ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ; ଦୈନିକ ୬ ଘଣ୍ଟା କାମ, ସ୍ୱାଭାବିକ ରହିବ ଦର୍ଶନ

The Sakala Picture
Published On

ପୁରୀ: ଆଜିଠାରୁ ଶ୍ରୀମନ୍ଦିର ନାଟମଣ୍ଡପ ମୁଖ୍ୟ ବିମ୍‌‌ (ଗରୁଡ଼ ସ୍ତମ୍ଭ ଉପର)ରେ ହୋଇଥିବା ଫାଟ ମରାମତି ଆରମ୍ଭ ହେବ। ତଳୁ ୪ଟି ଷ୍ଟେନଲେସ୍‌‌ ଷ୍ଟିଲ ବିମ୍‌‌ ଏଥିରେ ସପୋର୍ଟ ଦିଆଯିବ। ଆସନ୍ତା ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌‌ ୨୫ ଦିନ ଧରି ନାଟମଣ୍ଡପ ମରାମତି କରିବ ଏଏସ୍‌‌ଆଇ। ଦୈନିକ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ଏହି କାମ ଚାଲିବ। ତେବେ ଏହି ମରାମତି ସମୟରେ ଭକ୍ତଙ୍କ ଦର୍ଶନ ଏବଂ ନୀତିକାନ୍ତିରେ ଯେପରି କୌଣସି ସମସ୍ୟା ନ […]

ପୁରୀ: ଆଜିଠାରୁ ଶ୍ରୀମନ୍ଦିର ନାଟମଣ୍ଡପ ମୁଖ୍ୟ ବିମ୍‌‌ (ଗରୁଡ଼ ସ୍ତମ୍ଭ ଉପର)ରେ ହୋଇଥିବା ଫାଟ ମରାମତି ଆରମ୍ଭ ହେବ। ତଳୁ ୪ଟି ଷ୍ଟେନଲେସ୍‌‌ ଷ୍ଟିଲ ବିମ୍‌‌ ଏଥିରେ ସପୋର୍ଟ ଦିଆଯିବ। ଆସନ୍ତା ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌‌ ୨୫ ଦିନ ଧରି ନାଟମଣ୍ଡପ ମରାମତି କରିବ ଏଏସ୍‌‌ଆଇ। ଦୈନିକ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ଏହି କାମ ଚାଲିବ। ତେବେ ଏହି ମରାମତି ସମୟରେ ଭକ୍ତଙ୍କ ଦର୍ଶନ ଏବଂ ନୀତିକାନ୍ତିରେ ଯେପରି କୌଣସି ସମସ୍ୟା ନ ହେବ, ସେଥିଲାଗି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: କରଞ୍ଜିଆ ବନଖଣ୍ଡରୁ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ସେହି ଅନୁଯାୟୀ, ଆଜିଠାରୁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ ହେବ। ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ରାତି ୨ଟାରୁ ଦ୍ୱାର ଫିଟି ଠାକୁରଙ୍କର ନୀତିକାନ୍ତି ଆରମ୍ଭ ହେବ ବୋଲି ଗତ ମଙ୍ଗଳବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଏପ୍ରିଲ ସୁଦ୍ଧା ନାଟମଣ୍ଡପ ମରାମତି ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେଣୁ ଛତିଶା ନିଯୋଗ ବୈଠକରେ ମରାମତିର ରୂପରେଖ ଚୂଡ଼ାନ୍ତ ହୋଇଛି। ଆସନ୍ତା ୨୩ରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଅପରାହ୍ଣ ୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନାଟମଣ୍ଡପ ମରାମତି ହେବ। ଏଥିଲାଗି ରାତି ୨ଟାରୁ ଦ୍ୱାର ଫିଟିବ ଏବଂ ରାତି ୧୧ଟାରେ ପହୁଡ଼ କରାଯିବ। ଯେହେତୁ ରାତି ୨ଟାରୁ ଦ୍ୱାର ଫିଟି ନୀତିକାନ୍ତି ହେବ, ତେଣୁ ଭକ୍ତଙ୍କ ଦର୍ଶନ ସଅଳ ସହ ମହାପ୍ରସାଦ ମଧ୍ୟ ଶୀଘ୍ର ବାହାରିବ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ହୃଦୟଛୁଆଁ କାହାଣୀ: ପରସ୍ପରକୁ ଜାବୁଡି ଧରି ବଞ୍ଚିଛନ୍ତି ୫ ଛୁଆ ଓରାଙ୍ଗଉଟାନ୍‌; ମା' ନାହିଁ, ହେଲେ ମା' ପରି ଅଛନ୍ତି ପରସ୍ପର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର