ସରଳ ହେବ ‘କମନ୍‌‌ ସ୍କଲାରସିପ୍‌‌ ପୋର୍ଟାଲ’ର ଆବେଦନ ପ୍ରକ୍ରିୟା, ଗୋଟିଏ କ୍ଲିକ୍‌‌ରେ ୨୧ ଛାତ୍ରବୃତ୍ତି ଆବେଦନ

The Sakala Picture
Published On

ଭୁବନେଶ୍ୱର : ବିଭିନ୍ନ ବର୍ଗର ମେଧାବୀ ଓ ଗରିବ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଯୋଗାଇବା ସହିତ ସେମାନଙ୍କୁ ପାଠପଢ଼଼ା ପ୍ରତି ଆକର୍ଷିତ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ବୃତ୍ତିର ଯୋଜନା କରିଛନ୍ତି। ବିଶେଷତଃ କମନ୍‌‌ ସ୍କଲାରସିପ୍‌‌ ପୋର୍ଟାଲର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଧ୍ୟାନ ଦେଉଥିବାବେଳେ ବୃତ୍ତି ପାଇଁ ସରକାରୀ ସ୍ତରରେ ‘ସିଙ୍ଗିଲ ୱିଣ୍ଡୋ’ର ବ୍ୟବସ୍ଥା ହୋଇଛି। ଅନଲାଇନର ଗୋଟିଏ କ୍ଲିକ୍‌‌ ଦ୍ୱାରା ୬ଟି ବିଭାଗର ୨୧ ପ୍ରକାର ବୃତ୍ତି ସମ୍ପର୍କରେ ସମସ୍ତ ତଥ୍ୟ ମିଳିପାରିବ। ମାତ୍ର […]

ଭୁବନେଶ୍ୱର : ବିଭିନ୍ନ ବର୍ଗର ମେଧାବୀ ଓ ଗରିବ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଯୋଗାଇବା ସହିତ ସେମାନଙ୍କୁ ପାଠପଢ଼଼ା ପ୍ରତି ଆକର୍ଷିତ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ବୃତ୍ତିର ଯୋଜନା କରିଛନ୍ତି। ବିଶେଷତଃ କମନ୍‌‌ ସ୍କଲାରସିପ୍‌‌ ପୋର୍ଟାଲର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଧ୍ୟାନ ଦେଉଥିବାବେଳେ ବୃତ୍ତି ପାଇଁ ସରକାରୀ ସ୍ତରରେ ‘ସିଙ୍ଗିଲ ୱିଣ୍ଡୋ’ର ବ୍ୟବସ୍ଥା ହୋଇଛି। ଅନଲାଇନର ଗୋଟିଏ କ୍ଲିକ୍‌‌ ଦ୍ୱାରା ୬ଟି ବିଭାଗର ୨୧ ପ୍ରକାର ବୃତ୍ତି ସମ୍ପର୍କରେ ସମସ୍ତ ତଥ୍ୟ ମିଳିପାରିବ। ମାତ୍ର ସଚେତନତାର ଅଭାବ ଯୋଗୁ ଅଧିକାଂଶ ଛାତ୍ରଛାତ୍ର ପୋର୍ଟାଲ ବାବଦରେ ଜାଣି ପାରୁ ନାହାନ୍ତି। ତେଣୁ ଏନେଇ ସଚେତନତା ସୃଷ୍ଟି କରିବା ତଥା ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହା ସହ ଯୋଡ଼ିବା ଦିଗରେ ସରକାର ଗୁରୁତ୍ୱ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

କମନ୍‌‌ ସ୍କଲାରସିପ୍‌‌ ପୋର୍ଟାଲର ଉନ୍ନତିକରଣ ସମୀକ୍ଷା ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିତ୍ତ ବିଭାଗ, ଶ୍ରମ ଓ ନିୟୋଜନ ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, କୃଷି, ଏସ୍‌‌ସିଇଆରଟି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଧନ୍ଦା ମୂଳକ ଓ ବୃତ୍ତିଗତ ଶିକ୍ଷା, ଉଚ୍ଚଶିକ୍ଷା ଆଦି ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଓକାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟତଃ ପୋର୍ଟାଲ ବାବଦରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ଓ ଆବେଦନ ପ୍ରକ୍ରିୟା ସହଜ ତଥା ସରଳ କରିବା ଦିଗ ପ୍ରତି ଧ୍ୟାନ ଦିଆଯାଇଥିଲା। ଏ ବାବଦରେ ମଧ୍ୟ ସବିଶେଷ ଆଲୋଚନା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଚଳିତ ଶିକ୍ଷା ବର୍ଷରୁ ରାଜ୍ୟର ସମସ୍ତ ପ୍ରକାରର ଛାତ୍ର ବୃତ୍ତି(ସ୍କଲାରସିପ୍‌‌) ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ନେଇ ନିଷ୍ପତ୍ତି ହୋଇଛି। ସେହିପରି ଅନ୍ୟାନ୍ୟ ବିଭାଗରେ ପ୍ରଦାନ କରାଯାଉଥିବା ଛାତ୍ରବୃତ୍ତି ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରିବା ସହିତ ପିଲାଙ୍କ ସମସ୍ତ ତଥ୍ୟ ପୋର୍ଟାଲରେ ଅପଲୋଡ୍‌‌ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ସ୍କଲାରସିପ୍‌‌(ବୃତ୍ତି) ବାବଦରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ତଥା ଆବେଦନ ପ୍ରକ୍ରିୟାରେ ଏକକ ବ୍ୟବସ୍ଥା ଲାଗୁ କରିବା ପାଇଁ ‘କମନ୍‌‌ ସ୍କଲାରସିପ୍‌‌ ପୋର୍ଟାଲ’ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର