ସାଲୁଗା ପ୍ରଧାନ ହେଲେ ବିଧାନସଭାର ନୂଆ ଉପବାଚସ୍ପତି

The Sakala Picture
Published On

ଭୁବନେଶ୍ବର: ସାଲୁଗା ପ୍ରଧାନ ହେଲେ ବିଧାନସଭାର ନୂଆ ଉପବାଚସ୍ପତି ।  ଉପବାଚସ୍ପତି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ମୋସନ ଆଣିଥିଲେ ମୁଖ୍ୟମନ୍ତ୍ରୀ। ନୂଆ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କୁ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହମ ମାଝୀ ଓ କଂଗ୍ରେସ ଦଳ ପକ୍ଷରୁ ଦାଶରଥି ଗମାଙ୍ଗ  ଶୁଭେଚ୍ଛା ଜଣାଇଥିଲେ। ବିଧାନସଭାର ଗର୍ବ ଗାରିମା ବଜାୟ ରଖି ଗୃହର ସୁପରିଚାଳନା ପାଇଁ ଆଶା ରଖିଥିଲେ ଉଭୟ ଦଳ। ଜି. ଉଦୟଗିରିର ବିଧାୟକ […]

ଭୁବନେଶ୍ବର: ସାଲୁଗା ପ୍ରଧାନ ହେଲେ ବିଧାନସଭାର ନୂଆ ଉପବାଚସ୍ପତି ।  ଉପବାଚସ୍ପତି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ମୋସନ ଆଣିଥିଲେ ମୁଖ୍ୟମନ୍ତ୍ରୀ। ନୂଆ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କୁ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହମ ମାଝୀ ଓ କଂଗ୍ରେସ ଦଳ ପକ୍ଷରୁ ଦାଶରଥି ଗମାଙ୍ଗ  ଶୁଭେଚ୍ଛା ଜଣାଇଥିଲେ। ବିଧାନସଭାର ଗର୍ବ ଗାରିମା ବଜାୟ ରଖି ଗୃହର ସୁପରିଚାଳନା ପାଇଁ ଆଶା ରଖିଥିଲେ ଉଭୟ ଦଳ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଜି. ଉଦୟଗିରିର ବିଧାୟକ ହେଉଛିନ୍ତି ସାଲୁଗା ପ୍ରଧାନ। ବିଜୁ ଜନତା ଦଳ ଟିକେଟରୁ ସେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ। ଜି. ଉଦୟଗିରି ବିଧାନସଭା ଆସନରୁ ସେ ପ୍ରଥମେ ୨୦୦୦ ମସିହାରେ ଏବଂ ଏହାପରେ ୨୦୧୯ ମସିହାରେ ନିର୍ବାଚିତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ସୂଚନାଯୋଗ୍ୟ, ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ। ସେବେଠୁ ଉପବାଚସ୍ପତି ପଦ ଖାଲି ରହିଥିଲା।

ଆହୁରି ପଢ଼ନ୍ତୁ: ପୁଅକୁ ଡାକ୍ତର କରିବାକୁ ପଣ: ଋଣ ଶୁଝିବା ଯାଏଁ ଏସ୍‌ଏଚ୍‌ଜି ନିକଟରେ ବାର୍ଦ୍ଧକ୍ୟ କାର୍ଡ ବନ୍ଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର