ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଗତ, ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଆଜି ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଗତ ହୋଇଛି । ବିଧାନସଭାରେ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଖର୍ଚ୍ଚ ଦାବି ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଲୋଚନା ପରେ ଦୁଇ ବିଭାଗର ଖର୍ଚ୍ଚ ଦାବି ମଞ୍ଜୁରୀ ଲାଭ କରିବ । ତେବେ ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ ଟଲରାନ୍ସ୍ କାରର୍ଯ୍ଯକାରୀ ହେଉଛି । ଲୋକାୟୁକ୍ତ ବ୍ୟବସ୍ଥାରେ କଡ଼ା କାର୍ଯ୍ଯାନୁଷ୍ଠାନ ହେଉଛି । ଗତବର୍ଷ ଓଡ଼ିଶା ଲୋକାୟୁକ୍ତଙ୍କ […]

ଭୁବନେଶ୍ୱର: ଆଜି ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଗତ ହୋଇଛି । ବିଧାନସଭାରେ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଖର୍ଚ୍ଚ ଦାବି ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଲୋଚନା ପରେ ଦୁଇ ବିଭାଗର ଖର୍ଚ୍ଚ ଦାବି ମଞ୍ଜୁରୀ ଲାଭ କରିବ । ତେବେ ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ ଟଲରାନ୍ସ୍ କାରର୍ଯ୍ଯକାରୀ ହେଉଛି । ଲୋକାୟୁକ୍ତ ବ୍ୟବସ୍ଥାରେ କଡ଼ା କାର୍ଯ୍ଯାନୁଷ୍ଠାନ ହେଉଛି । ଗତବର୍ଷ ଓଡ଼ିଶା ଲୋକାୟୁକ୍ତଙ୍କ ପାଖରେ ୫୫୮ଟି ଦୁର୍ନିତୀ ମାମଲା ବିଚାର ହୋଇଛି । ସେହିପରି ଦୁର୍ନୀତି କରି ଭିଜିଲାନ୍ସ୍ ହାତରେ ଧରାପଡ଼ିଛନ୍ତି ୫୫୭ ଜଣ ସରକାରୀ ଅଧିକାରୀ । ଚାକିରିରୁ ବରଖାସ୍ତ ହୋଇଛନ୍ତି ୩୦ ଜଣ । ଓପିଏସପି ଦ୍ବାରା କରାଯାଉଥିବା ନିଯୁକ୍ତି ପରୀକ୍ଷାକୁ ଆହୁରି ସ୍ବଚ୍ଛ ଓ ଶୀଘ୍ର ଫଳାଫଳ ପ୍ରକାଶ ପାଇଁ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବାର୍ଷିକ କାର୍ଯ୍ଯାବଳୀ ବିବରଣୀରେ ଏପରି କିଛି ବାସ୍ତବ ଚିତ୍ର ଉଲ୍ଲେଖ କରିଛନ୍ତି ସରକାର । କେବଳର ପ୍ରଶାସନକୁ ସୁଦୃଢ଼ କରାଯାଇନି ଅସହାୟ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଗତବର୍ଷ ଡିସେମ୍ବର ସୁଦ୍ଧା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୫୮୬ ଜଣ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ପ୍ରଦାନ କରାଯାଇଛି ୪ କୋଟି ୪୪ ଲକ୍ଷ ୯୦ ହଜାର ଟଙ୍କା । ସେହିପରି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪୫ ଜଣ ବ୍ୟକ୍ତିଙ୍କ ପରିବାରକୁ ସହାୟତା ବାବଦରେ ପ୍ରଦାନ କରାଯାଇଛି ୮୯ ଲକ୍ଷ ଟଙ୍କା ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର