୨୦୦୮ ପରଠୁ ଅପହରଣ ଓ ନିଖୋଜ ମାମଲାର ଖୋଳତାଡ଼ କରିବ କମିଶନରେଟ୍ ପୋଲିସ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ କମିଶନରେଟ ପୋଲିସର ଆରମ୍ଭ କଲା କିଡନ୍ୟାପିଂ ଓ ମିସିଂ ସେଲ। କମିଶନରେଟ ପୋଲିସ ଗଠନ ଦିନଠାରୁ ଅପହରଣ ଓ ମିସିଂ ହୋଇଥିବା ମାମଲା ଗୁଡିକ ରିଓପନ କରିବ ପୋଲିସ । ଜଣେ ଏସିପିଙ୍କୁ ଦିଆଯାଇଛି ଦାୟିତ୍ୱ । ଗତ ୧୨ ବର୍ଷ ଧରି ପଡି ରହିଥିବା ମାମଲା ଗୁଡିକର ତାଲିକା ପ୍ରସ୍ତୁତ କରି ତଦନ୍ତ କରୁଛି ପୋଲିସ । ପୋଲିସର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପୁର୍ବତନ ପୋଲିସ ଡିିଜି । ଅପରେସନ୍ ଅପହରଣ […]

ଭୁବନେଶ୍ୱର: ରାଜଧାନୀରେ କମିଶନରେଟ ପୋଲିସର ଆରମ୍ଭ କଲା କିଡନ୍ୟାପିଂ ଓ ମିସିଂ ସେଲ। କମିଶନରେଟ ପୋଲିସ ଗଠନ ଦିନଠାରୁ ଅପହରଣ ଓ ମିସିଂ ହୋଇଥିବା ମାମଲା ଗୁଡିକ ରିଓପନ କରିବ ପୋଲିସ । ଜଣେ ଏସିପିଙ୍କୁ ଦିଆଯାଇଛି ଦାୟିତ୍ୱ । ଗତ ୧୨ ବର୍ଷ ଧରି ପଡି ରହିଥିବା ମାମଲା ଗୁଡିକର ତାଲିକା ପ୍ରସ୍ତୁତ କରି ତଦନ୍ତ କରୁଛି ପୋଲିସ । ପୋଲିସର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପୁର୍ବତନ ପୋଲିସ ଡିିଜି । ଅପରେସନ୍ ଅପହରଣ ଓ ନିଖୋଜ। ପୁରୁଣା କେସର ଫାଇଲ ରିଓପନ କଲା ପୋଲିସ ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଅପରେସନ ଆରମ୍ଭରୁ 30 ନାବାଳିକା ଉଦ୍ଧାର। ଫୋକସ୍ ରେ ନାବାଳିକା ଅପହରଣ , ଅଜଣା ମୃତ ଦେହ ଓ ଅପହରଣ ମାମଲା। ଗଠନ ହେଲା ସ୍ୱତନ୍ତ୍ର ସେଲ । ଟିମ୍ କୁ ଲୀଡ଼ କରିବେ ଏସିପି। ଜଣେ iic ଓ si ତଦନ୍ତରେ କରିବେ ସହଯୋଗ । 2008 ରୁ କମିଶନରେଟ ପୋଲିସ ଗଠନ ଦିନ ଠାରୁ ପଡି ରହିଥିବା ମାମଲା ଗୁଡିକୁ ତଦନ୍ତ କରିବ ଏହି ଟିମ୍ । କମିଶନରେଟ ପୋଲିସର ତଥ୍ୟ ଅନୁସାରେ କମିଶନରେଟ ପୋଲିସ ଗଠନ ହେବା ଦିନଠୁ ରାଜଧାନୀର ବିଭିନ୍ନ ଥାନାରେ ୮ଶହ ନାବାଳିକା ମାମଲା ପେଡିଂ ଅଛି ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ସେଥି ମଧ୍ୟରୁ ୩୦ଜଣଙ୍କୁ ଉଦ୍ଧାର କରିଛି ଏହି ଟିମ୍ । ସେହିଭଳି ୫ଶହ ରୁ ଅଧିକ ମିସିଂ ରିପୋର୍ଟ ରହିଛି । ଏବେ ଏହା ପରିକ୍ଷା ମୂଳକ ଭାବେ କାର୍ଯ୍ୟ କରୁଥିବାର କହିଛନ୍ତି ଭୁବନେଶ୍ୱର ଡିସିପି । ଏହି ସେଲ ଗଠନ ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିଖୋଜ ଓ ଅଜଣା ମୂର୍ତ ଦେହର ଚିହ୍ନଟ କରିବା। ଯଦି କୌଣସି ଲୋକର ମୃତ୍ୟ ଦେହ ଉଦ୍ଧାର ହେଲା ପରେ ନିଖୋଜ ବ୍ୟକ୍ତି ସହ ମିସେ , ତା ହେଲେ ତାର ପରିଚୟ ମିଳି ପାରିବି। ଏପରିକି ବେଳେ ବେଳେ ଲୋକ ମାନେ ଫେରି ଆସିବା ପରେ ଥାନାକୁ ମଧ୍ୟ ଅବଗତ କରୁ ନାହାନ୍ତି। ଯାହା ଫଳରେ ପୋଲିସ ପାଇଁ ଚିନ୍ତାର କାରଣ ରହୁଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ସେପେଟେ ତଦନ୍ତ ବେଳେ ଜଣାପଡିଛି, ନାବଳିକା ଅପହରଣ ମାମଲା ଗୁଡିକ ଯୋଗାଯୋଗ କରିବା ପରେ ଜଣା ପଡିଛି ନାବାଳିକା ମାନେ ସ୍ୱ ଇଚ୍ଛାରେ ଯାଇଛନ୍ତି । ଏପରିକି ସୋସିଆଲ ମିଡ଼ିଆରୁ ପରିଚିତ ହୋଇ ନାବାଳିକା ଓ ଯୁବତୀ ମାନେ ପଳାଉଛନ୍ତି । ଅନେକ ସମୟରେ ବିଶେଷ କରି ୧୬ରୁ ୧୭ ବର୍ଷ ନାବାଳିକା ମାନେ ଅପହରଣ ହୋଇଥିବା ଜଣାପଡିଛି । ତେଣୁ ଆଗକୁ ସ୍କୁଲ କଲେଜ ଗୁଡିକରେ ପୋଲିସ ସଚେତନ କରିବ । ସେପଟେ ପୋଲିସର ଏଭଳି ଯୋଜନାକୁ ସ୍ୱାଗତ କରିଛନ୍ତି ପୂର୍ବତନ ପୋଲିସ ଡିଜି । କୋଭିଡ କଟକଣା ପରେ ଅପରେସନକୁ ଜୋରଦାର କରାଯିବ। ଅପେକ୍ଷା କିଭଳି ଓ କେତେଦୁର ସଫଳ ହେଉଛି ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର