ତଳି ରୋଇଲା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ବଜ୍ରାଘାତ ପରେ ସେହି ବିଲରେ ସଂଜ୍ଞାହୀନ ହୋଇ ପଡ଼ି ଯାଇଥିଲେ ଦମ୍ପତ୍ତି। ତେବେ ଆଖପାଖ ବିଲ୍‌ରେ କାମ କରୁଥିବା ଚାଷୀମାନେ ସେମାନଙ୍କୁ ଉଦ୍ଧାର କରି ବେତନଟୀ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ସେହିପରି ଭଦ୍ରକ ଆଗରପଡ଼ା ଅଞ୍ଚଳରେ ହୋଇଥିବା ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଉଭୟ ଗୁରୁତର ହୋଇ ଚାଷଜମିରେ ପଡ଼ି ଯାଇଥିଲେ। ଅନ୍ୟ ଚାଷୀମାନେ ଦୁଇ ଜଣଙ୍କୁ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚକ୍ରଧରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅମରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

ସେହିପରି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କାଳିଆହତା ଅଞ୍ଚଳରେ ଅପରାହ୍ନରେ ବର୍ଷା ସହିତ ଵଜ୍ରାଘାତ ହୋଇଥିଲା। କାଟେଣୀ ହାଟ ପଡିଆ ପାଖର ଏକ ଶାଳ ଗଛକୁ ମଧ୍ୟ ବଜ୍ରଘାତ ହୋଇଥିଲା। ଫଳରେ ଗଛ ମୂଳେ ଚରୁଥିବା ୮ରୁ ଅଧିକ ଗୋରୁଙ୍କର ସେଠାରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ଅନ୍ୟପକ୍ଷରେ କାଳିଆ ହତା ପଞ୍ଚାୟତର ବାଦବିଲ ଗାଁ ନିକଟରେ ବଜ୍ରଘାତ ଯୋଗୁଁ ଗୋଟିଏ ଘରେ ଥିବା କେତକୀ ମହାନ୍ତ (୩), ତାଙ୍କ ଝିଅ ସୋନାଲି ମହାନ୍ତ (୧୧), ଏବଂ ଘରକୁ କୁଣିଆ ଆସିଥିବା ଝିଅର ମାଇଁ ନମିତା ମହାନ୍ତ (୨୪) ଅଚେତ ହୋଇଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ତେଲକୋଇ ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି।

17 Aug 2024 By The Sakala

ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତରେ ୪ ମୃତ, ୪ ଆହତ

ବଜ୍ରାଘାତ ନେଲା ଜୀବନ । ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୪ ଜଣ ମୃତ୍ୟୁବରଣ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ସିଙ୍ଗାରପୁରା ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଚାଲିଗଲା ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ । ମୃତକ ହେଲେ ସିଙ୍ଗାରପୁରା ଗାଁର ଲଚ୍ଛମନ ମୁର୍ମୁ ଓ ସାକର ମୁର୍ମୁ । ସେହିପରି ଭଦ୍ରକ ଆଗରପଡା ବ୍ଲକ ଗୋପୀନାଥପୁରରେ ବଜ୍ରାଘାତରେ ଜଣଙ୍କ ମୃତ୍ଯୁ ଘଟିଥିବାବେଳେ ଘଟଗାଁ ହରିଚନ୍ଦନପୁର ବ୍ଲକ ଧୁରିଡିଆମ୍ବ ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ଯୁ ଘଟିଛି ।

ସୂଚନା ମୁତାବକ ବୈଶିଙ୍ଗା ଥାନା ଅଧୀନ ମେର୍ଦା ଉପକଣ୍ଠ ସିଙ୍ଗାରପୁରା ଗାଁରେ ଦମ୍ପତ୍ତି ବିଲରେ ତଳି ରୋଇଲା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ବଜ୍ରାଘାତ ପରେ ସେହି ବିଲରେ ସଂଜ୍ଞାହୀନ ହୋଇ ପଡ଼ି ଯାଇଥିଲେ ଦମ୍ପତ୍ତି। ତେବେ ଆଖପାଖ ବିଲ୍‌ରେ କାମ କରୁଥିବା ଚାଷୀମାନେ ସେମାନଙ୍କୁ ଉଦ୍ଧାର କରି ବେତନଟୀ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଭଦ୍ରକ ଆଗରପଡ଼ା ଅଞ୍ଚଳରେ ହୋଇଥିବା ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଉଭୟ ଗୁରୁତର ହୋଇ ଚାଷଜମିରେ ପଡ଼ି ଯାଇଥିଲେ। ଅନ୍ୟ ଚାଷୀମାନେ ଦୁଇ ଜଣଙ୍କୁ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚକ୍ରଧରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅମରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

ସେହିପରି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କାଳିଆହତା ଅଞ୍ଚଳରେ ଅପରାହ୍ନରେ ବର୍ଷା ସହିତ ଵଜ୍ରାଘାତ ହୋଇଥିଲା। କାଟେଣୀ ହାଟ ପଡିଆ ପାଖର ଏକ ଶାଳ ଗଛକୁ ମଧ୍ୟ ବଜ୍ରଘାତ ହୋଇଥିଲା। ଫଳରେ ଗଛ ମୂଳେ ଚରୁଥିବା ୮ରୁ ଅଧିକ ଗୋରୁଙ୍କର ସେଠାରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ଅନ୍ୟପକ୍ଷରେ କାଳିଆ ହତା ପଞ୍ଚାୟତର ବାଦବିଲ ଗାଁ ନିକଟରେ ବଜ୍ରଘାତ ଯୋଗୁଁ ଗୋଟିଏ ଘରେ ଥିବା କେତକୀ ମହାନ୍ତ (୩), ତାଙ୍କ ଝିଅ ସୋନାଲି ମହାନ୍ତ (୧୧), ଏବଂ ଘରକୁ କୁଣିଆ ଆସିଥିବା ଝିଅର ମାଇଁ ନମିତା ମହାନ୍ତ (୨୪) ଅଚେତ ହୋଇଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ତେଲକୋଇ ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର