ନନ୍ଦନକାନନରୁ ଆସିଲା ଦୁଃଖଦ ଖବର, ଆଖି ବୁଜିଲା ଧଳା ବାଘୁଣୀ ସ୍ନେହା

The Sakala Picture
Published On

ବାରଙ୍ଗ: ଆଖି ବୁଜିଲା ଧଳା ବାଘୁଣୀ ସ୍ନେହା । ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ସ୍ନେହାର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅଧିକାରୀ । ଗତକାଲି ବାଘୁଣୀ ସ୍ନେହା ଅସୁସ୍ଥ ହେବାରୁ ତାକୁ ସାଲାଇନ୍ ଲଗାଇ ଚିକିତ୍ସା କରାଯାଉଥିଲା । ଆଜି ଚିକିତ୍ସାଧିନ ଅବସ୍ଥାରେ ବାଘୁଣୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ପ୍ରଚଣ୍ଡ ଗରମ ସାଙ୍ଗକୁ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ଗତକାଲି ବାଘୁଣୀ ସ୍ନେହା ଗୁରୁତର ହୋଇପଡ଼ିଥିଲା । […]

ବାରଙ୍ଗ: ଆଖି ବୁଜିଲା ଧଳା ବାଘୁଣୀ ସ୍ନେହା । ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ସ୍ନେହାର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅଧିକାରୀ । ଗତକାଲି ବାଘୁଣୀ ସ୍ନେହା ଅସୁସ୍ଥ ହେବାରୁ ତାକୁ ସାଲାଇନ୍ ଲଗାଇ ଚିକିତ୍ସା କରାଯାଉଥିଲା । ଆଜି ଚିକିତ୍ସାଧିନ ଅବସ୍ଥାରେ ବାଘୁଣୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ସୂଚନା ଅନୁସାରେ, ପ୍ରଚଣ୍ଡ ଗରମ ସାଙ୍ଗକୁ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ଗତକାଲି ବାଘୁଣୀ ସ୍ନେହା ଗୁରୁତର ହୋଇପଡ଼ିଥିଲା । ଶୋଇରହିଥିବା ସ୍ଥାନରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଉଠିବାରୁ ପ୍ରାଣୀ ଉଦ୍ୟାନ ଅଧିକାରୀମାନେ ଓୟୁଏଟିର ପ୍ରାଣୀ ଚିକିତ୍ସକଙ୍କୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ସ୍ନେହାର ଚିକିତ୍ସା ଆରମ୍ଭ ହୋଇଥିଲା । ସାଲାଇନ ସହିତ ଭିଟାମିନ ଓ ଆଣ୍ଟିବାୟୋଟିକ ମଧ୍ୟ ଦିଆଯାଇଥିଲା । ଏହାସହ ତା’ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଥିଲା । ଶେଷରେ ଆଜି ଧଳା ବାଘୁଣୀ ସ୍ନେହାର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ସୂଚନା ଅନୁଯାୟୀ, ୨୦୧୦ ମସିହାରେ ନାଲି ରଙ୍ଗର ମହାବଳ ବାଘ ନିଶାନ ଓ ଧଳା ରଙ୍ଗର ବାଘୁଣୀ କୁସୁମଙ୍କ ମିଳନରୁ ଜନ୍ନଲାଭ କରିଥିଲା ବାଘୁଣୀ ସ୍ନେହା । ସେ ତିନି ଥର ଗର୍ଭ ପ୍ରସବ କରି ମୋଟ ୮ଟି ଶାବକ ଜନ୍ମ କରିଛି । ବର୍ତ୍ତମାନ ବାଘୁଣୀ ସ୍ନେହାକୁ ୧୪ ବର୍ଷ ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର