ସୁରଙ୍କ ମୁଣ୍ଡରେ ୨୦ ହଜାର ତଣ୍ଡ

The Sakala Picture
Published On

ଭୁବନେଶ୍ୱର/ ନନ୍ଦନକାନନ : କରୋନାର ଦ୍ୱିତୀୟ ଲହର ଜାରି ରହିଛି। ସାରା ରାଜ୍ୟ ପ୍ରଶାସନ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି। ବ୍ୟାପକ ଟିକାକରଣ ସତ୍ତ୍ବେ ବିପଦ ଏଡ଼ାଇବା ପାଇଁ ମାସ୍କ ପରିଧାନ, ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ହେଲେ ଏହା ମଧ୍ୟରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ଖବରଦାତା ସମ୍ମିଳନୀ କରି ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। କେବଳ ସେତକ ନୁହେଁ, ନିୟମ ଉଲ୍ଲଂଘନ କରିଥିବାରୁ ସ୍ଥାନୀୟ ପ୍ରଶାସନ […]

ଭୁବନେଶ୍ୱର/ ନନ୍ଦନକାନନ : କରୋନାର ଦ୍ୱିତୀୟ ଲହର ଜାରି ରହିଛି। ସାରା ରାଜ୍ୟ ପ୍ରଶାସନ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି। ବ୍ୟାପକ ଟିକାକରଣ ସତ୍ତ୍ବେ ବିପଦ ଏଡ଼ାଇବା ପାଇଁ ମାସ୍କ ପରିଧାନ, ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ହେଲେ ଏହା ମଧ୍ୟରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ଖବରଦାତା ସମ୍ମିଳନୀ କରି ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। କେବଳ ସେତକ ନୁହେଁ, ନିୟମ ଉଲ୍ଲଂଘନ କରିଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଧାୟକ ଶ୍ରୀ ରାଉତରାୟଙ୍କୁ ୨୦ ହଜାର ଜରିମାନା କରାଯାଇଛି। ଭୁବନେଶ୍ୱର ତହସିଲର ଅତିରିକ୍ତ ତହସିଲଦାର ଶର୍ମିଷ୍ଠା ଦାସଙ୍କ ସୁରଙ୍କ ସାମ୍ବାଦିକ ସମ୍ମିଳନୀ ସମୟରେ ସ୍ଥାନୀୟ ଚନ୍ଦକା ଥାନାର ସହଯୋଗରେ ଚଢ଼ଉ କରିଥିଲେ। ପ୍ରାଥମିକ ଭାବେ ଶ୍ରୀମତୀ ଦାସଙ୍କ ପରାମର୍ଶ ନ ମାନି ସୁର କାର୍ଯ୍ୟକ୍ରମ ଜାରି ରଖିଥିଲେ। ପରବର୍ତ୍ତୀ ସମୟରେ ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍‍ ଫୋର୍ସକୁ ଡକାଯାଇଥିଲା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ଉଲ୍ଲେଖଯୋଗ୍ୟ, ଆଞ୍ଚଳିକ ବିକାଶ କମିଟି ଦ୍ୱାରା ଆହୂତ ସାମ୍ବାଦିକ ସମ୍ମିଳନୀରେ ନନ୍ଦନକାନନ, ଚୁଡ଼ଙ୍ଗଗଡ଼ ଓ ଚନ୍ଦକା ଅଭୟାରଣ୍ୟର ବିଭିନ୍ନ ସମସ୍ୟା ସହ ସମାଧାନର ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା। ଏଥିରେ ଦାରୁଠେଙ୍ଗ ଏବଂ ଆଖପାଖ ଅଞ୍ଚଳର ଲୋକ ଅଂଶଗ୍ରହଣ କରିଥିଲେ। ଆଞ୍ଚଳିକ କମିଟି ପକ୍ଷରୁ ଚିଡିଆଖାନାରେ ଥିବା ପଶୁପକ୍ଷୀଙ୍କ ମଡ଼କକୁ ରୋକିବା, ସେମାନଙ୍କ ତୁରନ୍ତ ଚିକିତ୍ସା ନିମନ୍ତେ ଡାକ୍ତର ତଥା ଭିତ୍ତିଭୂମି ଅଭାବକୁ ଦୂରକରିବା, ଐତିହାସିକ ଚୁଡ଼ଙ୍ଗଗଡର ବିକାଶ ଓ ଏହାକୁ ନନ୍ଦନକାନନରେ ପରିସରଭୁକ୍ତ କରିବା ପାଇଁ ଦାବି କରାଯାଇଛି। ଏଥିସହିତ ବନ୍ଦ ହୋଇ ଯାଇଥିବା ବୋଟ ଚଲାଯିବା, ରୋପ ୱେକୁ କାର୍ଯ୍ୟକ୍ଷମ କରିବା, ଟୟ ଟ୍ରେନକୁ ତୁରନ୍ତ ଚାଲୁ କରିବାକୁ ଦାବି କରାଯାଇଛି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର