ସ୍ୱାସ୍ଥ୍ୟ ନିର୍ଦ୍ଦେଶକ : ଥାର୍ଡ ୱେଭ୍ ଆସିବା ପୂର୍ବରୁ ଆଗୁଆ ଜାଣି ହେବ

The Sakala Picture
Published On

ଦେଶ ସହ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ମାମଲା କମିବାରେ ଲାଗିଛି । ଆଉ ଆଗାମୀ ଦିନରେ ତୃତୀୟ ଲହର ଆସିବା ନେଇ କୁହାଯାଉଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଥାର୍ଡ ୱେଭ୍ ଆସିବା ପୂର୍ବରୁ ଆଗୁଆ ଜାଣି ହେବ । କେବେ ଥାର୍ଡ ୱେଭ ଓଡ଼ିଶା ଆସିବ ତାହା ଆମେ ପୂର୍ବରୁ ହିଁ ଜାଣି ପାରିବୁ । ଦ୍ୱିତୀୟ ଲହର ବମ୍ବେ […]

ଦେଶ ସହ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ମାମଲା କମିବାରେ ଲାଗିଛି । ଆଉ ଆଗାମୀ ଦିନରେ ତୃତୀୟ ଲହର ଆସିବା ନେଇ କୁହାଯାଉଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଥାର୍ଡ ୱେଭ୍ ଆସିବା ପୂର୍ବରୁ ଆଗୁଆ ଜାଣି ହେବ । କେବେ ଥାର୍ଡ ୱେଭ ଓଡ଼ିଶା ଆସିବ ତାହା ଆମେ ପୂର୍ବରୁ ହିଁ ଜାଣି ପାରିବୁ । ଦ୍ୱିତୀୟ ଲହର ବମ୍ବେ ଓ ଦିଲ୍ଲୀରେ ଆସିବା ପରେ ଓଡ଼ିଶାକୁ ଆସିଥିଲା । ତେଣୁ ଆଶା କରୁଛୁ ଥାର୍ଡ ୱେଭ୍ ଆମ ଦେଶକୁ ଆସିଲେ ଜାଣି ହେବେ ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ମାତ୍ର ବର୍ତ୍ତମାନଠୁ ଆମେ ଥାର୍ଡ ୱେଭ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । ଭ୍ୟାକ୍ସିନ୍ ନେଇ ଆଇସିଏମଆର ଷ୍ଟଡି ଉପରେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଭ୍ୟାକ୍ସିନ୍ ନେଇ କରୋନା ପଜିଟିଭ୍ ହୋଇଥିବା ୨୭୪ ଜଣଙ୍କର ଅଧ୍ୟୟନ କରାଯାଇଥିଲା । ଭ୍ୟାକ୍ସିନ୍ ନେବା ଦ୍ୱାରା ସୁରକ୍ଷା ମିଳୁଛି ଏବଂ ସିଭିୟରିଟି ଅଧିକ ହେଉନାହିଁ । ଏହା ଆମ ଶରୀରରେ ଆଣ୍ଟିବଡ଼ି ମଧ୍ୟ ସୃଷ୍ଟି କରୁଛି । ତଥାପି ଏହାର ଅଧିକ ଅନୁଧ୍ୟାନ ଆବଶ୍ୟକ ରହିଛି ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ବୈଷୟିକ କମିଟି ଭ୍ୟାକ୍ସିନ୍ ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି । କେତେ ଲୋକଙ୍କର ସିଭିୟରିଟି ହେଉଛି ସେ ନେଇ ଷ୍ଟଡି କରୁଥିବା ସେ କହିଛନ୍ତି । ଏବେ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । ବେଳେ ବେଳେ ବଢ଼ୁଛି ଏବଂ କମୁଛି । ସଂକ୍ରମଣ ବଢ଼ିଥିବା କିଛି ଜିଲ୍ଲା ଉପରେ ଅଧିକ ଫୋକସ କରାଯିବା ସହ ସ୍ୱତନ୍ତ୍ର ନଜର ରଖାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

25 Jun 2021 By The Sakala

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ : ଥାର୍ଡ ୱେଭ୍ ଆସିବା ପୂର୍ବରୁ ଆଗୁଆ ଜାଣି ହେବ

ଦେଶ ସହ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ମାମଲା କମିବାରେ ଲାଗିଛି । ଆଉ ଆଗାମୀ ଦିନରେ ତୃତୀୟ ଲହର ଆସିବା ନେଇ କୁହାଯାଉଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଥାର୍ଡ ୱେଭ୍ ଆସିବା ପୂର୍ବରୁ ଆଗୁଆ ଜାଣି ହେବ । କେବେ ଥାର୍ଡ ୱେଭ ଓଡ଼ିଶା ଆସିବ ତାହା ଆମେ ପୂର୍ବରୁ ହିଁ ଜାଣି ପାରିବୁ । ଦ୍ୱିତୀୟ ଲହର ବମ୍ବେ ଓ ଦିଲ୍ଲୀରେ ଆସିବା ପରେ ଓଡ଼ିଶାକୁ ଆସିଥିଲା । ତେଣୁ ଆଶା କରୁଛୁ ଥାର୍ଡ ୱେଭ୍ ଆମ ଦେଶକୁ ଆସିଲେ ଜାଣି ହେବେ ।

ମାତ୍ର ବର୍ତ୍ତମାନଠୁ ଆମେ ଥାର୍ଡ ୱେଭ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । ଭ୍ୟାକ୍ସିନ୍ ନେଇ ଆଇସିଏମଆର ଷ୍ଟଡି ଉପରେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଭ୍ୟାକ୍ସିନ୍ ନେଇ କରୋନା ପଜିଟିଭ୍ ହୋଇଥିବା ୨୭୪ ଜଣଙ୍କର ଅଧ୍ୟୟନ କରାଯାଇଥିଲା । ଭ୍ୟାକ୍ସିନ୍ ନେବା ଦ୍ୱାରା ସୁରକ୍ଷା ମିଳୁଛି ଏବଂ ସିଭିୟରିଟି ଅଧିକ ହେଉନାହିଁ । ଏହା ଆମ ଶରୀରରେ ଆଣ୍ଟିବଡ଼ି ମଧ୍ୟ ସୃଷ୍ଟି କରୁଛି । ତଥାପି ଏହାର ଅଧିକ ଅନୁଧ୍ୟାନ ଆବଶ୍ୟକ ରହିଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ବୈଷୟିକ କମିଟି ଭ୍ୟାକ୍ସିନ୍ ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି । କେତେ ଲୋକଙ୍କର ସିଭିୟରିଟି ହେଉଛି ସେ ନେଇ ଷ୍ଟଡି କରୁଥିବା ସେ କହିଛନ୍ତି । ଏବେ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । ବେଳେ ବେଳେ ବଢ଼ୁଛି ଏବଂ କମୁଛି । ସଂକ୍ରମଣ ବଢ଼ିଥିବା କିଛି ଜିଲ୍ଲା ଉପରେ ଅଧିକ ଫୋକସ କରାଯିବା ସହ ସ୍ୱତନ୍ତ୍ର ନଜର ରଖାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

https://www.thesakala.in/latest-odisha-news/the-advance-will-be-known-before-the-third-wave-arrives/article-3220
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର