ଜୟନାରାୟଣଙ୍କ ବହିଷ୍କାର ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ

The Sakala Picture
Published On

ଭୁବନେଶ୍ୱର: ମହିଳା IICଙ୍କୁ ଦୁର୍ବ୍ୟବହାର ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ତେଜୁଛି ଅସନ୍ତୋଷ । ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ । ପିଏମଜିରେ ଶହ ଶହ ମହିଳା ଯୋଗ ଦେଇ ଜୟନାରାୟଣଙ୍କର ବିରୋଧରେ ସ୍ୱର ଉତ୍ତୋଳନ କରଥିଲେ । ମହିଳାଙ୍କ ପ୍ରତି ଏଭଳି ଅଶାଳୀନ ବ୍ୟବହାରକୁ କଡ଼ା ସମାଲୋଚନା କରିଛନ୍ତି । ବିଜେପିରେ ମହିଳା କର୍ମୀମାନେ ଜାଣିବା ଦରକାର ତାଙ୍କ ଦଳର ଜଣେ ନେତା ମହିଳାଙ୍କ ପ୍ରତି କିଭଳି ବ୍ୟବହାର […]

ଭୁବନେଶ୍ୱର: ମହିଳା IICଙ୍କୁ ଦୁର୍ବ୍ୟବହାର ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ତେଜୁଛି ଅସନ୍ତୋଷ । ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ । ପିଏମଜିରେ ଶହ ଶହ ମହିଳା ଯୋଗ ଦେଇ ଜୟନାରାୟଣଙ୍କର ବିରୋଧରେ ସ୍ୱର ଉତ୍ତୋଳନ କରଥିଲେ । ମହିଳାଙ୍କ ପ୍ରତି ଏଭଳି ଅଶାଳୀନ ବ୍ୟବହାରକୁ କଡ଼ା ସମାଲୋଚନା କରିଛନ୍ତି । ବିଜେପିରେ ମହିଳା କର୍ମୀମାନେ ଜାଣିବା ଦରକାର ତାଙ୍କ ଦଳର ଜଣେ ନେତା ମହିଳାଙ୍କ ପ୍ରତି କିଭଳି ବ୍ୟବହାର କରିଛନ୍ତି । ଆଇନ ଅନୁଯାୟୀ ଜୟନାରାୟଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି । ବିଜେପି ତାଙ୍କୁ ଦଳରୁ ବହିଷ୍କାର କରୁ ବୋଲି ବିଜୁ ମହିଳା ଜନତା ଦଳ କହିଛି ।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଜୟନାରାୟଣ ସବୁ ସୀମା ଉଲଘଂନ କରିଛନ୍ତି । ଜଣେ କାର୍ଯ୍ୟରତ ଆଇଆଇସିକୁ ଯେଉଁଭଳି ଭାବେ ଧକ୍କା ମାରିଛନ୍ତି ତାହା ଅତି ଲଜ୍ଜାଜନକ ବୋଲି କହିଛନ୍ତି ବିଜେଡି ନେତା । ଖାଲି ଜୟନାରାୟଣ ନୁହେଁ ବିଜେପିରେ ଏଭଳି ଅନେକ ନେତା ଅଛନ୍ତି ତାଙ୍କ ବିରୋଧରେ ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ରହିଛି । ଯାହାକୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ସମାଲୋଚନା କରାଯାଇଛି । ଏଥିସହ ଜୟନାରାୟଣଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି ।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

16 Feb 2023 By The Sakala

ଜୟନାରାୟଣଙ୍କ ବହିଷ୍କାର ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ

ଭୁବନେଶ୍ୱର: ମହିଳା IICଙ୍କୁ ଦୁର୍ବ୍ୟବହାର ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ତେଜୁଛି ଅସନ୍ତୋଷ । ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ । ପିଏମଜିରେ ଶହ ଶହ ମହିଳା ଯୋଗ ଦେଇ ଜୟନାରାୟଣଙ୍କର ବିରୋଧରେ ସ୍ୱର ଉତ୍ତୋଳନ କରଥିଲେ । ମହିଳାଙ୍କ ପ୍ରତି ଏଭଳି ଅଶାଳୀନ ବ୍ୟବହାରକୁ କଡ଼ା ସମାଲୋଚନା କରିଛନ୍ତି । ବିଜେପିରେ ମହିଳା କର୍ମୀମାନେ ଜାଣିବା ଦରକାର ତାଙ୍କ ଦଳର ଜଣେ ନେତା ମହିଳାଙ୍କ ପ୍ରତି କିଭଳି ବ୍ୟବହାର କରିଛନ୍ତି । ଆଇନ ଅନୁଯାୟୀ ଜୟନାରାୟଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି । ବିଜେପି ତାଙ୍କୁ ଦଳରୁ ବହିଷ୍କାର କରୁ ବୋଲି ବିଜୁ ମହିଳା ଜନତା ଦଳ କହିଛି ।

ଜୟନାରାୟଣ ସବୁ ସୀମା ଉଲଘଂନ କରିଛନ୍ତି । ଜଣେ କାର୍ଯ୍ୟରତ ଆଇଆଇସିକୁ ଯେଉଁଭଳି ଭାବେ ଧକ୍କା ମାରିଛନ୍ତି ତାହା ଅତି ଲଜ୍ଜାଜନକ ବୋଲି କହିଛନ୍ତି ବିଜେଡି ନେତା । ଖାଲି ଜୟନାରାୟଣ ନୁହେଁ ବିଜେପିରେ ଏଭଳି ଅନେକ ନେତା ଅଛନ୍ତି ତାଙ୍କ ବିରୋଧରେ ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ରହିଛି । ଯାହାକୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ସମାଲୋଚନା କରାଯାଇଛି । ଏଥିସହ ଜୟନାରାୟଣଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର