ସାବଧାନ….ମାତିଛନ୍ତି ସାଇବର ଲୁଟେରା, ରିଚାର୍ଜ ବାହନାରେ ଆକାଉଣ୍ଟ ଖାଲି

The Sakala Picture
Published On

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଧିନ ଡେରାବିଷ ଛୋଟି ପଞ୍ଚାୟତର ଜଣେ ଯୁବକଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ସାଇବର ଲୁଟେରା ଲୁଟ କରିଥିବା ଅଭିଯୋଗ ହୋଇଛି l ପୋଲିସ ସୂଚନା ମୁତାବକ, ଛୋଟି ପଞ୍ଚାୟତର ନିହାର ରଞ୍ଜନ ଭଞ୍ଜ ନାମକ ଯୁବକଙ୍କ ମୋବାଇଲକୁ ଏକ ଫୋନ କଲ ଆସିଥିଲା l ସେହି ଫୋନ କଲରେ ତାଙ୍କ ସିମ ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ତୁରନ୍ତ ରିଚାର୍ଜ କରିବାକୁ କୁହାଯାଇଥିଲା l ଯେହେତୁ ସେହି ମୋବାଇଲ […]

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଧିନ ଡେରାବିଷ ଛୋଟି ପଞ୍ଚାୟତର ଜଣେ ଯୁବକଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ସାଇବର ଲୁଟେରା ଲୁଟ କରିଥିବା ଅଭିଯୋଗ ହୋଇଛି l

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ମହାସମାରୋହରେ ଚାଲିଛି ଦ୍ୱିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଣ୍ଟାଯାଉଛି ଟଙ୍କ ତୋରାଣି

ପୋଲିସ ସୂଚନା ମୁତାବକ, ଛୋଟି ପଞ୍ଚାୟତର ନିହାର ରଞ୍ଜନ ଭଞ୍ଜ ନାମକ ଯୁବକଙ୍କ ମୋବାଇଲକୁ ଏକ ଫୋନ କଲ ଆସିଥିଲା l ସେହି ଫୋନ କଲରେ ତାଙ୍କ ସିମ ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ତୁରନ୍ତ ରିଚାର୍ଜ କରିବାକୁ କୁହାଯାଇଥିଲା l ଯେହେତୁ ସେହି ମୋବାଇଲ ନମ୍ବର ବ୍ୟାଙ୍କ ଠାରୁ ଆରମ୍ଭ କରି ଆଧାର କାର୍ଡରେ ଆଉ ସମସ୍ତ ଅଫିସରେ ଏହି ନମ୍ବର ଦିଆଯାଇଛି l ନିହାର ଭୟଭୀତ ହୋଇ ଅନଲାଇନରେ ରିଚାର୍ଜ କରିବାକୁ ଚେଷ୍ଟା କରିଥିଲେ l ଏହି ମୋବାଇଲଟି ତାଙ୍କର ହ୍ୟାଙ୍ଗ ହୋଇଯାଇଥିଲା l ଏହି ସମୟରେ ସାଇବର ଲୁଟେରା ଫୁଣିଥରେ ଫୋନ କରି ନିହାରଙ୍କ ରିଚାର୍ଜ ସେମାନେ କରିଥିବା କହିଥିଲେ ଏବଂ ଏକ ଲିଙ୍କ ପଠାଇଥିଲେ l ଯେଉଁଥିରେ ରିଚାର୍ଜ ସଫଳ ହୋଇଥିବା ଲେଖା ଥିଲା l ଏହି ଲିଙ୍କକୁ କ୍ଲିକ କରି ଖୋଲିବାକୁ ସାଇବର ଲୁଟେରା କହିଥିଲେ l ନିହାର ଲିଙ୍କ ଖୋଲୁ ଖୋଲୁ ଏକ ଅନ୍ୟ ପେଜ ମୋବାଇଲରେ ଖୋଲିଥିଲା l ଆଉ ମୋବାଇଲ ହ୍ୟାଙ୍ଗ ହୋଇଯାଇଥିଲା l ନିହାର ଡରି ଯାଇ ମୋବାଇଲ ସୁଇଚ ଅଫ କରିଦେଇଥିଲେ l କିଛି ସମୟ ପରେ ମୋବାଇଲ ଖୋଲିଲା ବେଳକୁ ତାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ୧୩ ହଜାର ୫ ଶହ ଟଙ୍କା କଟି ଯାଇଥିବା ଏକ ମେସେଜ ପାଇଥିଲେ l ଏନେଇ ବ୍ୟାଙ୍କ ସହ ଯୋଗାଯୋଗ କରିବାରୁ ସାଇବର ସେଲରେ ଅଭିଯୋଗ କରିବାକୁ କୁହାଯାଇଛି l ଏନେଇ ନିହାର କଟକ ଏବଂ ଭୁବନେଶ୍ୱର ସାଇବର ସେଲ୍ ରେ ଅଭିଯୋଗ କରିଛନ୍ତି l

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

06 Jun 2021 By The Sakala

ସାବଧାନ….ମାତିଛନ୍ତି ସାଇବର ଲୁଟେରା, ରିଚାର୍ଜ ବାହନାରେ ଆକାଉଣ୍ଟ ଖାଲି

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଧିନ ଡେରାବିଷ ଛୋଟି ପଞ୍ଚାୟତର ଜଣେ ଯୁବକଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ସାଇବର ଲୁଟେରା ଲୁଟ କରିଥିବା ଅଭିଯୋଗ ହୋଇଛି l

ପୋଲିସ ସୂଚନା ମୁତାବକ, ଛୋଟି ପଞ୍ଚାୟତର ନିହାର ରଞ୍ଜନ ଭଞ୍ଜ ନାମକ ଯୁବକଙ୍କ ମୋବାଇଲକୁ ଏକ ଫୋନ କଲ ଆସିଥିଲା l ସେହି ଫୋନ କଲରେ ତାଙ୍କ ସିମ ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି ତୁରନ୍ତ ରିଚାର୍ଜ କରିବାକୁ କୁହାଯାଇଥିଲା l ଯେହେତୁ ସେହି ମୋବାଇଲ ନମ୍ବର ବ୍ୟାଙ୍କ ଠାରୁ ଆରମ୍ଭ କରି ଆଧାର କାର୍ଡରେ ଆଉ ସମସ୍ତ ଅଫିସରେ ଏହି ନମ୍ବର ଦିଆଯାଇଛି l ନିହାର ଭୟଭୀତ ହୋଇ ଅନଲାଇନରେ ରିଚାର୍ଜ କରିବାକୁ ଚେଷ୍ଟା କରିଥିଲେ l ଏହି ମୋବାଇଲଟି ତାଙ୍କର ହ୍ୟାଙ୍ଗ ହୋଇଯାଇଥିଲା l ଏହି ସମୟରେ ସାଇବର ଲୁଟେରା ଫୁଣିଥରେ ଫୋନ କରି ନିହାରଙ୍କ ରିଚାର୍ଜ ସେମାନେ କରିଥିବା କହିଥିଲେ ଏବଂ ଏକ ଲିଙ୍କ ପଠାଇଥିଲେ l ଯେଉଁଥିରେ ରିଚାର୍ଜ ସଫଳ ହୋଇଥିବା ଲେଖା ଥିଲା l ଏହି ଲିଙ୍କକୁ କ୍ଲିକ କରି ଖୋଲିବାକୁ ସାଇବର ଲୁଟେରା କହିଥିଲେ l ନିହାର ଲିଙ୍କ ଖୋଲୁ ଖୋଲୁ ଏକ ଅନ୍ୟ ପେଜ ମୋବାଇଲରେ ଖୋଲିଥିଲା l ଆଉ ମୋବାଇଲ ହ୍ୟାଙ୍ଗ ହୋଇଯାଇଥିଲା l ନିହାର ଡରି ଯାଇ ମୋବାଇଲ ସୁଇଚ ଅଫ କରିଦେଇଥିଲେ l କିଛି ସମୟ ପରେ ମୋବାଇଲ ଖୋଲିଲା ବେଳକୁ ତାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ୧୩ ହଜାର ୫ ଶହ ଟଙ୍କା କଟି ଯାଇଥିବା ଏକ ମେସେଜ ପାଇଥିଲେ l ଏନେଇ ବ୍ୟାଙ୍କ ସହ ଯୋଗାଯୋଗ କରିବାରୁ ସାଇବର ସେଲରେ ଅଭିଯୋଗ କରିବାକୁ କୁହାଯାଇଛି l ଏନେଇ ନିହାର କଟକ ଏବଂ ଭୁବନେଶ୍ୱର ସାଇବର ସେଲ୍ ରେ ଅଭିଯୋଗ କରିଛନ୍ତି l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର