ପଣାସଂକ୍ରାନ୍ତିର ତାରିଖକୁ ନେଇ ଦ୍ବନ୍ଦ୍ବ: ଏପ୍ରିଲ ୧୩ ନା ୧୪ ?

The Sakala Picture
Published On

ଭୁବନେଶ୍ୱର: ପଣାସଂକ୍ରାନ୍ତିର ନିର୍ଦ୍ଧିଷ୍ଟ ତାରିଖକୁ ନେଇ ପଞ୍ଜିକା ନିର୍ଦ୍ଧାରଣ ଦ୍ବନ୍ଦ୍ବ। ଗଣନାକାର ଓ ଜ୍ୟୋତିର୍ବିଦ ମଧ୍ୟରେ ତାରିଖକୁ ନେଇ ସ୍ପଷ୍ଟତା ଆସିନପାରିବାରୁ ଆଗାମୀ ୧୨ ତାରିଖକୁ ଘୁଞ୍ଚିଲା ନିଷ୍ପତ୍ତି। ସେହିଦିନ ଗଣନାକୁ ନେଇ ତର୍ଜମା କରାଯାଇ ତାରିଖ ସ୍ପଷ୍ଟ କରାଯିବ। ଅନ୍ୟପକ୍ଷରେ ଆଗାମୀ ସ୍ନାନଯାତ୍ର ପରେ ଅନବସର ନୀତି ୧୩ଦିନ ପଡିବାକୁ ଯାଉଥିବା ବେଳେ କାର୍ତ୍ତିକ ମାସ ପଞ୍ଚୁକ ୫ଦିନ ବଦଳରେ ୪ଦିନ ପଡୁଥିବାରୁ ଲକ୍ଷ୍ମୀ ନୃସିଂହ ବେଶ କରାଯିବ ନାହିଁ ବୋଲି ଜଣାପଡିଛି। ତେବେ ଚଳିତ […]

ଭୁବନେଶ୍ୱର: ପଣାସଂକ୍ରାନ୍ତିର ନିର୍ଦ୍ଧିଷ୍ଟ ତାରିଖକୁ ନେଇ ପଞ୍ଜିକା ନିର୍ଦ୍ଧାରଣ ଦ୍ବନ୍ଦ୍ବ। ଗଣନାକାର ଓ ଜ୍ୟୋତିର୍ବିଦ ମଧ୍ୟରେ ତାରିଖକୁ ନେଇ ସ୍ପଷ୍ଟତା ଆସିନପାରିବାରୁ ଆଗାମୀ ୧୨ ତାରିଖକୁ ଘୁଞ୍ଚିଲା ନିଷ୍ପତ୍ତି। ସେହିଦିନ ଗଣନାକୁ ନେଇ ତର୍ଜମା କରାଯାଇ ତାରିଖ ସ୍ପଷ୍ଟ କରାଯିବ। ଅନ୍ୟପକ୍ଷରେ ଆଗାମୀ ସ୍ନାନଯାତ୍ର ପରେ ଅନବସର ନୀତି ୧୩ଦିନ ପଡିବାକୁ ଯାଉଥିବା ବେଳେ କାର୍ତ୍ତିକ ମାସ ପଞ୍ଚୁକ ୫ଦିନ ବଦଳରେ ୪ଦିନ ପଡୁଥିବାରୁ ଲକ୍ଷ୍ମୀ ନୃସିଂହ ବେଶ କରାଯିବ ନାହିଁ ବୋଲି ଜଣାପଡିଛି। ତେବେ ଚଳିତ ୨୦୨୪-୨୫ ବର୍ଷର ପାଞ୍ଜି ଯେପରି କୌଣସି ପ୍ରକାର ଅମେଳ ନହେବ ସେ ନେଇ ଧ୍ୟାନ ଦିଆଯିବ ବୋଲି ମତ ରଖିଛନ୍ତି ଗଣନାକାର ଓ ପଞ୍ଜିକାର ପ୍ରକାଶକ ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ପଞ୍ଜିକା ପଞ୍ଜିକା ଭିତରେ ମେଳ ଖାଉନଥିବାରୁ ବିଭିନ୍ନ ଯାନି ଯାତ୍ର, ପର୍ବପର୍ବାଣି, ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ହୋଉଛି ଦ୍ବନ୍ଦ୍ବ। ଏହାକୁ ଦୂର କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଥିଲା । ତେବେ ବୈଠକରେ ମହାବିଷୁବ ସଂକ୍ରାନ୍ତି ପଣାସଂକ୍ରାନ୍ତିର ତାରିଖକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି । ଅପ୍ରେଲ ୧୩ ତାରିଖ ନା ୧୪ତାରିଖରେ ସଂକ୍ରାନ୍ତି ପଡିବ ତାହା ସ୍ପଷ୍ଟ ହୋଇପାରିଲା ନାହିଁ । ରାଧାରମଣ ପଞ୍ଜିକା, କୋହିନୂର ପଞ୍ଜିକାରେ ୧୪ତାରିଖ ଥିଵା ବେଳେ ସାମନ୍ତ ଚନ୍ଦ୍ର ଶେଖର ପଞ୍ଜିକା, ବିରଜା ପଞ୍ଜିକାରେ ୧୩ ତାରିଖରେ ପଣାସଂକ୍ରାନ୍ତି କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଯାହାକୁ ନେଇ ଦ୍ବନ୍ଦ ଉଠିବାରୁ ଆଗାମୀ ୧୨ତାରିଖକୁ ପଞ୍ଜିକା ନିର୍ଦ୍ଧାରଣ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଚଳିତ ବର୍ଷ ସାନ୍ନଯାତ୍ର ପରେ ମହାପ୍ରଭୁଙ୍କ ଅନବସର ନୀତିକୁ ନେଇ ବିରାଟ ପରିବର୍ତ୍ତନ ସୃଷ୍ଟି ହୋଇଛି । ଚଳିତବର୍ଷ ଅନବସର ନୀତିକାନ୍ତି ମାତ୍ର ୧୩ଦିନ ହେବ ତାହା ହେଲେ କିଭଳି ଭାବରେ ନୀତିକାନ୍ତି ଓ ଗୁପ୍ତନୀତି କରାଯିବ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ତଢଉକରଣଙ୍କୁ ବିଗତ ୧୯୭୧-୭୨ ରେ ହୋଇଥିବା ନୀତି କିପରି କରାଯାଇଥିଲା ତାହା ତର୍ଜମା କରିବାକୁ ଦାୟିତ୍ବ ଦିଆଯାଇଛି । ସେହିପରି ଚଳିତବର୍ଷ କାର୍ତ୍ତିକ ପଞ୍ଚୁକ ୫ଦିନ ବଦଳରେ ୪ ଦିନ ହେବାକୁ ଯାଉଛି। ଫଳରେ ଲକ୍ଷ୍ମୀ ନୃସିଂହ ବେଶ ହୋଇପାରିବ ନାହିଁ।
ସେପଟେ ଚଳିତ ବର୍ଷ ଯାନିଯାତ, ତିଥି, ପର୍ବପର୍ବାଣି ନିର୍ଭୁଲ ତଥା ତୃଟିଶୂନ୍ୟ କରିବା ପାଇଁ ଗଣନାକାର ମାନେ ବିଶେଷ ଗୁରୁତ୍ୱ ଦେଉଛନ୍ତି ବୋଲି ପଞ୍ଜିକାର ପ୍ରକାଶକ କହିଛନ୍ତି । ୨୦୨୪-୨୫ ପଞ୍ଜିକା ନିର୍ଦ୍ଧାରଣ ପାଇଁ ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ମୁକ୍ତିମଣ୍ଡପ ପଣ୍ଡିତ, ଜ୍ୟୋତିର୍ବିଦ, ବରିଷ୍ଠ ସେବାୟତ, ତଢଉକରଣ, ପରିଚାଳନା କମିଟି ସଦସ୍ୟ ଯୋଗ ଦେଇଥିଲେ ।
07 Feb 2024 By The Sakala

https://www.thesakala.in/latest-odisha-news/date-of-pana-sankranti-yet-to-be-not-finalised/article-29731
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର