ନୂଆ ସରକାରଙ୍କ ରୋଗୀ ମାରଣ ନୀତି! ଏସ୍‌‌ସିବିକୁ ଆସୁନି ରୋଗୀଙ୍କ ଖାଇବା ଖର୍ଚ୍ଚ…

The Sakala Picture
Published On

କଟକ: ରୋଗୀଙ୍କ ଖାଇବା ଖର୍ଚ୍ଚ ତୁଲାଇବାକୁ ନୂଆ ସରକାର ପଛଘୁଞ୍ଚା ଦେଇଛନ୍ତି। ଏସ୍‌‌ସିବି ମେଡିକାଲକୁ ଗତ ମେ’ ମାସରୁ ଆଉ ଟଙ୍କା ଆସିନାହିଁ। ବାରମ୍ବାର ଚିଠି ଲେଖାଯାଉଛି। ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଉଛି। ହେଲେ ଟଙ୍କା ମିଳୁନି। ଇତିମଧ୍ୟରେ ବାକି ଟଙ୍କା ୨ କୋଟି ଟପିଗଲାଣି। ସବୁଦିନ ଏଠାରେ ଚିକିତ୍ସାଧୀନ ହଜାର ହଜାର ରୋଗୀଙ୍କୁ ଶୁଖିଲା ଆଉ ରନ୍ଧା ଖାଦ୍ୟ ଯୋଗାଇ ଦେବା କଷ୍ଟକର ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସୁଧରେ ଟଙ୍କା ଆଣି ରୋଗୀଙ୍କ ପେଟ ଭରିବାକୁ […]

କଟକ: ରୋଗୀଙ୍କ ଖାଇବା ଖର୍ଚ୍ଚ ତୁଲାଇବାକୁ ନୂଆ ସରକାର ପଛଘୁଞ୍ଚା ଦେଇଛନ୍ତି। ଏସ୍‌‌ସିବି ମେଡିକାଲକୁ ଗତ ମେ’ ମାସରୁ ଆଉ ଟଙ୍କା ଆସିନାହିଁ। ବାରମ୍ବାର ଚିଠି ଲେଖାଯାଉଛି। ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଉଛି। ହେଲେ ଟଙ୍କା ମିଳୁନି। ଇତିମଧ୍ୟରେ ବାକି ଟଙ୍କା ୨ କୋଟି ଟପିଗଲାଣି। ସବୁଦିନ ଏଠାରେ ଚିକିତ୍ସାଧୀନ ହଜାର ହଜାର ରୋଗୀଙ୍କୁ ଶୁଖିଲା ଆଉ ରନ୍ଧା ଖାଦ୍ୟ ଯୋଗାଇ ଦେବା କଷ୍ଟକର ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସୁଧରେ ଟଙ୍କା ଆଣି ରୋଗୀଙ୍କ ପେଟ ଭରିବାକୁ ଉଦ୍ୟମ କରୁଛି ଠିକାରେ ଦାୟିତ୍ୱ ନେଇଥିବା ଏକ ଘରୋଇ ସଂସ୍ଥା। ଏପରିକି ମାସକୁ ୭୦ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବା ଏହି ସଂସ୍ଥା ପାଇଁ କାଠିକର ପାଠ। ଏଣୁ ଏ ଦିଗରେ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନନେଲେ ଆଗାମୀ ଦିନରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିବ। ଏପରି ସମସ୍ୟା ବାବଦରେ ଏସ୍‌‌ସିବି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ ରୂପ ଦେବା ପାଇଁ ନବୀନ ସରକାର ପଥ ପ୍ରସ୍ତୁତ କରିଥିଲେ। ଉନ୍ନତ ଭିତ୍ତିଭୂମି, ଅତ୍ୟାଧୁନିକ ବ୍ୟବସ୍ଥା ସହିତ ରୋଗୀ ସେବା ସରଳୀକରଣ କରିବା ଦିଗରେ ପୂର୍ବ ସରକାର ବିଶେଷ ଗୁରୁତ୍ୱ ଦେଇଥିଲେ। ମାତ୍ର ବିଜେପି ଶାସନ ଭାର ଗ୍ରହଣ କରିବା ପରଠାରୁ ସ୍ୱାସ୍ଥ୍ୟସେବାର ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଏହାର ଏକ ପ୍ରମାଣ ହେଉଛି ଏସ୍‌‌ସିବି ମେଡିକାଲ ପ୍ରତି ଅବହେଳା। ଏଠାରେ ଚିକିତ୍ସାଧୀନ ରୋଗୀଙ୍କ ଖାଇବା ଖର୍ଚ୍ଚ ତୁଲାଇବାରେ ସରକାର ଅଣଦେଖା କରୁଛନ୍ତି। ଗତ ୧୬ ତାରିଖରେ ଠିକା ସଂସ୍ଥା ଏସ୍‌‌ସିବି ଅଧୀକ୍ଷକଙ୍କୁ ଏକ ଚିଠି ଲେଖିଥିଲା। ଚିଠିରେ ଉଲ୍ଲେଖ କରାଯାଇଛି ଯେ ଏପ୍ରିଲ ୨୧ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ରୋଗୀଙ୍କ ଖାଇବା ଖର୍ଚ୍ଚ ବାବଦ ଟଙ୍କା ମିଳି ପାରିନାହିଁ। ଉକ୍ତ ସବୁ ଦିନର ବକେୟା ଟଙ୍କା ହେଉଛି ଏକ କୋଟି ୬୧ ଲକ୍ଷ ୩ ହଜାର ୭୮୦ ଟଙ୍କା। ରୋଷେଇ ନିମନ୍ତେ ଆବଶ୍ୟକ କଞ୍ଚା ମାଲ କିଣିବା, ଷ୍ଟାଫ ମାନଙ୍କୁ ଦରମା ଦେବାରେ ସମସ୍ୟା ହେଉଛି। ଏଣୁ ବକେୟା ଟଙ୍କା ଦେବାକୁ ସଂସ୍ଥା ପକ୍ଷରୁ ନିବେଦନ କରାଯାଇଥିଲା। ଜୁଲାଇ ଶେଷ ହେବାକୁ ଯାଉଥିବା ବେଳେ ଇତିମଧ୍ୟରେ ବକେୟା ଟଙ୍କା ୨ କୋଟି ପାର୍‌‌ ହୋଇ ଗଲାଣି। ଏ ପର୍ଯ୍ୟନ୍ତ ଏସ୍‌‌ସିବି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ନିଦାବିଷ୍ଣୁ ହୋଇ ବସିଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ପ୍ରକାଶଥାଉକି, ଏସ୍‌‌ସିବି ମେଡିକାଲରେ ଶଯ୍ୟା ସଂଖ୍ୟା ପ୍ରାୟ ୨୧୦୦। ଏହାଛଡ଼ା ଅନେକ ରୋଗୀ ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି। ଏଣୁ ଦୈନିକ ପ୍ରାୟ ୨୫୦୦ ରୋଗୀଙ୍କ ଖାଇବା ଖର୍ଚ୍ଚ ତୁଲାଇବାକୁ ପଡ଼ୁଛି। ଏକ ହଜାର ରୋଗୀ ରନ୍ଧା ଖାଦ୍ୟ ଗ୍ରହଣ କରୁଛନ୍ତି। ୧୫୦୦ ରୋଗୀଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି। ଦିନକୁ ଦୁଇ ଓଳି ରୋଗୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। ଏତଦବ୍ୟତୀତ ବିଭିନ୍ନ ରୋଗର ରୋଗୀଙ୍କ ନିମନ୍ତେ ଖାଦ୍ୟର ପ୍ରକାର ମଧ୍ୟ ଭିନ୍ନଭିନ୍ନ। ଶିଶୁ ରୋଗ, ନେଫ୍ରୋଲୋଜି, କାର୍ଡିଓଲୋଜି, ସର୍ଜରୀ ବିଭାଗ ରୋଗୀଙ୍କ ନିମନ୍ତେ ଖାଦ୍ୟ ତାଲିକା ପୃଥକ ରହିଛି। ରୋଗୀଙ୍କୁ ସୁଷମ ଓ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାରେ ସମସ୍ୟା ହେଉଥିବାରୁ କିଛି ମାସ ପୂର୍ବେ ତଥା ନବୀନ ସରକାର ଅମଳରେ ରୋଗୀ ପିଛା ନିର୍ଦ୍ଧାରିତ ଖାଦ୍ୟ ମୂଲ୍ୟକୁ ରାଜ୍ୟ ସରକାର ବୃଦ୍ଧି କରିଥିଲେ। ଜେନେରାଲ ଡାଏଟ୍‌‌ ୧୧୦ଟଙ୍କା, ପେଡ଼ିଆଟ୍ରିକ ଡାଏଟ୍‌‌ ୯୫ଟଙ୍କା, ହାଇପ୍ରୋଟିନ ଡାଏଟ ୧୨୦ଟଙ୍କା, ଡ୍ରାଏ ଡାଏଟ୍‌‌ ୯୫ ଟଙ୍କା ଏବଂ ଲିକ୍ୟୁଡ ଡାଏଟ ୧୧୦ଟଙ୍କା ବୋଲି ନିର୍ଦ୍ଧାରଣ କରିଥିଲେ। ଫଳସ୍ୱରୂପ ରୋଗୀଙ୍କ ଖାଦ୍ୟ ତାଲିବା ବଦଳିବା ସହିତ ତାଲିକାରେ ସାମିଲ ହୋଇଥିଲା ଅନେକ ରକମର ସୁସ୍ୱାଦୁ ଖାଦ୍ୟ। ହେଲେ ଏବେ ସ୍ୱାସ୍ଥ୍ୟ ବିଭାଗ ଟଙ୍କା ଦେଉ ନଥିବାରୁ ରୋଗୀଙ୍କ ଭୋକ ମେଣ୍ଟାଇବାକୁ ନେଇ ସମସ୍ୟା ଉପୁଜିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର