ରାଜ୍ୟରେ ୧୦୦ କୋଟିର ସୁନା କାରବାର ଠପ୍

The Sakala Picture
Published On

ଭୁବନେଶ୍ବର : ବିଗତ ୩ ବର୍ଷ ଧରି କିଛି ନା କିଛି କାରଣକୁ ନେଇ ବର୍ଷର ସର୍ବାଧିକ ସୁନାଗହଣା କାରବାର ହେଉଥିବା ଅକ୍ଷୟ ତୃତୀୟା ବଜାର ଫିକା ପଡିଛି। ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ତିନି ବର୍ଷ ଧରି ଅକ୍ଷୟ ତୃତୀୟା ବଜାର ସୁନା ବ୍ୟବସାୟ କ୍ଷେତ୍ରରେ ଏକପ୍ରକାର ନୈରାଶ୍ୟ ସୃଷ୍ଟି କରିଥିବା ବେଳେ ରାଜ୍ୟରେ କୋଟି କୋଟି ଟଙ୍କାର ବ୍ୟାବସାୟିକ ସମ୍ଭାବନାରେ ପ୍ରତିବନ୍ଧକ ଲଗାଇଛି। ୨୦୧୯ରେ ଫନି ବାତ୍ୟାକୁ ନେଇ ସେହିବର୍ଷ ସୁନା ବଜାର ଫିକା ପଡ଼ିଥିଲା […]

ଭୁବନେଶ୍ବର : ବିଗତ ୩ ବର୍ଷ ଧରି କିଛି ନା କିଛି କାରଣକୁ ନେଇ ବର୍ଷର ସର୍ବାଧିକ ସୁନାଗହଣା କାରବାର ହେଉଥିବା ଅକ୍ଷୟ ତୃତୀୟା ବଜାର ଫିକା ପଡିଛି। ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ତିନି ବର୍ଷ ଧରି ଅକ୍ଷୟ ତୃତୀୟା ବଜାର ସୁନା ବ୍ୟବସାୟ କ୍ଷେତ୍ରରେ ଏକପ୍ରକାର ନୈରାଶ୍ୟ ସୃଷ୍ଟି କରିଥିବା ବେଳେ ରାଜ୍ୟରେ କୋଟି କୋଟି ଟଙ୍କାର ବ୍ୟାବସାୟିକ ସମ୍ଭାବନାରେ ପ୍ରତିବନ୍ଧକ ଲଗାଇଛି। ୨୦୧୯ରେ ଫନି ବାତ୍ୟାକୁ ନେଇ ସେହିବର୍ଷ ସୁନା ବଜାର ଫିକା ପଡ଼ିଥିଲା ବେଳେ ୨୦୨୦ ଏବଂ ଚଳିତବର୍ଷ କରୋନା ମହାମାରୀକୁ ନେଇ ସୁନା ବଜାର ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ସାଧାରଣତଃ ବିବାହ ଏବଂ ଅନ୍ୟ ପର୍ବପର୍ବାଣୀ ବ୍ୟତୀତ ଅକ୍ଷୟ ତୃତୀୟା ଏବଂ ଧନତେରାସ୍‌ ଅବସରରେ ସର୍ବାଧିକ ସୁନା ଗହଣା କାରବାର ହୋଇଥାଏ। ତେବେ ସବୁଠାରୁ ବେଶୀ କାରବାର ହୋଇଥାଏ ଅକ୍ଷୟତୃତୀୟା ପର୍ବରେ । ଏହି ପବିତ୍ର ତିଥିରେ ଘରକୁ ନୂଆ ସ୍ବର୍ଣ୍ଣ ଅଳଙ୍କାର ଆଣିଲେ ଶୁଭ ହୋଇଥାଏ ବୋଲି ପାରମ୍ପରିକ ବିଶ୍ବାସ ରହିଥିଲା ବେଳେ ସାଧାରଣ ଗରିବ ଲୋକ ଠାରୁ ଆରମ୍ଭ କରି ଧନୀକ ପର୍ଯ୍ୟନ୍ତ ସମସ୍ତେ ଏହି ଦିନରେ କିଛି ନା କିଛି ସୁନା ଅଳଙ୍କାର କିଣିବା ପ୍ରତ୍ୟାଶାରେ ରହିଥାଆନ୍ତି। ଯାହାକୁ ନେଇ ସାରା ରାଜ୍ୟରେ କ୍ବିଣ୍ଟାଲ କ୍ବିଣ୍ଟାଲ ଓଜନର ସୁନା ବିକ୍ରି ହେବା ସହିତ ବ୍ୟାବସାୟିକ ପରିମାଣ ୧୦୦ କୋଟିରୁ ଅଧିକ ହୋଇଥାଏ। କେବଳ ଦୈତ୍ବ ନଗରୀ ଭୁବନେଶ୍ବର ଏବଂ କଟକରେ ସର୍ବାଧିକ କାରବାର ହୋଇଥାଏ। କିନ୍ତୁ ବିଗତ ଦୁଇବର୍ଷ ହେଲା ଅକ୍ଷୟ ତୃତୀୟା ବଜାର ବିଲକୁଲ ଫାଙ୍କା ପଡ଼ିଛି ବୋଲି ରାଜ୍ୟ ସୁନା ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଏହି ସମୟରେ ସୁନଗହଣା କାରବାର ଭଲ ହେଉଥିବାରୁ ଏପ୍ରିଲ୍ ପୂର୍ବରୁ ବ୍ୟବସାୟୀମାନେ ପର୍ଯ୍ୟାପ୍ତ ପରିମାଣର ଗହଣା ମହଜୁଦ୍‌ ରଖିବା ସହିତ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ନାନା ଆକର୍ଷଣୀୟ ସ୍କିମ୍ର ଘୋଷଣା କରିଥାନ୍ତି। କିନ୍ତୁ ବିଗତ ତିନି ବର୍ଷ ହେଲା ଏହି ଧାରା ମଧ୍ୟ ବାଧାପ୍ରାପ୍ତ ହୋଇଛି ବୋଲି କିଛି ପ୍ରତିଷ୍ଠିତ ବ୍ୟାବସାୟିକ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଜୁନ୍‌ ମାସରୁ ବିବାହ ପାଇଁ ତିଥି ଆରମ୍ଭ ହୋଇଥିଲା ବେଳେ ଅକ୍ଷୟ ତୃତୀୟା ପରେ ପରେ ବ୍ୟବସାୟ ଜୋର୍‌ ଧରିଥାଏ। କିନ୍ତୁ ଏଥରକ କରୋନାକୁ ନେଇ ଏହା ମଧ୍ୟ ସମ୍ଭବ ହେବ କି ନାହିଁ ତା ଆଶଙ୍କିତ ହୋଇପଡ଼ିଥିବା ବେଳେ ବ୍ୟବସାୟୀଙ୍କ ଚିନ୍ତା ଦ୍ବିଗୁଣିତ ହୋଇଥିବା ଅନେକ ବ୍ୟବସାୟୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର