ଗୋଟିଏ ସମ୍ବାଦପତ୍ରର ମୂଳ ପୁଞ୍ଜି ହେଉଛି ପାଠକ ମାନଙ୍କ ଭିତରେ ବିଶ୍ୱାସ ପ୍ରତିଷ୍ଠା କରିବା- ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

ଭୁବନେଶ୍ବର: ଦୈନିକ ଖବରକାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ସ୍ବର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୯୦ ତମ ଜୟନ୍ତୀ ସମାରୋହର ଓ ସୁବର୍ଣ୍ଣ ଜୟନ୍ତୀରେ ବିଜେଡିର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗଦେଇଛନ୍ତି।  ନିଜ ଅଭିଭାଷଣରେ ସେ କହିଛନ୍ତି ଯେ, ଆଜିକାଲି ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ହଜିଗଲାଣି । ଅଳ୍ପ ସମୟରେ କିଭଳି ରୋଚକ ସମ୍ବାଦ ପରିବେଷଣ କରାଯିବ, ସେଥିରେ ବ୍ୟସ୍ତ ରହୁଛନ୍ତି ସାମ୍ବାଦିକ । ଏହା ଜନ ସମାଜକୁ ବିଶେଷ ଭାବେ ପ୍ରଭାବିତ କରୁଛି । ଏଥିପାଇଁ ସାମ୍ବାଦିକ ଯେତିକି […]

ଭୁବନେଶ୍ବର: ଦୈନିକ ଖବରକାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ସ୍ବର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୯୦ ତମ ଜୟନ୍ତୀ ସମାରୋହର ଓ ସୁବର୍ଣ୍ଣ ଜୟନ୍ତୀରେ ବିଜେଡିର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗଦେଇଛନ୍ତି।  ନିଜ ଅଭିଭାଷଣରେ ସେ କହିଛନ୍ତି ଯେ, ଆଜିକାଲି ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ହଜିଗଲାଣି । ଅଳ୍ପ ସମୟରେ କିଭଳି ରୋଚକ ସମ୍ବାଦ ପରିବେଷଣ କରାଯିବ, ସେଥିରେ ବ୍ୟସ୍ତ ରହୁଛନ୍ତି ସାମ୍ବାଦିକ । ଏହା ଜନ ସମାଜକୁ ବିଶେଷ ଭାବେ ପ୍ରଭାବିତ କରୁଛି । ଏଥିପାଇଁ ସାମ୍ବାଦିକ ଯେତିକି ଦାୟୀ, ବୈଦୁତିକ ଗଣମାଧ୍ୟମର ଦର୍ଶକ ବି ସେତିକି ଦାୟୀ । ଟୁଙ୍ଗୁରୁ ଭୋଳ ଭଳି ଅରୁଚିକର ସମ୍ବାଦ ପରିବେଷଣ କରିବା କେତେଦୂର ଯଥାର୍ଥ, ତାହା ପାଠକ, ଦର୍ଶକ ଓ ସାମ୍ବାଦିକ ବିଚାର କରିବା ଦରକାର ବୋଲି ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଗୋଟିଏ ସମ୍ବାଦପତ୍ରର ମୂଳ ପୁଞ୍ଜି ହେଉଛି ପାଠକ ମାନଙ୍କ ଭିତରେ ବିଶ୍ୱାସ ପ୍ରତିଷ୍ଠା କରିବା। ସମାଜର ସବୁବର୍ଗର ଲୋକମାନଙ୍କ ପାଇଁ ସାମ୍ବାଦିକଟିଏ ନିଜର କଲମ ଚାଳନା କରିଥାଏ । ଆଜି କିନ୍ତୁ ଏ ସବୁର ଅଭାବ ପରିଲକ୍ଷିତ ହେଉଛି । ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ ଜଣେ ଦୃଢ଼, ନୀତିନିଷ୍ଠ ଓ ଉତ୍ତମ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକ ଥିଲେ । ସାଧାରଣ ଜୀବନ ରେ ତାଙ୍କର ସାଲିସ ବିହୀନ କାର୍ଯ୍ୟଶୈଳୀ ସାମ୍ବାଦିକତା କ୍ଷେତ୍ରରେ ବି ଦେଖିବାକୁ ମିଳୁଥିଲେ । ଅସାଧାରଣ ବ୍ୟକ୍ତିତ୍ୱ ର ଅଧିକାରୀ ଥିଲେ ସ୍ୱର୍ଗତଃ ବଳ । ଆଜିକାଲି ର ଗଣମାଧ୍ୟମ ଯେପରି ତାତକ୍ଷଣାତ ଉନ୍ମାଦନା ସୃଷ୍ଟି କଲା ଭଳି ରୋଚକ ସମ୍ବାଦ ପଛରେ ଦୌଡୁଛନ୍ତି, ତା ପର ପିଢ଼ି ପାଇଁ ଏହା ଭଲ ବାର୍ତ୍ତା ଦେଉନାହିଁ । ଯେଉଁମାନେ ଏଭଳି ରୋଚକ ଖବର ଦେଖି ଉତ୍ଫୁଲିତ ଓ ଆନନ୍ଦିତ ହେଉଛନ୍ତି, ସେମାନେ ସମ ପରିମାଣରେ ଦାୟୀ । ଏଥରୁ ଆମ ସମସ୍ତଙ୍କୁ ଖ୍ୟାନ୍ତ ରଖିବାକୁ ପଡିବ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଭାବେ ସାଢେ ୩ ବର୍ଷ ଧରି କାର୍ଯ୍ୟ କରିଛି । ରାଜ୍ୟରେ ସମ୍ବାଦପତ୍ର ମାନଙ୍କର ଭୂମିକା ଓ ସାମ୍ବାଦିକ ମାନଙ୍କର କାର୍ଯ୍ୟଶୈଳୀକୁ ବେଶ ଭଲ ଭାବେ ପରଖିଥିବା କହିଛନ୍ତି ମାନସ ରଞ୍ଜନ ମଙ୍ଗରାଜ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

08 Nov 2022 By The Sakala

ଗୋଟିଏ ସମ୍ବାଦପତ୍ରର ମୂଳ ପୁଞ୍ଜି ହେଉଛି ପାଠକ ମାନଙ୍କ ଭିତରେ ବିଶ୍ୱାସ ପ୍ରତିଷ୍ଠା କରିବା- ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର: ଦୈନିକ ଖବରକାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ସ୍ବର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୯୦ ତମ ଜୟନ୍ତୀ ସମାରୋହର ଓ ସୁବର୍ଣ୍ଣ ଜୟନ୍ତୀରେ ବିଜେଡିର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗଦେଇଛନ୍ତି।  ନିଜ ଅଭିଭାଷଣରେ ସେ କହିଛନ୍ତି ଯେ, ଆଜିକାଲି ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ହଜିଗଲାଣି । ଅଳ୍ପ ସମୟରେ କିଭଳି ରୋଚକ ସମ୍ବାଦ ପରିବେଷଣ କରାଯିବ, ସେଥିରେ ବ୍ୟସ୍ତ ରହୁଛନ୍ତି ସାମ୍ବାଦିକ । ଏହା ଜନ ସମାଜକୁ ବିଶେଷ ଭାବେ ପ୍ରଭାବିତ କରୁଛି । ଏଥିପାଇଁ ସାମ୍ବାଦିକ ଯେତିକି ଦାୟୀ, ବୈଦୁତିକ ଗଣମାଧ୍ୟମର ଦର୍ଶକ ବି ସେତିକି ଦାୟୀ । ଟୁଙ୍ଗୁରୁ ଭୋଳ ଭଳି ଅରୁଚିକର ସମ୍ବାଦ ପରିବେଷଣ କରିବା କେତେଦୂର ଯଥାର୍ଥ, ତାହା ପାଠକ, ଦର୍ଶକ ଓ ସାମ୍ବାଦିକ ବିଚାର କରିବା ଦରକାର ବୋଲି ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି।

ଗୋଟିଏ ସମ୍ବାଦପତ୍ରର ମୂଳ ପୁଞ୍ଜି ହେଉଛି ପାଠକ ମାନଙ୍କ ଭିତରେ ବିଶ୍ୱାସ ପ୍ରତିଷ୍ଠା କରିବା। ସମାଜର ସବୁବର୍ଗର ଲୋକମାନଙ୍କ ପାଇଁ ସାମ୍ବାଦିକଟିଏ ନିଜର କଲମ ଚାଳନା କରିଥାଏ । ଆଜି କିନ୍ତୁ ଏ ସବୁର ଅଭାବ ପରିଲକ୍ଷିତ ହେଉଛି । ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ ଜଣେ ଦୃଢ଼, ନୀତିନିଷ୍ଠ ଓ ଉତ୍ତମ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକ ଥିଲେ । ସାଧାରଣ ଜୀବନ ରେ ତାଙ୍କର ସାଲିସ ବିହୀନ କାର୍ଯ୍ୟଶୈଳୀ ସାମ୍ବାଦିକତା କ୍ଷେତ୍ରରେ ବି ଦେଖିବାକୁ ମିଳୁଥିଲେ । ଅସାଧାରଣ ବ୍ୟକ୍ତିତ୍ୱ ର ଅଧିକାରୀ ଥିଲେ ସ୍ୱର୍ଗତଃ ବଳ । ଆଜିକାଲି ର ଗଣମାଧ୍ୟମ ଯେପରି ତାତକ୍ଷଣାତ ଉନ୍ମାଦନା ସୃଷ୍ଟି କଲା ଭଳି ରୋଚକ ସମ୍ବାଦ ପଛରେ ଦୌଡୁଛନ୍ତି, ତା ପର ପିଢ଼ି ପାଇଁ ଏହା ଭଲ ବାର୍ତ୍ତା ଦେଉନାହିଁ । ଯେଉଁମାନେ ଏଭଳି ରୋଚକ ଖବର ଦେଖି ଉତ୍ଫୁଲିତ ଓ ଆନନ୍ଦିତ ହେଉଛନ୍ତି, ସେମାନେ ସମ ପରିମାଣରେ ଦାୟୀ । ଏଥରୁ ଆମ ସମସ୍ତଙ୍କୁ ଖ୍ୟାନ୍ତ ରଖିବାକୁ ପଡିବ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଭାବେ ସାଢେ ୩ ବର୍ଷ ଧରି କାର୍ଯ୍ୟ କରିଛି । ରାଜ୍ୟରେ ସମ୍ବାଦପତ୍ର ମାନଙ୍କର ଭୂମିକା ଓ ସାମ୍ବାଦିକ ମାନଙ୍କର କାର୍ଯ୍ୟଶୈଳୀକୁ ବେଶ ଭଲ ଭାବେ ପରଖିଥିବା କହିଛନ୍ତି ମାନସ ରଞ୍ଜନ ମଙ୍ଗରାଜ।

https://www.thesakala.in/latest-odisha-news/the-main-asset-of-a-newspaper-is-to-establish-trust-in-the-readers/article-16397
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର