ମା’ମାନଙ୍କ ସଶକ୍ତିକରଣ ବିନା ଦେଶ ଆଗକୁ ବଢ଼଼ିପାରିବ ନାହିଁ: ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ମହିଳା ସଶକ୍ତିକରଣ କ୍ଷେତ୍ରରେ ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି ଓଡ଼ିଶାର ମିଶନ ଶକ୍ତି। ସବୁ ସଫଳତା ସତ୍ତ୍ବେ ଏହାକୁ ଆହୁରି ଦୃଢ଼ ଓ ଶକ୍ତିଶାଳୀ କରାଇ ନୂଆ କୀର୍ତ୍ତିମାନ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ମିଶନ ଶକ୍ତି ଅଭିଯାନ ଆଉ ଏକ ପାଦ ଆଗକୁ ବଢ଼଼ିଛି। ମା’ ମାନଙ୍କ ହାତ ମୁଠାକୁ ଆହୁରି ଟାଣ କରିବା ଲକ୍ଷ୍ୟ ନେଇ ମିଶନ ଶକ୍ତି ଜିଲ୍ଲା […]

ଭୁବନେଶ୍ୱର: ମହିଳା ସଶକ୍ତିକରଣ କ୍ଷେତ୍ରରେ ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି ଓଡ଼ିଶାର ମିଶନ ଶକ୍ତି। ସବୁ ସଫଳତା ସତ୍ତ୍ବେ ଏହାକୁ ଆହୁରି ଦୃଢ଼ ଓ ଶକ୍ତିଶାଳୀ କରାଇ ନୂଆ କୀର୍ତ୍ତିମାନ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ମିଶନ ଶକ୍ତି ଅଭିଯାନ ଆଉ ଏକ ପାଦ ଆଗକୁ ବଢ଼଼ିଛି। ମା’ ମାନଙ୍କ ହାତ ମୁଠାକୁ ଆହୁରି ଟାଣ କରିବା ଲକ୍ଷ୍ୟ ନେଇ ମିଶନ ଶକ୍ତି ଜିଲ୍ଲା ଫେଡେରେସନକୁ ୧ କୋଟି ଟଙ୍କା ଓ ବ୍ଲକ ଫେଡେରେସନକୁ ୫୦ ଲକ୍ଷ ଟଙ୍କାର ଚଳନ୍ତି ପାଣ୍ଠି ଏବଂ ଏହା ସହିତ ମିଶନ ଶକ୍ତି ପାଇଁ ପଞ୍ଚାୟତସ୍ତରରେ ମାର୍କେଟ କମ୍ପ୍ଲେକ୍ସ, ଅଫିସ ଘର ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଶନିବାର ମେକ୍‍ ଇନ୍‍ ଓଡ଼ିଶାର ମହିଳା ଉଦ୍ୟୋଗୀ ଅଧିବେଶନରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୦୧ରେ ଆରମ୍ଭ ହୋଇଥିବା ମିଶନ୍‍ ଶକ୍ତି, ଆଜି ସତୁରି ଲକ୍ଷ ସଶକ୍ତ ମା’ମାନଙ୍କର ଏକ ମହାଶକ୍ତିରେ ପରିଣତ ହୋଇଛି। ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍‍ ନୁହେଁ; ଏହା ଏକ ସାଲିସ୍‍ବିହୀନ କାର୍ଯ୍ୟକ୍ରମ। ଆମ ପାଇଁ ଏହା ଏକ ପବିତ୍ର ଦାୟିତ୍ୱ। ମୋର ଦୃଢ଼ ବିଶ୍ୱାସ ମା’ମାନଙ୍କ ସଶକ୍ତିକରଣ ବିନା କୌଣସି ପରିବାର, କୌଣସି ସମାଜ, କୌଣସି ରାଜ୍ୟ ଅବା ଦେଶ ଆଗକୁ ବଢ଼଼ି ପାରିବ ନାହିଁ। ଓଡ଼ିଶାରେ ଆମର ଛଅ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି। ଏସ୍‍ଏଚ୍‍ଜି ମାନଙ୍କୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏସ୍‍ଏମ୍‍ଇ)ରେ ରୂପାନ୍ତରିତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏହି ଲକ୍ଷ୍ୟରେ ଦ୍ରୁତ ଗତିରେ ଅଗ୍ରସର ହେବା ପାଇଁ ଆମେ ପ୍ରସ୍ତୁତ ରହିଛୁ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ଏଥିପାଇଁ ଆମେ ସବୁ କିଛି କରିବା ପାଇଁ ପ୍ରସ୍ତୁତ। ମିଶନ ଶକ୍ତି ମା’ ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତି ଦ୍ୱାରା ଓଡ଼ିଶାର ଲକ୍ଷ ଲକ୍ଷ ମା’ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କାର କାମ, ମା’ମାନଙ୍କୁ ଦେବା ପାଇଁ ଓଡ଼ିଶା କ୍ୟାବିନେଟ୍‍ ନିଷ୍ପତ୍ତି ନେଇଥିଲା ଏବଂ ଏହା ଦ୍ୱାରା ପ୍ରାୟ ଏକ ଲକ୍ଷ ଏସ୍‍ଏଚ୍‍ଜି ଉପକାର ପାଉଛନ୍ତି। ମିଶନ୍‍ ଶକ୍ତି ଫେଡେରେସନ ମାନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ। ଏଥିପାଇଁ ପ୍ରତି ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କା ଓ ପ୍ରତି ବ୍ଲକସ୍ତରରେ ଫେଡେରେସନକୁ ୫୦ ଲକ୍ଷ ଟଙ୍କାର ଚଳନ୍ତି ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ସେହିପରି ପଞ୍ଚାୟତ ସ୍ତରରେ ଫେଡେରେସନ୍‍ ପାଇଁ ମାର୍କେଟ୍‍ କମ୍ପେ୍ଲକ୍ସ ସହ ସ୍ୱତନ୍ତ୍ର ଅଫିସ ଗୃହ ମଧ୍ୟ ନିର୍ମାଣ କରାଯିବ। ମହିଳା ମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ତିରିଶଟି ଯାକ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ ନିର୍ମାଣ କରାଯିବ। ଓଡ଼ିଶାର ରୂପାନ୍ତରଣରେ ମା’ ମାନଙ୍କର ବଡ଼ ଭୂମିକା ରହିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କର ସାମଗ୍ରିକ ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ୍‍ ଶକ୍ତି ବିଭାଗର ଏକ କଫି ଟେବୁଲ ବୁକ୍‍, ‘ମିଶନ୍‍ ଶକ୍ତି-ସ୍କେଲିଂ ଅପ୍‍’କୁ ଉନ୍ମୋଚନ କରିଥିଲେ। ସେହିପରି କଟକ ମା’ ତାରେଣୀ ଏସ୍‍ଏଚ୍‍ଜିର କବିତା ସାହୁ, ସୁନ୍ଦରଗଡ଼଼ ଦିବ୍ୟଜ୍ୟୋତି ଏସ୍‍ଏଚ୍‍ଜିର ପ୍ରେମା ଦାସ ଓ ନୂଆପଡ଼ା ବନଦୂର୍ଗା ଏସ୍‍ଏଚ୍‍ଜିର ଗାୟତ୍ରୀ ସୁନାଇଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ଏସ୍‍ଏଚ୍‍ଜି ମାନଙ୍କୁ ଋଣ ଦେବାରେ ଭଲ କାମ କରିଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ୍‍ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ମିଶନ୍‍ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ଭ୍ରମ୍‍ ଉଦ୍‍ବୋଧନ ଦେଇ ମା’ ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ମିଶନ୍‍ ଶକ୍ତି ବିଭାଗର ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍‍ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର