ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ଉଠିଲା ନିଲମ୍ବନ

The Sakala Picture
Published On

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ନିଲମ୍ବନ ଆଦେଶ ହଟିଛି। ୧୫ଜୁଲାଇ ୨୦୨୩ରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳ ନିଲମ୍ବନ କରିଥିଲା। ସୂଚନାଯୋଗ୍ୟ, ମେ’ ୮ ତାରିଖରେ ଭୁବନେଶ୍ୱରରେ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ବିବାଦ ହୋଇଥିଲା। ଯେଉଁଥି ପାଇଁ AICC […]

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ନିଲମ୍ବନ ଆଦେଶ ହଟିଛି। ୧୫ଜୁଲାଇ ୨୦୨୩ରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳ ନିଲମ୍ବନ କରିଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ସୂଚନାଯୋଗ୍ୟ, ମେ’ ୮ ତାରିଖରେ ଭୁବନେଶ୍ୱରରେ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ବିବାଦ ହୋଇଥିଲା। ଯେଉଁଥି ପାଇଁ AICC ଶୃଙ୍ଖଳା କମିଟି ଉଭୟଙ୍କୁ ନିଲମ୍ବନ କରିଥିଲା।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ସେହିପରି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ କୋରାପୁଟ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ଜାନୁଆରୀ ୧୯, ୨୦୧୯ ଦଳ ନିଲମ୍ବନ କରିଥିଲା। ଆଗକୁ ନିର୍ବାଚନ ଥିବାରୁ ଦଳ ବରିଷ୍ଠ ନେତା କୃଷ୍ଣ ଚନ୍ଦ୍ର ସଗରିଆଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହର କରିଛି। କିନ୍ତୁ ଶ୍ରୀକାନ୍ତ ଜେନାଙ୍କ ଉପରୁ ନିଲମ୍ବନ ହଟିନି।  ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପ୍ରଭାରୀ ଅଜୟ କୁମାର ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର