ବାଲେଶ୍ୱରରୁ ୧ କେଜି ୩୬୦ ଗ୍ରାମ୍ ବ୍ରାଉନସୁଗର ଜବତ କଲା STF ଟିମ, ୨ ଗିରଫ

The Sakala Picture
Published On

ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF)କୁ ମିଳିଛି ବଡ଼ ସଫଳତା । ବାଲେଶ୍ୱରର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ରେଡ୍ ବେଳେ ପୋଲିସ ୧ କେଜି ୩୬୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି । ଚୋରା ବାଇକରେ ବ୍ରାଉନସୁଗର ଚାଲାଣ ବେଳେ ଏସଟିଏଫ୍ ହାତରେ ଧରା ପଡ଼ିଛନ୍ତି ୨ ଜଣ ନିଶା ମାଫିଆ । ଦୁଇ ଜଣଙ୍କୁ ଗିରଫ କରିବା ସହିତ ଏକ ନମ୍ବର ବିହୀନ ବାଇକକୁ ଜବତ କରିଛି ଏସଟିଏଫ୍ । ବ୍ରାଉନସୁଗର ବ୍ୟବସାୟ କରୁଥିବା ଅରଡ଼ବଜାରର ମାନସ […]

ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF)କୁ ମିଳିଛି ବଡ଼ ସଫଳତା । ବାଲେଶ୍ୱରର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ରେଡ୍ ବେଳେ ପୋଲିସ ୧ କେଜି ୩୬୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି । ଚୋରା ବାଇକରେ ବ୍ରାଉନସୁଗର ଚାଲାଣ ବେଳେ ଏସଟିଏଫ୍ ହାତରେ ଧରା ପଡ଼ିଛନ୍ତି ୨ ଜଣ ନିଶା ମାଫିଆ । ଦୁଇ ଜଣଙ୍କୁ ଗିରଫ କରିବା ସହିତ ଏକ ନମ୍ବର ବିହୀନ ବାଇକକୁ ଜବତ କରିଛି ଏସଟିଏଫ୍ ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ବ୍ରାଉନସୁଗର ବ୍ୟବସାୟ କରୁଥିବା ଅରଡ଼ବଜାରର ମାନସ ମୁଖୀ ଏବଂ ହରିପୁରର କମଳାକାନ୍ତ ଦାସଙ୍କୁ ଏସଟିଏଫ୍ ଗିରଫ କରିଛି । ସେମାନଙ୍କ ଠାରୁ ଅନ୍ୟ ଅପରାଧିକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଉଭୟଙ୍କୁ ଏସଟିଏଫ୍ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରିବ । ଧରାପଡ଼ିଥିବା ଦୁଇ ଅଭିଯୁକ୍ତ ଅନ୍ୟ ଅପରାଧିକ କାର୍ଯ୍ୟ କଳାପରେ ଜଡ଼ିଥିବା ଥିବା ଜଣାପଡ଼ିଛି । ତାର ତଦନ୍ତ ଚାଲିଛି ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

୨୦୨୦ରୁ ଏଯାବତ୍ ଏସଟିଏଫ୍ ୩୦ କେଜିରୁ ଅଧିକ ବ୍ରାଉନସୁଗର ଏବଂ ହେରୋଇନ୍ ସହ ୬୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ ୧୦୦ରୁ ଅଧିକ ମାଫିଆଙ୍କୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର