ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବାବେଳେ ଓଲଟିଲା ଅଟୋ, ୬ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

The Sakala Picture
Published On

ଜଳେଶ୍ୱର: ମାଟ୍ରିକ ପରୀକ୍ଷା ଦେଇ ଛାତ୍ରଛାତ୍ରୀମାନେ ଅଟୋରେ ଫେରୁଥିବାବେଳେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୬ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହେବା ସହିତ ଜଣେ ୬୦ ବର୍ଷର ବୃଦ୍ଧା ଗୁରୁତ୍ତର ହୋଇଛନ୍ତି । ଜଳେଶ୍ଵର ମହମ୍ମଦ ନଗର ପାଟଣା ନିକଟରେ ଘଟିଛି ଏହି ଦୁର୍ଘଟଣା । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଫୁଲଵାଣୀ ଜିଲ୍ଲା ମୂଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ଛାତ୍ରଛାତ୍ରୀ ଜଳେଶ୍ଵର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବୋଲି ଜଣାପଡ଼ିଇଛି । ସୂଚନା […]

ଜଳେଶ୍ୱର: ମାଟ୍ରିକ ପରୀକ୍ଷା ଦେଇ ଛାତ୍ରଛାତ୍ରୀମାନେ ଅଟୋରେ ଫେରୁଥିବାବେଳେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୬ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହେବା ସହିତ ଜଣେ ୬୦ ବର୍ଷର ବୃଦ୍ଧା ଗୁରୁତ୍ତର ହୋଇଛନ୍ତି । ଜଳେଶ୍ଵର ମହମ୍ମଦ ନଗର ପାଟଣା ନିକଟରେ ଘଟିଛି ଏହି ଦୁର୍ଘଟଣା । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଫୁଲଵାଣୀ ଜିଲ୍ଲା ମୂଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତ ଛାତ୍ରଛାତ୍ରୀ ଜଳେଶ୍ଵର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବୋଲି ଜଣାପଡ଼ିଇଛି ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ସୂଚନା ଅନୁସାରେ, ଆଜି ଜଳେଶ୍ବର ମୁନ୍ସୀପାଲଟି ଅଧିନସ୍ତ ବଡ଼ ବଜାର ସ୍ଥିତ ସ୍ୱରସ୍ୱତୀ ଶିଶୁମନ୍ଦିରର ଛାତ୍ରଛାତ୍ରୀମାନେ ଚାଲନ୍ତି ସ୍ଥିତ ସ୍ୱାମୀ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଇ ଜଳେଶ୍ୱର ଫେରୁଥିଲେ । ଏହି ସମୟରେ ମିଲିଟାରୀ ବଜାରଠାରେ ଥିବା ଚର୍ଚ୍ଚ ସାମ୍ନାରେ ଅଟୋଟି ବୃଦ୍ଧାଙ୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ଚର୍ଚ୍ଚର ପାଚେରୀରେ ପିଟି ହୋଇଯାଇଥିଲା । ଅଟୋରେ ଦଶ ଜଣ ଛାତ୍ରଛାତ୍ରୀ ଥିବା ବେଳେ ସେଥିରୁ ପାଞ୍ଚ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତ ହୋଇଥିବା ଛାତ୍ରଛାତ୍ରୀ ଜଳେଶ୍ୱର ଜି କେ ଭଟ୍ଟର ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ବୃଦ୍ଧା ଜଣକ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରକୁ ନିଆଯାଇ ଚିକିତ୍ସା କରାଯାଉଛି। ଆହତ ଛାତ୍ରଛାତ୍ରୀ ମାନେ ହେଲେ ସୁବ୍ରତ ଯେନା,ଦିବ୍ୟଜ୍ୟୋତି ସାହୁ,ଶୁଭଶ୍ରୀ ଯେନା,ବୀଣାପାଣି ଘୋଷ ପ୍ରିୟଦର୍ଶିନୀ ରାଉତରାୟ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡ଼ିଲା ମଦ୍ୟପାନ; ସ୍କୁଲ୍ ପରିସରରେ ମଦ ପିଇ ପ୍ରଧାନ ଶିକ୍ଷକ ନିଲମ୍ବିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର