ପବିତ୍ର ଅଁଳା ନବମୀ ପାଇଁ ଭକ୍ତଙ୍କୁ ରାଧାପାଦ ଦର୍ଶନକୁ ଅନୁମତି, ଛୁଇଁବା ମନା

The Sakala Picture
Published On

ନିମାପଡା: ଆସନ୍ତା କାଲି ପବିତ୍ର ଅଁଳା ନବମୀ। ସାକ୍ଷୀଗୋପାଳ ମନ୍ଦିର ପରିସରରେ ଅଁଳା ନବମୀ ଅନୁଷ୍ଠିତ ହେବ । କରୋନା କଟକଣା ହଟିଥିବାରୁ ଦୁଇ ବର୍ଷ  ପରେ ଭକ୍ତଙ୍କୁ ଓଡ଼ିଆଣୀରେ ବେଶରେ ଦର୍ଶନ ଦେବେ ମା’ ରାଧା । କିନ୍ତୁ ଭକ୍ତଙ୍କୁ ରାଧା ପାଦ ଛୁଇଁବା ମନା । ଭକ୍ତଙ୍କୁ ପାଦ ଛୁଇଁବାକୁ ବାରଣ କରିଛି ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭବ ତରଣ ସାହୁ । ଅଧିକ ଭିଡକୁ ଦୃଷ୍ଟିରେ ରଖି ଏପରି […]

ନିମାପଡା: ଆସନ୍ତା କାଲି ପବିତ୍ର ଅଁଳା ନବମୀ। ସାକ୍ଷୀଗୋପାଳ ମନ୍ଦିର ପରିସରରେ ଅଁଳା ନବମୀ ଅନୁଷ୍ଠିତ ହେବ । କରୋନା କଟକଣା ହଟିଥିବାରୁ ଦୁଇ ବର୍ଷ  ପରେ ଭକ୍ତଙ୍କୁ ଓଡ଼ିଆଣୀରେ ବେଶରେ ଦର୍ଶନ ଦେବେ ମା’ ରାଧା । କିନ୍ତୁ ଭକ୍ତଙ୍କୁ ରାଧା ପାଦ ଛୁଇଁବା ମନା । ଭକ୍ତଙ୍କୁ ପାଦ ଛୁଇଁବାକୁ ବାରଣ କରିଛି ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭବ ତରଣ ସାହୁ । ଅଧିକ ଭିଡକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିରରେ ରାଧା ପାଦ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ପାଇଁ ସମାଗମକୁ ଲକ୍ଷରେ ରଖି ଶାନ୍ତି ଶୃଙ୍ଖଳା ନେଇ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ପୁରୀ SPଙ୍କ ନଜରରେ ରହିବ ସମସ୍ତ ଅଞ୍ଚଳ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

କରୋନା କଟକଣା ହଟିଥିବାରୁ ଚଳିତ ବର୍ଷ ୨ଲକ୍ଷରୁ ଅଧିକ ଲୋକ ହେବାର ଆଶଙ୍କା କରାଯାଉଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ପ୍ରଶାସନ । ନିୟୋଜିତ ହେବେ ୩ ଜଣ ଆଡସିନାଲ ଏସପି, ୮ଜଣ ଡିଏସପି, ୭୪ ଜଣ ଏସଆଇ, ୧୦୦ଜଣ ହାବିଲଦାର ଓ କନେଷ୍ଟବଳ । ୨୦୦ଜଣ ଗୃହରକ୍ଷୀ ସମେତ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

01 Nov 2022 By The Sakala

ପବିତ୍ର ଅଁଳା ନବମୀ ପାଇଁ ଭକ୍ତଙ୍କୁ ରାଧାପାଦ ଦର୍ଶନକୁ ଅନୁମତି, ଛୁଇଁବା ମନା

ନିମାପଡା: ଆସନ୍ତା କାଲି ପବିତ୍ର ଅଁଳା ନବମୀ। ସାକ୍ଷୀଗୋପାଳ ମନ୍ଦିର ପରିସରରେ ଅଁଳା ନବମୀ ଅନୁଷ୍ଠିତ ହେବ । କରୋନା କଟକଣା ହଟିଥିବାରୁ ଦୁଇ ବର୍ଷ  ପରେ ଭକ୍ତଙ୍କୁ ଓଡ଼ିଆଣୀରେ ବେଶରେ ଦର୍ଶନ ଦେବେ ମା’ ରାଧା । କିନ୍ତୁ ଭକ୍ତଙ୍କୁ ରାଧା ପାଦ ଛୁଇଁବା ମନା । ଭକ୍ତଙ୍କୁ ପାଦ ଛୁଇଁବାକୁ ବାରଣ କରିଛି ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭବ ତରଣ ସାହୁ । ଅଧିକ ଭିଡକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିରରେ ରାଧା ପାଦ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ପାଇଁ ସମାଗମକୁ ଲକ୍ଷରେ ରଖି ଶାନ୍ତି ଶୃଙ୍ଖଳା ନେଇ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ପୁରୀ SPଙ୍କ ନଜରରେ ରହିବ ସମସ୍ତ ଅଞ୍ଚଳ ।

କରୋନା କଟକଣା ହଟିଥିବାରୁ ଚଳିତ ବର୍ଷ ୨ଲକ୍ଷରୁ ଅଧିକ ଲୋକ ହେବାର ଆଶଙ୍କା କରାଯାଉଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ପ୍ରଶାସନ । ନିୟୋଜିତ ହେବେ ୩ ଜଣ ଆଡସିନାଲ ଏସପି, ୮ଜଣ ଡିଏସପି, ୭୪ ଜଣ ଏସଆଇ, ୧୦୦ଜଣ ହାବିଲଦାର ଓ କନେଷ୍ଟବଳ । ୨୦୦ଜଣ ଗୃହରକ୍ଷୀ ସମେତ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ।

https://www.thesakala.in/latest-odisha-news/devotees-allowed-for-radha-pada-darshan-but-no-touch-at-sakhigopal-on-anla-nabami/article-16210
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର