ସମ୍ବାଦର ଲୋନ ସ୍କାମ: ଲମ୍ବୁଛି ଅଭିଯୋଗର ଫର୍ଦ୍ଦ, ଗୁମର ଖୋଲୁଛନ୍ତି ପୂର୍ବତନ କର୍ମଚାରୀ

The Sakala Picture
Published On

ରାଉରକେଲା: ଦିନ ଯେତିକି ଗଡ଼ୁଛି ଅଭିଯୋଗର ଫର୍ଦ୍ଦ ସେତିକି ଲମ୍ବୁଛି । ସମ୍ବାଦର ଲୋନ ସ୍କାମକୁ ନେଇ ପ୍ରତିଦିନ ନୂଆ ନୂଆ ଘଟଣାମାନ ସାମ୍ନାକୁ ଆସୁଛି । ଏହି ମେଗା ସ୍କାମର ଗୁମର ସମ୍ପର୍କରେ ପୂର୍ବତନ କର୍ମଚାରୀମାନେ ଖୋଲିବାରେ ଲାଗିଛନ୍ତି । ପୂର୍ବରୁ ଭୟରେ ରହିଥିବାବେଳେ ଏବେ ଜଣଙ୍କ ପରେ ଜଣେ ମୁହଁ ଖୋଲୁଛନ୍ତି । ରାଉରକେଲାର ରଶ୍ମି ମୁଦୁଲି ଯିଏକି ସମ୍ବାଦରେ ଦୀର୍ଘଦିନ ଧରି କାମ କରୁଥିଲେ । ସେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି […]

ରାଉରକେଲା: ଦିନ ଯେତିକି ଗଡ଼ୁଛି ଅଭିଯୋଗର ଫର୍ଦ୍ଦ ସେତିକି ଲମ୍ବୁଛି । ସମ୍ବାଦର ଲୋନ ସ୍କାମକୁ ନେଇ ପ୍ରତିଦିନ ନୂଆ ନୂଆ ଘଟଣାମାନ ସାମ୍ନାକୁ ଆସୁଛି । ଏହି ମେଗା ସ୍କାମର ଗୁମର ସମ୍ପର୍କରେ ପୂର୍ବତନ କର୍ମଚାରୀମାନେ ଖୋଲିବାରେ ଲାଗିଛନ୍ତି । ପୂର୍ବରୁ ଭୟରେ ରହିଥିବାବେଳେ ଏବେ ଜଣଙ୍କ ପରେ ଜଣେ ମୁହଁ ଖୋଲୁଛନ୍ତି । ରାଉରକେଲାର ରଶ୍ମି ମୁଦୁଲି ଯିଏକି ସମ୍ବାଦରେ ଦୀର୍ଘଦିନ ଧରି କାମ କରୁଥିଲେ । ସେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ସେ କହିଛନ୍ତି କି, ଆମ ନାଁରେ ଋଣ ହୁଏ ସତ । କିନ୍ତୁ ଆମେ ଟଙ୍କା ଗଣିବାକୁ ସୁଯୋଗ ପାଇ ନଥାଉ । ସମ୍ବାଦର ଏଚ.ଆର ମୁଖ୍ୟ ବୈଜୟନ୍ତୀ କର ମ୍ୟାଡାମ ଏବଂ ଅନ୍ୟ କିଛି କର୍ମଚାରୀ ତାଙ୍କ ସାଙ୍ଗରେ ଆସିଥାନ୍ତି । ଲୋନ ହୋଇଯିବାପରେ ସେହି ବ୍ୟାଙ୍କରେ ହିଁ ଆମେ ଟଙ୍କା ତାଙ୍କ ହାତକୁ ଦେଇଥାଉ । କେତେ ଟଙ୍କା ରହିଛି କେବଳ ଆମେ ଶୁଣିଥାଉ । ଗଣିବାର ସୁଯୋଗ ମିଳିନଥାଏ । ବସ୍ତା ନେଇ ଆସିଥିବା ମ୍ୟାଡାମ ସବୁ ଟଙ୍କା ସେଥିରେ ନିଅନ୍ତି । ଏହାସାଙ୍ଗେ ବହୁ କର୍ମଚାରୀଙ୍କ ଲୋନ ହେଉଥିବାବେଳେ ସେ ଏକ ବଡ଼ ବସ୍ତା ଆଣନ୍ତି ଆଉ ସବୁ ଟଙ୍କା ସେଥିରେ ଭର୍ତ୍ତି କରି ନେଇ ଯାଆନ୍ତି ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଏହାସହ ସେ କହିଛନ୍ତି କି, ମୋତେ ଆକ୍ରୋଶ ମୂଳକଭାବେ ହଇରାଣ କରାଯାଇଛି । କରୋନା ସମୟରେ ମୋତେ ଭୁବନେଶ୍ବର ଅଫିସକୁ ବଦଳି କରାଯାଇଥିଲା । ଯେଉଁ ସମୟରେ କି ଘର ମିଳିବା କଷ୍ଟସାଧ୍ୟ । ମୋତେ ଖାଇବାକୁ ମଧ୍ୟ ମିଳିନାହିଁ । ମୁଁ ଉପାସରେ ରହି କାମ କରିଛି । ବେଳେ ମାତ୍ର ଗୋଟିଏ ଥର ଖାଇ କାମ କରିଛି । ତଥାପି ସେମାନେ ମୋତେ ଠକିଛନ୍ତି ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ରଶ୍ମି କହିଛନ୍ତି କି, ମୁଁ ୨୧ ବର୍ଷ କାମ କରିବା ଭିତରେ ୫ଟି ଲୋନ କରାଯାଇଛି । ବିଭିନ୍ନ ସ୍ଥାନରେ ବିଭିନ୍ନ ବ୍ୟାଙ୍କରେ ଆମ ନାଁରେ ଲୋନ ହୋଇଛି । କେତେ ଟଙ୍କାର ଲୋନ ହୋଇଛି ତାହା ଆମକୁ ଜଣାନାହିଁ । ମୋ ଭଳି ଏଭଳି ଅନେକ କର୍ମଚାରୀ ଶୋଷଣର ଶିକାର ହୋଇଛନ୍ତି । କିନ୍ତୁ ଚାକିରୀ ଚାଲିଯିବା ଭୟରେ କେହି ମୁହଁ ଖୋଲୁ ନଥିଲେ ।

20 Sep 2023 By The Sakala

ସମ୍ବାଦର ଲୋନ ସ୍କାମ: ଲମ୍ବୁଛି ଅଭିଯୋଗର ଫର୍ଦ୍ଦ, ଗୁମର ଖୋଲୁଛନ୍ତି ପୂର୍ବତନ କର୍ମଚାରୀ

ରାଉରକେଲା: ଦିନ ଯେତିକି ଗଡ଼ୁଛି ଅଭିଯୋଗର ଫର୍ଦ୍ଦ ସେତିକି ଲମ୍ବୁଛି । ସମ୍ବାଦର ଲୋନ ସ୍କାମକୁ ନେଇ ପ୍ରତିଦିନ ନୂଆ ନୂଆ ଘଟଣାମାନ ସାମ୍ନାକୁ ଆସୁଛି । ଏହି ମେଗା ସ୍କାମର ଗୁମର ସମ୍ପର୍କରେ ପୂର୍ବତନ କର୍ମଚାରୀମାନେ ଖୋଲିବାରେ ଲାଗିଛନ୍ତି । ପୂର୍ବରୁ ଭୟରେ ରହିଥିବାବେଳେ ଏବେ ଜଣଙ୍କ ପରେ ଜଣେ ମୁହଁ ଖୋଲୁଛନ୍ତି । ରାଉରକେଲାର ରଶ୍ମି ମୁଦୁଲି ଯିଏକି ସମ୍ବାଦରେ ଦୀର୍ଘଦିନ ଧରି କାମ କରୁଥିଲେ । ସେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି କି, ଆମ ନାଁରେ ଋଣ ହୁଏ ସତ । କିନ୍ତୁ ଆମେ ଟଙ୍କା ଗଣିବାକୁ ସୁଯୋଗ ପାଇ ନଥାଉ । ସମ୍ବାଦର ଏଚ.ଆର ମୁଖ୍ୟ ବୈଜୟନ୍ତୀ କର ମ୍ୟାଡାମ ଏବଂ ଅନ୍ୟ କିଛି କର୍ମଚାରୀ ତାଙ୍କ ସାଙ୍ଗରେ ଆସିଥାନ୍ତି । ଲୋନ ହୋଇଯିବାପରେ ସେହି ବ୍ୟାଙ୍କରେ ହିଁ ଆମେ ଟଙ୍କା ତାଙ୍କ ହାତକୁ ଦେଇଥାଉ । କେତେ ଟଙ୍କା ରହିଛି କେବଳ ଆମେ ଶୁଣିଥାଉ । ଗଣିବାର ସୁଯୋଗ ମିଳିନଥାଏ । ବସ୍ତା ନେଇ ଆସିଥିବା ମ୍ୟାଡାମ ସବୁ ଟଙ୍କା ସେଥିରେ ନିଅନ୍ତି । ଏହାସାଙ୍ଗେ ବହୁ କର୍ମଚାରୀଙ୍କ ଲୋନ ହେଉଥିବାବେଳେ ସେ ଏକ ବଡ଼ ବସ୍ତା ଆଣନ୍ତି ଆଉ ସବୁ ଟଙ୍କା ସେଥିରେ ଭର୍ତ୍ତି କରି ନେଇ ଯାଆନ୍ତି ।

ଏହାସହ ସେ କହିଛନ୍ତି କି, ମୋତେ ଆକ୍ରୋଶ ମୂଳକଭାବେ ହଇରାଣ କରାଯାଇଛି । କରୋନା ସମୟରେ ମୋତେ ଭୁବନେଶ୍ବର ଅଫିସକୁ ବଦଳି କରାଯାଇଥିଲା । ଯେଉଁ ସମୟରେ କି ଘର ମିଳିବା କଷ୍ଟସାଧ୍ୟ । ମୋତେ ଖାଇବାକୁ ମଧ୍ୟ ମିଳିନାହିଁ । ମୁଁ ଉପାସରେ ରହି କାମ କରିଛି । ବେଳେ ମାତ୍ର ଗୋଟିଏ ଥର ଖାଇ କାମ କରିଛି । ତଥାପି ସେମାନେ ମୋତେ ଠକିଛନ୍ତି ।

ରଶ୍ମି କହିଛନ୍ତି କି, ମୁଁ ୨୧ ବର୍ଷ କାମ କରିବା ଭିତରେ ୫ଟି ଲୋନ କରାଯାଇଛି । ବିଭିନ୍ନ ସ୍ଥାନରେ ବିଭିନ୍ନ ବ୍ୟାଙ୍କରେ ଆମ ନାଁରେ ଲୋନ ହୋଇଛି । କେତେ ଟଙ୍କାର ଲୋନ ହୋଇଛି ତାହା ଆମକୁ ଜଣାନାହିଁ । ମୋ ଭଳି ଏଭଳି ଅନେକ କର୍ମଚାରୀ ଶୋଷଣର ଶିକାର ହୋଇଛନ୍ତି । କିନ୍ତୁ ଚାକିରୀ ଚାଲିଯିବା ଭୟରେ କେହି ମୁହଁ ଖୋଲୁ ନଥିଲେ ।

https://www.thesakala.in/latest-odisha-news/loan-scam-sambad-ex-employees-are-complaints/article-25602
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର