ପଶାୟତ କମିଟିକୁ ନିଷ୍କ୍ରିୟ ଘଟଣା: ‘ମନ୍ଦ ଉଦ୍ଦେଶ୍ୟ ରଖି ରତ୍ନ ଭଣ୍ଡାର କମିଟି ଭଙ୍ଗା ଯାଇଛି’

The Sakala Picture
Published On

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନ ଭଣ୍ଡାର କମିଟି ଭାଙ୍ଗିଯିବା ନେଇ ତେଜିଲା ରାଜନୀତି। ସରକାରଙ୍କୁ ଘେରିଲା ବିଜେଡି। ମନ୍ଦ ଉଦ୍ଦେଶ୍ୟ ରଖି ରତ୍ନ ଭଣ୍ଡାର କମିଟି ଭଙ୍ଗା ଯାଇଛି। ଅରିଜିତ ପଶାୟତ ଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ହଟେଇ ଦିଆଗଲା। ସେ ଜଣେ ସୁନାମଧନ୍ୟ ବ୍ୟକ୍ତି। ସେମାନେ କେତେବେଳେ କଣ କହୁଛନ୍ତି, ତାଙ୍କର କଣ ଉଦ୍ଦେଶ୍ୟ ଓଡ଼ିଶା ବାସୀ ଜାଣିଛନ୍ତି। କେତେବେଳେ ରତ୍ନ ଭଣ୍ଡାର ଖୋଲିବା ତାରିଖ ଘୋଷଣା କରୁଛନ୍ତି, ପୁଣି ମନା କରୁଛନ୍ତି। ସେମାନେ ଠିକ୍ କଥା […]

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନ ଭଣ୍ଡାର କମିଟି ଭାଙ୍ଗିଯିବା ନେଇ ତେଜିଲା ରାଜନୀତି। ସରକାରଙ୍କୁ ଘେରିଲା ବିଜେଡି। ମନ୍ଦ ଉଦ୍ଦେଶ୍ୟ ରଖି ରତ୍ନ ଭଣ୍ଡାର କମିଟି ଭଙ୍ଗା ଯାଇଛି। ଅରିଜିତ ପଶାୟତ ଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ହଟେଇ ଦିଆଗଲା। ସେ ଜଣେ ସୁନାମଧନ୍ୟ ବ୍ୟକ୍ତି। ସେମାନେ କେତେବେଳେ କଣ କହୁଛନ୍ତି, ତାଙ୍କର କଣ ଉଦ୍ଦେଶ୍ୟ ଓଡ଼ିଶା ବାସୀ ଜାଣିଛନ୍ତି। କେତେବେଳେ ରତ୍ନ ଭଣ୍ଡାର ଖୋଲିବା ତାରିଖ ଘୋଷଣା କରୁଛନ୍ତି, ପୁଣି ମନା କରୁଛନ୍ତି। ସେମାନେ ଠିକ୍ କଥା କରିବେନି, ଠିକ୍ ବାଟରେ ଯିବେନି। ଖାଲି ଭୁଆଁ ବୁଲେଇବେ ବୋଲି ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ସୂଚନା ଅନୁଯାୟୀ, ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନିମନ୍ତେ ତତ୍‌କାଳୀନ ନବୀନ ପଟ୍ଟନାୟକ ସରକାର ଗଠନ କରିଥିବା ଜଷ୍ଟିସ ଅରିଜିତ୍‌ ପଶାୟତ କମିଟି ବଦଳରେ ରାଜ୍ୟ ସରକାର ଗଠନ କରିଛନ୍ତି ଆଉ ଏକ କମିଟି। ୧୬ ଜଣିଆ କମିଟିର ଅଧ୍ୟକ୍ଷ ରୂପେ ଜଷ୍ଟିସ ବିଶ୍ୱନାଥ ରଥ କାର୍ଯ୍ୟ କରିବେ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କଳାଧନ ସଂକ୍ରାନ୍ତ ଏସ୍‌ଆଇଟିର ଉପାଧ୍ୟକ୍ଷ ତଥା ନବୀନ ସରକାରଙ୍କ ଦ୍ୱାରା ରତ୍ନଭଣ୍ଡାର ଖୋଲାଯିବା କମିଟିର ଅଧ୍ୟକ୍ଷ ଜଷ୍ଟିସ ପଶାୟତ ପୁରୀରେ ଆସନ୍ତାକାଲି ହେବାକୁ ଥିବା ରତ୍ନଭଣ୍ଡାର କମିଟି ବୈଠକରେ ଯୋଗ ଦେବାକୁ ଓଡ଼ିଶାରେ ପହଞ୍ଚିଥିବାବେଳେ ରାଜ୍ୟ ସରକାର ନୂଆ କମିଟି ଗଠନ କରିଥିବା ଆଇନମନ୍ତ୍ରୀ ଘୋଷଣା କରିଛନ୍ତି। ଫଳରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୂର୍ବ ସରକାର ଜଷ୍ଟିସ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା ୧୨ ଜଣିଆ କମିଟି ବସ୍ତୁତଃ ନିଷ୍କ୍ରିୟ ହୋଇ ଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଇନମନ୍ତ୍ରୀ କହିଛନ୍ତି ଯେ ରତ୍ନଭଣ୍ଡାର ଖୋଲିବାକୁ ନେଇ ଯେଉଁ ପ୍ରହେଳିକା ସୃଷ୍ଟି ହୋଇଥିଲା ତାହାର ଅନ୍ତ ହେବାକୁ ଯାଉଛି। ବହୁ ବିଚାର ବିମର୍ଶ ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ଖୋଲିବା ସହ ଏହାର ଗଣତି, ମଣତି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା। ଦୀର୍ଘ ୪୫ ବର୍ଷ ପରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକୁ ସୂଚାରୁରୂପେ କରିବା ପାଇଁ ଦକ୍ଷତା ସଂପନ୍ନ ଏକ କମିଟିର ତଦାରଖରେ ଏହାକୁ କାର୍ଯ୍ୟକାରୀ କରିବାକୁୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ୧୬ ଜଣିଆ କମିଟି ଗଠନ କରିଛନ୍ତି। ୬ ତାରିଖରେ କମିଟିର ବୈଠକ ବସିବ । ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଯେତେବେଳେ ମହାପ୍ରଭୁ ମନ୍ଦିରରେ ନ ଥିବେ ସେହି ମଧ୍ୟରେ କେଉଁଦିନ ରତ୍ନଭଣ୍ଡାର ଖୋଲାଯିବ, ଭିତର ଭଣ୍ଡାରର ମରାମତି ଏବଂ ଗଣତି, ମଣତି କେବେ ହେବ ସେନେଇ କମିଟି ନିଷ୍ପତ୍ତି ନେବ। ୬ ତାରିଖରେ କମିଟିର ନିଷ୍ପତ୍ତି ଅନୁଯାୟୀ ସରକାର ରତ୍ନଭଣ୍ଡାର ଖୋଲିବାର ବ୍ୟବସ୍ଥା କରିବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ଏହା ଏକ ଉଚ୍ଚ ଦାୟିତ୍ୱ ସମ୍ପନ୍ନ କମିଟି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଏଠାରେ ଉଲ୍ଲେଖଯୋଗ୍ୟ ଯେ,  ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତତ୍‌କାଳୀନ ନବୀନ ପଟ୍ଟନାୟକ ସରକାର ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ତଥା ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କଳାଧନ ସଂକ୍ରାନ୍ତ ଏସ୍‌ଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗତବର୍ଷ ଗଠନ କରିଥିଲେ । ପରବର୍ତ୍ତୀ ସମୟରେ ଏହି କମିଟି ବୈଠକ ଫେବ୍ରୁଆରୀରେ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ସମୟରେ ମହାପ୍ରଭୁ ରତ୍ନବେଦୀରେ ନ ଥିବା ସମୟରେ ୮ ଜୁଲାଇରେ ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ କରିବାକୁ ନିଷ୍ପତ୍ତି ହୋଇଥିଲା। ଦିନକ ତଳେ ଜଷ୍ଟିସ ପଶାୟତଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚିଥିଲା ଏବଂ ଜୁଲାଇ ୫ ତାରିଖରେ କମିଟି ବୈଠକ ଅନୁଷ୍ଠିତ ହେବା ପରେ ୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଯାଞ୍ଚ କରାଯିବ ବୋଲି ତାଙ୍କ ଗସ୍ତ ସୂଚୀରେ ଉଲ୍ଲେଖ ଥିଲା। ଏ ସମ୍ପର୍କରେ କମିଟି ସଦସ୍ୟ, ରାଜ୍ୟ ସରକାର, ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିଲା । ଆଜି ଓଡ଼ିଶାରେ ପହଞ୍ଚିବା ପରେ ଜଷ୍ଟିସ ପଶାୟତ ଆସନ୍ତାକାଲି ବୈଠକରେ ରତ୍ନଭଣ୍ଡାର କେବେ ଖୋଲାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ମାତ୍ର କମିଟି ବୈଠକର ୧୨ ଘଣ୍ଟା ପୂର୍ବରୁ ଆଇନମନ୍ତ୍ରୀ ନୂଆ କମିଟି ଗଠନ ଘୋଷଣା କରିବା ପରେ ଜଷ୍ଟିସ ପଶାୟତ କମିଟି ଆପେଆପେ ନିଷ୍କ୍ରିୟ ହୋଇ ଯାଇଛି ।

ପୁରୁଣା କମିଟି
ଜଷ୍ଟିସ ଅରିଜିତ୍‌ ପଶାୟତ (ଅଧ୍ୟକ୍ଷ), ଡ଼ା. ରମାକାନ୍ତ ପଣ୍ଡା (ଉପାଧ୍ୟକ୍ଷ), ଡ଼. ବିଧୂଭୂଷଣ ସାମଲ, ଚାଟାର୍ଡ ଆକାଉଣ୍ଟାଣ୍ଟ ଡ଼. ଏ.କେ.ସାବତ, ସେବକ ପ୍ରତିନିଧି ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ କର, ଭଣ୍ଡାର ମେକାପ ସେବକ ଗଣେଶ ମେକାପ, ପୁରୀ ଜିଲ୍ଲାପାଳ, ପୁରୀ ଗଜପତି ମହାରାଜଙ୍କ ପ୍ରତିନିଧି, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି, ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ (ଆବାହକ)।

ନୂଆ କମିଟି
ଜଷ୍ଟିସ ବିଶ୍ୱନାଥ ରଥ (ଅଧ୍ୟକ୍ଷ), ଡା. ସିବିକେ ମହାନ୍ତି, ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ୍‌ ପ୍ରକାଶ ମିଶ୍ର, ସ୍ୱାମୀ ପ୍ରଜ୍ଞାନନ୍ଦ ଜୀ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପୁରୀ ଗଜପତି ମହାରାଜଙ୍କ ପ୍ରତିନିଧି, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି, ମଧୁସୂଦନ ସିଂହାରୀ, ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସ ମହାପାତ୍ର, ସୌମେନ୍ଦ୍ର ମୁଦୁଲୀ, ପୁରୀ ଜିଲ୍ଲାପାଳ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ (ଆବାହକ)।

05 Jul 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର