ମା’ର ନିବେଦନ ଶୁଣିଲା BSKY ଟିମ୍‌, ଯୋଗାଇଦେଲେ ସମସ୍ତ ପ୍ରକାର ସହାୟତା

The Sakala Picture
Published On

ଭୁବନେଶ୍ଵର: ନିଜ ପୁଅର ଚିକିତ୍ସା ନିମନ୍ତେ ନୂଆପଡା ଜିଲ୍ଲା ସିନାପାଲୀ ବ୍ଲକ ଅନ୍ତର୍ଗତ ମଖାପଦର ଗ୍ରାମର ବୟସ୍କ ବିଧବା ମହିଳା କପୁର ବନଛୋରଙ୍କ ନିବେଦନ ବିଷୟ ଗଣମାଧ୍ୟମରୁ ଜାଣିବା ମାତ୍ରେ, ବିଏସକେୱାଇ ଟିମ୍ ପକ୍ଷରୁ ତାଙ୍କର ସହାୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶୋଭାରାଣୀ ମିଶ୍ରଙ୍କ ନିର୍ଦ୍ଦେଶ ମତେ ସିନାପାଲୀ କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ତଥା ଭାରପ୍ରାପ୍ତ ମେଡିକାଲ ଅଫିସର କପୁରଙ୍କ ଘରକୁ ଯାଇ […]

ଭୁବନେଶ୍ଵର: ନିଜ ପୁଅର ଚିକିତ୍ସା ନିମନ୍ତେ ନୂଆପଡା ଜିଲ୍ଲା ସିନାପାଲୀ ବ୍ଲକ ଅନ୍ତର୍ଗତ ମଖାପଦର ଗ୍ରାମର ବୟସ୍କ ବିଧବା ମହିଳା କପୁର ବନଛୋରଙ୍କ ନିବେଦନ ବିଷୟ ଗଣମାଧ୍ୟମରୁ ଜାଣିବା ମାତ୍ରେ, ବିଏସକେୱାଇ ଟିମ୍ ପକ୍ଷରୁ ତାଙ୍କର ସହାୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶୋଭାରାଣୀ ମିଶ୍ରଙ୍କ ନିର୍ଦ୍ଦେଶ ମତେ ସିନାପାଲୀ କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ତଥା ଭାରପ୍ରାପ୍ତ ମେଡିକାଲ ଅଫିସର କପୁରଙ୍କ ଘରକୁ ଯାଇ ତାଙ୍କ ଦୁଇ ପୁଅଙ୍କର ସ୍ୱାସ୍ଥ୍ୟ ଅବସ୍ଥା ତନଖି କରିଥିଲେ, ପରୀକ୍ଷାରୁ ଜଣାପଡିଥିଲା ଯେ, ଭୀମସେନ ବନଛୋର (କପୁରଙ୍କ ୨ୟ ପୁତ୍ର) ୨୦୨୨ ମସିହାରେ ବାତଜ୍ଵରରେ ଆକ୍ରାନ୍ତ ହୋଇ କଷ୍ଟ ପାଇଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ତାଙ୍କୁ ସ୍ଥାନୀୟ ଖଡିଆଳ ମିଶନ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରଯାଇଥିଲା । ତେବେ ଉଚ୍ଚତର ଚିକିତ୍ସା ନିମନ୍ତେ କୌଣସି ସୁପର ସ୍ପେସାଲିଟି ହସ୍ପିଟାଲକୁ ନେବାପାଇଁ ମଧ୍ୟ ସ୍ଥାନୀୟ ଡାକ୍ତର ପରାମର୍ଶ ଦେଇଥିଲେ । ଗ୍ରାମବାସୀଙ୍କ ସାହାଯ୍ୟରେ ଭୀମସେନ ରାୟପୁର ସ୍ଥିତ ବାଲାଜୀ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ତାଙ୍କର ଚିକିତ୍ସା ବାବଦରେ ୪୧ହଜାର ଟଙ୍କାର ଖର୍ଚ୍ଚ ବି.ଏସ୍.କେ.ୱାଇ. ମାଧ୍ୟମରେ ଓଡିଶା ସରକାର ପଇଠ କରିଥିଲେ । ପରେ, ପୁନଶ୍ଚ ଅସୁସ୍ଥ ଅନୁଭବ କରିବାରୁ ଭୀମସେନ ଭୁବନେଶ୍ଵର ଏମ୍ସ୍ ହସପିଟାଲକୁ ଯାଇ ଡାକ୍ତର ପରାମର୍ଶ କରିଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଡାକ୍ତର ଔଷଧ ଖାଇବା ନିମନ୍ତେ ତାଙ୍କୁ ପ୍ରେସକ୍ରିପସନ୍ ଲେଖିଛନ୍ତି ଏବଂ ଔଷଧ ଖାଇବା ସହ ବ୍ରେନ ଏମ୍.ଆର.ଆଇ. କରିବା ପାଇଁ କହିଛନ୍ତି । ଏମ୍ସ୍ ର ଡାକ୍ତର ଲେଖିଥିବା ଆଣ୍ଟିଏପିଲେପଟିକ ଔଷଧ ସବୁ ନିରାମୟ ଯୋଜନା ମାଧ୍ୟମରେ ଭିମସେନଙ୍କୁ ମାଗଣାରେ ସିନାପାଲୀ ଡାକ୍ତରଖାନାରୁ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହାଛଡା ପରବର୍ତ୍ତୀ ସମୟରେ ଏମ୍ସ୍ ରେ ଚିକିତ୍ସା ପାଇଁ ଯାତାୟାତ ନିମନ୍ତେ ତାଙ୍କୁ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା କରାଯାଇଛି । କପୁରଙ୍କ ୧ମ ପୁତ୍ର ରୂପଧର ବନଛୋର (୩୧ ବର୍ଷ) ଜଣେ ଶତ ପ୍ରତିଶତ ମାନସିକ ଭିନ୍ନକ୍ଷମ ରୋଗୀ ବୋଲି ତନଖିରୁ ଜଣାପଡିଥିଲା।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ତାଙ୍କ ପାଇଁ ଆବଶ୍ୟକୀୟ ଔଷଧ ଓ ପରାମର୍ଶ ଦିଆଯାଇଛି ଏବଂ ମାସିକ ୭୦୦ ଟଙ୍କାର ଭିନ୍ନକ୍ଷମ ଭତ୍ତା ମଞ୍ଜୁର କରାଯାଇଛି । କପୁର ବନଛୋରଙ୍କୁ ବିଧବା ଭତ୍ତା ଦିଆଯିବା ସହ ତାଙ୍କ ପରିବାରକୁ ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ କରାଯାଇଛି । ଗରିବ ମା’ର ପିଲାଙ୍କ ଚିକିତ୍ସା ନିମନ୍ତେ ବି.ଏସ୍.କେ.ୱାଇ. ଟିମ୍ ର ଏତାଦୃଶ ପ୍ରଚେଷ୍ଟା କୁ ସ୍ଥାନୀୟ ବୁଦ୍ଧିଜୀବୀ ସନ୍ତୋଷ ପ୍ରକାଶ କରିଛନ୍ତି । ଗରିବ ପରିବାରଙ୍କ ଦୁଃଖ କଥା ଦୃଷ୍ଠିକୁ ଆଣିଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବି.ଏସ୍.କେ.ୱାଇ. ଟିମ୍ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର