ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୩୧୯ ପଜିଟିଭ

The Sakala Picture
Published On

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୩୧୯ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୯୬ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୨୩ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୩୭୮୯ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ […]

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୩୧୯ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୯୬ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୨୩ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୩୭୮୯ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୪୦ ସଂକ୍ରମିତ ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଅନୁଗୁଳରୁ ୧୧୬ , ବାଲେଶ୍ୱରରୁ ୩୯୭ , ବରଗଡ଼ ୪୭, ଭଦ୍ରକ ୧୬୩, ବଲାଙ୍ଗୀର ୧୦ , ବୌଦ୍ଧ ୧୬ , କଟକ ୫୬୬ , ଦେବଗଡ଼ ୪ , ଢେଙ୍କାନାଳ ୬୯, ଗଜପତି ୧୨ , ଗଞ୍ଜାମ ୧୮ , ଜଗତସିଂହପୁର ୧୩୦ , ଯାଜପୁର ୧୯୪ , ଝାରସୁଗୁଡ଼ା ୧୧ , କଳାହାଣ୍ଡି ୩୧ , କନ୍ଧମାଳ ୨୩ , କେନ୍ଦ୍ରାପଡ଼ା ୧୩୪ , କେନ୍ଦୁଝର ୬୫ , କୋରାପୁଟ ୫୯ , ମାଲକାନଗିରି ୭୧ , ମୟୂରଭଞ୍ଜ ୧୯୯ , ନବରଙ୍ଗପୁର ୩୯ , ନୟାଗଡ଼ ୧୧୧ , ନୂଆପଡ଼ା ୪ , ପୁରୀ ୧୭୫ , ରାୟଗଡ଼ା ୪୩ , ସମ୍ୱଲପୁର ୨୯ , ସୋନପୁର ୧୭ , ସୁନ୍ଦରଗଡ଼ ୩୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର