ସମ୍ବାଦ ଲୋନ ସ୍କାମର ଖୋଲୁଛି ସାଂଘାତିକ ଗୁମର, EOW ହାତରେ ଲାଗିଲା ଧମକ ଓ ଜାଲିଆତିର ବଡ଼ ପ୍ରମାଣ

The Sakala Picture
Published On

ଭୁବନେଶ୍ବର: ସମ୍ବାଦ ଲୋନ ସ୍କାମର ଗୋଟିଏ ପରେ ଗୋଟିଏ ସାଂଘାତିକ ଗୁମର ଖୋଲିବାରେ ଲାଗିଛି । EOW ତଦନ୍ତ ଜାରି ରଖିଥିବାବେଳେ ଗୁରୁତ୍ବପୂର୍ଣ୍ଣ ତଥ୍ୟମାନ ସାମନାକୁ ଆସିଛି । ଧମକ ଓ ଜାଲିଆତିର ବଡ଼ ପ୍ରମାଣ ଲାଗିଛି EOW ହାତରେ । ଇଷ୍ଟର୍ଣ୍ଣ ମିଡିଆ ଆକାଉଣ୍ଟରେ ୧୦ କୋଟିରୁ ଅଧିକ ଟଙ୍କା ଜମା ହୋଇଛି । କୋର୍ଟରେ ୩ଜଣଙ୍କର ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି । ESI ଏବଂ EPFO ମଧ୍ୟ ହୋଇଛି ଖୋଳତାଡ଼ । […]

ଭୁବନେଶ୍ବର: ସମ୍ବାଦ ଲୋନ ସ୍କାମର ଗୋଟିଏ ପରେ ଗୋଟିଏ ସାଂଘାତିକ ଗୁମର ଖୋଲିବାରେ ଲାଗିଛି । EOW ତଦନ୍ତ ଜାରି ରଖିଥିବାବେଳେ ଗୁରୁତ୍ବପୂର୍ଣ୍ଣ ତଥ୍ୟମାନ ସାମନାକୁ ଆସିଛି । ଧମକ ଓ ଜାଲିଆତିର ବଡ଼ ପ୍ରମାଣ ଲାଗିଛି EOW ହାତରେ । ଇଷ୍ଟର୍ଣ୍ଣ ମିଡିଆ ଆକାଉଣ୍ଟରେ ୧୦ କୋଟିରୁ ଅଧିକ ଟଙ୍କା ଜମା ହୋଇଛି । କୋର୍ଟରେ ୩ଜଣଙ୍କର ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି । ESI ଏବଂ EPFO ମଧ୍ୟ ହୋଇଛି ଖୋଳତାଡ଼ । ଲୋନ ପାଇଁ ଏକାଧିକ ସାଲାରୀ ସ୍ଲିପ ବ୍ୟବହାର ହୋଇଥିବା ଇଓଡବ୍ଲୁ ପ୍ରମାଣ ପାଇଛି । ତେବେ ତଦନ୍ତ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଗାଏବ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

ସମ୍ବାଦ ଲୋନ ଠକେଇ ମାମଲାରେ ଫିଟୁଛି ଗୁମର । ଦିନକୁ ଦିନ ଅଭିଯୋଗ ସଂଖ୍ୟା ବଢୁଥିବା ବେଳେ, ସୁଦାମ ପ୍ରଧାନ ନାମକ ଆଉ ଜଣେ ପୂର୍ବତନ କର୍ମଚାରୀ ଆଣିଛନ୍ତି ସଙ୍ଗୀନ ଆରୋପ । ଏହି କର୍ମଚାରୀ ଜଣକ ବରଗଡ଼, ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ପେପର ସର୍କୁଲେସନ ଦାୟିତ୍ୱରେ ଥିଲେ । ସେ କହିଛନ୍ତି କି, ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ କାମ କରୁଥିଲି। ୫ ହଜାର ଟଙ୍କା ଦରମା ପାଉଥିବା ବେଳେ ଭୟ ଦେଖାଇ ସମ୍ବାଦ ମୁଖ୍ୟ HR ଲୋନ ନେଇଥିଲେ। ପରବର୍ତ୍ତୀ ସମୟରେ ESI ଓ EPF ଲାଗି କାହିଁକି ଟଙ୍କା କଟୁନି, କାହିଁକି ଡିପୋଜିଟ କରାଯାଉନି ବୋଲି କହିବାରୁ ମୋତେ ବଦଳି କରିବାକୁ ଚାପ ଦେବା ସହିତ ଚାକିରୀ ଛାଡିବାକୁ କହିଥିଲେ । ଶେଷରେ ମୁଁ ୨୦୧୨ ମସିହାରେ ଚାକିରି ଛାଡିଥିଲି ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

23 Sep 2023 By The Sakala

ସମ୍ବାଦ ଲୋନ ସ୍କାମର ଖୋଲୁଛି ସାଂଘାତିକ ଗୁମର, EOW ହାତରେ ଲାଗିଲା ଧମକ ଓ ଜାଲିଆତିର ବଡ଼ ପ୍ରମାଣ

ଭୁବନେଶ୍ବର: ସମ୍ବାଦ ଲୋନ ସ୍କାମର ଗୋଟିଏ ପରେ ଗୋଟିଏ ସାଂଘାତିକ ଗୁମର ଖୋଲିବାରେ ଲାଗିଛି । EOW ତଦନ୍ତ ଜାରି ରଖିଥିବାବେଳେ ଗୁରୁତ୍ବପୂର୍ଣ୍ଣ ତଥ୍ୟମାନ ସାମନାକୁ ଆସିଛି । ଧମକ ଓ ଜାଲିଆତିର ବଡ଼ ପ୍ରମାଣ ଲାଗିଛି EOW ହାତରେ । ଇଷ୍ଟର୍ଣ୍ଣ ମିଡିଆ ଆକାଉଣ୍ଟରେ ୧୦ କୋଟିରୁ ଅଧିକ ଟଙ୍କା ଜମା ହୋଇଛି । କୋର୍ଟରେ ୩ଜଣଙ୍କର ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି । ESI ଏବଂ EPFO ମଧ୍ୟ ହୋଇଛି ଖୋଳତାଡ଼ । ଲୋନ ପାଇଁ ଏକାଧିକ ସାଲାରୀ ସ୍ଲିପ ବ୍ୟବହାର ହୋଇଥିବା ଇଓଡବ୍ଲୁ ପ୍ରମାଣ ପାଇଛି । ତେବେ ତଦନ୍ତ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଗାଏବ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ସମ୍ବାଦ ଲୋନ ଠକେଇ ମାମଲାରେ ଫିଟୁଛି ଗୁମର । ଦିନକୁ ଦିନ ଅଭିଯୋଗ ସଂଖ୍ୟା ବଢୁଥିବା ବେଳେ, ସୁଦାମ ପ୍ରଧାନ ନାମକ ଆଉ ଜଣେ ପୂର୍ବତନ କର୍ମଚାରୀ ଆଣିଛନ୍ତି ସଙ୍ଗୀନ ଆରୋପ । ଏହି କର୍ମଚାରୀ ଜଣକ ବରଗଡ଼, ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ପେପର ସର୍କୁଲେସନ ଦାୟିତ୍ୱରେ ଥିଲେ । ସେ କହିଛନ୍ତି କି, ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ କାମ କରୁଥିଲି। ୫ ହଜାର ଟଙ୍କା ଦରମା ପାଉଥିବା ବେଳେ ଭୟ ଦେଖାଇ ସମ୍ବାଦ ମୁଖ୍ୟ HR ଲୋନ ନେଇଥିଲେ। ପରବର୍ତ୍ତୀ ସମୟରେ ESI ଓ EPF ଲାଗି କାହିଁକି ଟଙ୍କା କଟୁନି, କାହିଁକି ଡିପୋଜିଟ କରାଯାଉନି ବୋଲି କହିବାରୁ ମୋତେ ବଦଳି କରିବାକୁ ଚାପ ଦେବା ସହିତ ଚାକିରୀ ଛାଡିବାକୁ କହିଥିଲେ । ଶେଷରେ ମୁଁ ୨୦୧୨ ମସିହାରେ ଚାକିରି ଛାଡିଥିଲି ବୋଲି ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର