ଆଜି ରାଜ୍ୟ କ୍ୟାବିନେଟ୍‌, ୧୦ରୁ ଅଧିକ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

The Sakala Picture
Published On

ଭୁବନେଶ୍ୱର: ଆଜି ସନ୍ଧ୍ୟା ୬ଟାରେ ରାଜ୍ୟ କ୍ୟାବିନେଟ୍‌‌ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି। ବିଶ୍ୱସ୍ତ ସୂଚ୍ରରୁ ମିଳିଥିବା ସୂଚନା ଅନୁଯାୟୀ କ୍ୟାବିନେଟ ବୈଠକରେ ବିଭାନ୍ନ ବିଭାଗର କ୍ୟାଡର ପୁନର୍ଗଠନ ନିଷ୍ପତ୍ତି ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରାରେ। ସେହିପରି ରାଜ୍ୟ ସରକାର କୃଷି, ମହିଳାଙ୍କ ବିକାଶ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ […]

ଭୁବନେଶ୍ୱର: ଆଜି ସନ୍ଧ୍ୟା ୬ଟାରେ ରାଜ୍ୟ କ୍ୟାବିନେଟ୍‌‌ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି। ବିଶ୍ୱସ୍ତ ସୂଚ୍ରରୁ ମିଳିଥିବା ସୂଚନା ଅନୁଯାୟୀ କ୍ୟାବିନେଟ ବୈଠକରେ ବିଭାନ୍ନ ବିଭାଗର କ୍ୟାଡର ପୁନର୍ଗଠନ ନିଷ୍ପତ୍ତି ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରାରେ। ସେହିପରି ରାଜ୍ୟ ସରକାର କୃଷି, ମହିଳାଙ୍କ ବିକାଶ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଭିତ୍ତିଭୁମୀ ବିକାଶକୁ ମଧ୍ୟ ପ୍ରାଧାନ୍ୟ ଦେଉଛନ୍ତି। ତେଣୁ ଏନେଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ବୈଠକରେ ଅନୁମୋଦନ ମିଳିପାରେ। ସେହିପରି ରାଜ୍ୟର ଅସହାୟ ବୃଦ୍ଧ/ବୃଦ୍ଧା କଲ୍ୟାଣ ଦିଗରେ ମଧ୍ୟ କିଛି ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଏହାବ୍ୟତୀତ ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ, ଜଳ ସମ୍ପଦ, ସମବାୟ ପରି ବିଭାଗ ସମ୍ପର୍କିକ ପ୍ରସ୍ତାବ ବୈଠକରେ ଆଗତ ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର