ଗଞ୍ଜାମ ଜିଲ୍ଲାରେ ଛାତିଥରା ଦୁର୍ଘଟଣା: ଛାତ୍ରୀଙ୍କୁ ଧକ୍କା ଦେବା ସହ ପାନ ଦୋକାନ ଉପରେ ଚଢିଗଲା କାର୍

The Sakala Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଛାତିଥରା ଦୁର୍ଘଟଣା । ଏକ କାର ରାସ୍ତାରେ ଯାଉଥିବା ଛାତ୍ରୀଙ୍କ ଧକ୍କା ଦେବା ସହ ପାନ ଦୋକାନ ଉପରକୁ ଚଢି ଯାଇଛି। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ନିକଟ ପାଗଳବାବା ଛକରେ ଘଟିଛି। ଆଜି ମଧ୍ୟାହ୍ନରେ ବାସୁଦେବ ସେଠୀ ବିଜ୍ଞାନ ମହାବିଦ୍ୟାଳୟରୁ ଶ୍ରେଣୀ ସାରି ଛାତ୍ରୀମାନେ ଘରକୁ ଫେରୁଥିଲେ । ଏହି ସମୟରେ ପୁରୁଷୋତ୍ତମପୁରରୁ ଶେରଗଡ ଅଭିମୁଖେ ଯାଉଥିବା ଏକ କାର କ୍ଷୀପ୍ର ଗତିରେ ଆସି […]

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଛାତିଥରା ଦୁର୍ଘଟଣା । ଏକ କାର ରାସ୍ତାରେ ଯାଉଥିବା ଛାତ୍ରୀଙ୍କ ଧକ୍କା ଦେବା ସହ ପାନ ଦୋକାନ ଉପରକୁ ଚଢି ଯାଇଛି। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ନିକଟ ପାଗଳବାବା ଛକରେ ଘଟିଛି। ଆଜି ମଧ୍ୟାହ୍ନରେ ବାସୁଦେବ ସେଠୀ ବିଜ୍ଞାନ ମହାବିଦ୍ୟାଳୟରୁ ଶ୍ରେଣୀ ସାରି ଛାତ୍ରୀମାନେ ଘରକୁ ଫେରୁଥିଲେ । ଏହି ସମୟରେ ପୁରୁଷୋତ୍ତମପୁରରୁ ଶେରଗଡ ଅଭିମୁଖେ ଯାଉଥିବା ଏକ କାର କ୍ଷୀପ୍ର ଗତିରେ ଆସି ପ୍ରଥମେ ଛାତ୍ରୀମାନଙ୍କୁ ଧକ୍କା ଦେଇଥିଲା । ପରେ ଛକରେ ଥିବା ଏକ ପାନଦୋକାନ ଉପରେ ଚଢି ଯାଇଥିଲା । ଏହି ଦୁର୍ଘଟଣାରେ ୩ଜଣ ଛାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ, ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଛାତ୍ରୀ ଓ ଡ୍ରାଇଭରଙ୍କୁ ପ୍ରଥମେ ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ କାରଟି ସିଧା ରାସ୍ତାରେ ଯାଉଥିବା ଛାତ୍ରୀଙ୍କ ଧକ୍କା ଦେଲା, ଡ୍ରାଇଭର ମଦ୍ୟ ପାନ କରିଥିଲେ କି ନା ସେ ନେଇ ତଦନ୍ତ କରାଯାଉଥିବା ପୁରୁଷୋତ୍ତମପୁର ଥାନା ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ

20 Nov 2022 By The Sakala

ଗଞ୍ଜାମ ଜିଲ୍ଲାରେ ଛାତିଥରା ଦୁର୍ଘଟଣା: ଛାତ୍ରୀଙ୍କୁ ଧକ୍କା ଦେବା ସହ ପାନ ଦୋକାନ ଉପରେ ଚଢିଗଲା କାର୍

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଛାତିଥରା ଦୁର୍ଘଟଣା । ଏକ କାର ରାସ୍ତାରେ ଯାଉଥିବା ଛାତ୍ରୀଙ୍କ ଧକ୍କା ଦେବା ସହ ପାନ ଦୋକାନ ଉପରକୁ ଚଢି ଯାଇଛି। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ନିକଟ ପାଗଳବାବା ଛକରେ ଘଟିଛି। ଆଜି ମଧ୍ୟାହ୍ନରେ ବାସୁଦେବ ସେଠୀ ବିଜ୍ଞାନ ମହାବିଦ୍ୟାଳୟରୁ ଶ୍ରେଣୀ ସାରି ଛାତ୍ରୀମାନେ ଘରକୁ ଫେରୁଥିଲେ । ଏହି ସମୟରେ ପୁରୁଷୋତ୍ତମପୁରରୁ ଶେରଗଡ ଅଭିମୁଖେ ଯାଉଥିବା ଏକ କାର କ୍ଷୀପ୍ର ଗତିରେ ଆସି ପ୍ରଥମେ ଛାତ୍ରୀମାନଙ୍କୁ ଧକ୍କା ଦେଇଥିଲା । ପରେ ଛକରେ ଥିବା ଏକ ପାନଦୋକାନ ଉପରେ ଚଢି ଯାଇଥିଲା । ଏହି ଦୁର୍ଘଟଣାରେ ୩ଜଣ ଛାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ, ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଛାତ୍ରୀ ଓ ଡ୍ରାଇଭରଙ୍କୁ ପ୍ରଥମେ ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ କାରଟି ସିଧା ରାସ୍ତାରେ ଯାଉଥିବା ଛାତ୍ରୀଙ୍କ ଧକ୍କା ଦେଲା, ଡ୍ରାଇଭର ମଦ୍ୟ ପାନ କରିଥିଲେ କି ନା ସେ ନେଇ ତଦନ୍ତ କରାଯାଉଥିବା ପୁରୁଷୋତ୍ତମପୁର ଥାନା ଅଧିକାରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର